ଏ ପର୍ଯ୍ୟନ୍ତ ଫେରିନାହିଁ ରାଜୁଙ୍କ ଚେତା, ୨୮ ଦିନ ହେବ ଭେଣ୍ଟିଲେଟରରେ; ପତ୍ନୀ କହିଲେ ବର୍ତ୍ତମାନର ଅବସ୍ଥା…

ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଅଗଷ୍ଟ ୧୦ ତାରିଖରୁ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ହୃଦ୍‌ଘାତ କାରଣରୁ ରାଜୁଙ୍କୁ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଏତେ ଦିନ ପରେ ବି ରାଜୁ ଶ୍ରୀବାସ୍ତବଙ୍କ ଚେତା ଫେରିପାରି ନାହିଁ। କିଛି ଦିନ ତଳେ ଖବର ଆସିଥିଲା କି, ରାଜୁଙ୍କୁ ହୋଶ୍‌ ଆସିଥିଲା ଏବଂ ସେ ନିଜ ପତ୍ନୀଙ୍କ ହାତ ଧରିଥିଲେ। କିନ୍ତୁ ଯେତେବେଳେ ଏହା ବିଷୟରେ ରାଜୁଙ୍କ ପତ୍ନୀ ଶିଖା ଶ୍ରୀବାସ୍ତବଙ୍କୁ ପଚରା ଯାଇଥିଲା, ତ ସେ ଏହି କଥାକୁ ଅସ୍ୱୀକାର କରିଥିଲେ। ନିକଟରେ ଶିଖା, ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅପ୍‌ଡେଟ୍‌ ଦେଇଛନ୍ତି।

ନିକଟରେ ରାଜୁ ଶ୍ରୀବାସ୍ତବଙ୍କ ପତ୍ନୀ ଶିଖା ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି ଯେ ‘ମୁଁ କେବଳ ଏତିକି କହିବି, ତାଙ୍କ ଅବସ୍ଥା ସ୍ଥିର ଅଛି। ଏବେ ବି ସେ ଭେଣ୍ଟିଲେଟରରେ ଅଛନ୍ତି। ଡାକ୍ତରମାନେ ସେମାନଙ୍କ ବେଷ୍ଟ୍‍ ଦେଉଛନ୍ତି। ଆପଣ ସମସ୍ତଙ୍କ ପ୍ରାର୍ଥନା ଆମେ ଲୋଡ଼ୁଛୁ’। କହି ରଖୁଛୁ, ରାଜୁ ଶ୍ରୀବାସ୍ତବ ପାଖାପାଖି ୨୮ ଦିନ ହେବ ଭେଣ୍ଟିଲେଟରରେ ଅଛନ୍ତି। ଓ୍ଵାର୍କଆଉଟ୍‌ କରିବା ସମୟରେ ରାଜୁ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ସେଠାରେ ସେ ଅଚେତ ହୋଇ ପଡ଼ିଥିଲେ। ଏହାର ତୁରନ୍ତ ପରେ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ଗଣମାଧ୍ୟମ ରିପୋର୍ଟ ମୁତାବକ, ସେଠାରେ ୧୧ ଜଣିଆ ଡାକ୍ତରୀ ଟିମ୍‌ ରାଜୁଙ୍କ ଚିକିତ୍ସାରେ ନିୟୋଜିତ ହୋଇଥିଲେ।

ସୂଚନାଥାଉ କି, କିଛି ଦିନ ପୂର୍ବରୁ ରାଜୁଙ୍କୁ ଜ୍ୱର ଆସିଥିଲା। ଆଇସିୟୁରେ ତାଙ୍କ ପତ୍ନୀଙ୍କ ବ୍ୟତୀତ ଅନ୍ୟ କାହାକୁ ଯିବାକୁ ଅନୁମତି ଦିଆଯାଇ ନ ଥିଲା। ରାଜୁ ଶ୍ରୀବାସ୍ତବଙ୍କୁ ୧୦୦ ଡିଗ୍ରୀ ଜ୍ୱର ଆସିଥିଲା, ଯାହାଫଳରେ ଡାକ୍ତରମାନେ ତାଙ୍କୁ ଭେଣ୍ଟିଲେଟରରୁ ନ କାଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ଯଦିଓ ରାଜୁ ଶ୍ରୀବାସ୍ତବଙ୍କ ହାର୍ଟ ବିଟ୍‌, ବିପି ଓ ଅକ୍ସିଜେନ୍‌ ଲେବଲ ନର୍ମାଲ ରହିଥିଲା। ରାଜୁଙ୍କ ପ୍ରଶଂସକ ଏବଂ ପୂରା ପରିବାର ଏବେ ସେ ଜଲ୍‌ଦି ସୁସ୍ଥ ହୋଇଯିବା ପାଇଁ ପ୍ରାର୍ଥନା କରୁଛନ୍ତି। ସୋସିଆଲ ମିଡିଆରେ ପ୍ରଶଂସକମାନେ ଲଗାତାର ତାଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି।

ପୂର୍ବର ଏକ ରିପୋର୍ଟ ମୁତାବକ, ରାଜୁ ନିଜେ ୮୦/୯୦ ପ୍ରତିଶତ ପ୍ରାକୃତିକ ଅମ୍ଳଜାନ ଗ୍ରହଣ କରୁଛନ୍ତି। ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଉପରେ ଲଗାତାର ନଜର ରଖିଛନ୍ତି। ଅଗଷ୍ଟ ୨୫ରେ ରାଜୁ ଶ୍ରୀବାସ୍ତବଙ୍କୁ ହୋଶ୍‌ ଆସିଥିଲା। ହେଲେ ଏମ୍ସରେ ଭର୍ତ୍ତି ହେବା ପରଠାରୁ ସେ ହୋଶ୍‌ରେ ନ ଥିଲେ। ସୂଚନାଥାଉ କି, ଅଗଷ୍ଟ ୯ରେ ରାଜୁ ଶ୍ରୀବାସ୍ତବ ଦିଲ୍ଲୀର ଏକ ହୋଟେଲରେ ଓ୍ୱାର୍କଆଉଟ କରୁଥିବା ବେଳେ ଅଚାନକ୍‌ ତାଙ୍କୁ ହାର୍ଟ ଆଟାକ୍‌ ଆସିଥିଲା। ଏହାପରେ ରାଜୁଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା।

ରାଜୁ ଶ୍ରୀବାସ୍ତବଙ୍କୁ ନେଇ ପୂରା ବଲିଉଡ୍‌ ଚିନ୍ତିତ ଅଛି। ଅମିତାଭ ବଚ୍ଚନଙ୍କଠାରୁ ଆରମ୍ଭ କରି ମନୋଜ ମୁନ୍ତଶିର, ଶେଖର ସୁମନ, କପିଲ ଶର୍ମା, ଜୟାପ୍ରଦା, ସୋନୁ ନିଗମ, କୈଲାସ ଖୈର, ରବି କିଶନ, ସୁନିଲ ପାଲ, ରାଜପାଲ ଯାଦବ, କ୍ରିକେଟର ହରଭଜନ ସିଂଙ୍କ ସମେତ ଅନେକ ବଡ଼ ବଡ଼ ଷ୍ଟାର୍‌ ରାଜୁଙ୍କ ପାଇଁ ଲଗାତାର ପ୍ରାର୍ଥନା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.