୩୫ ଦିନ ପରେ ବି ଆସିନି ରାଜୁଙ୍କ ହୋସ୍, ପତ୍ନୀ କହିଲେ ‘ପ୍ଲିଜ୍ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ’

ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବସ୍ଥାରେ ଆସୁନି କୌଣସି ସୁଧାର। ଦୀର୍ଘ ମାସେ ହେଲାଣି ହସପିଟାଲରେ ରହିଛିନ୍ତ। ରାଜୁ ଶ୍ରୀବାସ୍ତବ ହସପିଟାଲରେ ଆଡମିଟ୍ ହେବା ପର ଠାରୁ ଏପର୍ଯ୍ୟନ୍ତ ଚେତା ଫେରିନାହିଁ। ଏବେ ବି ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି ରାଜୁ। ଫ୍ୟାନ୍ସ ଏବଂ ପରିବାର ଲୋକେ ରାଜୁଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି। ତେବେ ରାଜୁ କେତେବେଳେ ଠିକ୍ ହୋଇ ଘରକୁ ଫେରିବେ ଡାକ୍ତର ଏନେଇ କିଛି କହିନାହାନ୍ତି।
ରିପୋର୍ଟ ମୁତାବକ, ରାଜୁଙ୍କ ସ୍ୱାସ୍ଥ୍ୟବସ୍ଥାରେ କିଛି ସୁଧାର ଆସିଛି। ହାତ ଏବଂ ଗୋଡ ଟିକେ ହଲଚଲ କରୁଛନ୍ତି। କିନ୍ତୁ ତାଙ୍କ ମସ୍ତିଷ୍କ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଉନାହିଁ। ଡାକ୍ତରଙ୍କ କହିବା ଅନୁସାରେ ରାଜୁଙ୍କୁ ମସ୍ତିଷ୍କ କାମ କରୁନାହିଁ । ତାଙ୍କ ମସ୍ତିଷ୍କ ପ୍ରାୟତଃ ମୃତ ସ୍ଥିତିରେ ରହିଛି । ୩୫ ଦିନ ହେଲାଣି ହସପିଟାଲରେ ଆଡମିଟ୍ ହେବା ପରେ ବେଶ୍ କିଛି ଉନ୍ନତି ଆସିନାହିଁ।
କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ହୃଦଘାତ ଆସିବା ପରେ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁସାରେ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସିନାହିଁ । ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁଥିବାରୁ ତାଙ୍କ ଫ୍ୟାନ୍ ଓ ପରିବାର ଲୋକଙ୍କ ଚିନ୍ତା ବଢ଼ିଯାଇଛି ।
#RajuSrivastava‘s wife #Shikha gives her husband’s health update; says “please pray he recovers soon” @iRajuSrivastava #etimestv #raju https://t.co/VfBtynBPbj
— ETimes TV (@ETimesTV) September 6, 2022
ସୂଚନାଯୋଗ୍ୟ, ୫୮ ବର୍ଷୀୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କୁ ଟ୍ରେଡମିଲରେ ଦୌଡିବା ସମୟରେ ଗତ ୧୦ ତାରିଖ ଦିନ ହୃଦଘାତ ହୋଇଥିଲା । ଛାତିରେ ଅଚାନକ ଯନ୍ତ୍ରଣା ଆସିଥିଲା ଏବଂ ସେ ତଳେ ପଡ଼ିଯାଇଥିଲେ । ରାଜୁ ଶ୍ରୀବାସ୍ତବ ହୋଟେଲରେ ଜିମ୍ ଓ୍ୱାର୍କଆଉଟ କରୁଥିଲେ। ଟ୍ରେଡମିଲରେ ବ୍ୟାୟାମ କରୁଥିଲେ । ସେହି ସମୟରେ ତାଙ୍କୁ ହାର୍ଟଆଟାକ ହୋଇଥିଲା । ଏହା ପରେ ରାଜୁଙ୍କୁ ସଂଗେ ସଂଗେ ହସ୍ପିଟାଲକୁ ନିଆଯାଇଥିଲା । ପିଆରଓଙ୍କ କହିବା ମୁତାବକ ସେ ତାଙ୍କ ସହଯୋଗୀଙ୍କୁ ଭେଟିବାକୁ ଦିଲ୍ଲୀ ଆସିଥିଲେ । ଏଥିପାଇଁ ସେ ହୋଟେଲରେ ରହୁଥିଲେ । ଠିକ୍ ସେତିକିବେଳେ ତାଙ୍କୁ ହୃଦଘାତ ହୋଇଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଛି । ପିଆରଓ କମେଡିଆନଙ୍କ ସମସ୍ତଙ୍କ ଫ୍ୟାନ୍ସଙ୍କୁ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି ।
ରାଜୁ ଶ୍ରୀବାସ୍ତବ ‘ଦ ଗ୍ରେଟ୍ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ, କେମଡି ସର୍କସ, ଦ କପିଲ ଶର୍ମା ଶୋ, ଶକ୍ତିମାନ ଭଳି ଟିଭି ଶୋ ନିଜର କମେଡି ଅନ୍ଦାଜ ଦେଖାଇସାରିଛନ୍ତି। ୫୮ ବର୍ଷୀୟ ରାଜୁ ଶ୍ରୀବାସ୍ତବ ବିଜେପିର ନେତା ରହିଛନ୍ତି। ଏହାପୂର୍ବରୁ ସମାଜବାଦୀ ପାର୍ଟିରେ ରହିଥିଲେ ରାଜୁ ଶ୍ରୀବାସ୍ତବ।
Also Read : ବଲିଉଡ ସେଲିବ୍ରିଟିଙ୍କ ଫୋବିୟା, କିଏ ଫଳ ଖାଇବାକୁ ଭୟ କରେ ତ ଆଉ କି ଲିଫ୍ଟରେ ଯିବାକୁ ଭୟ କରେ