ଆଜି ହେବ କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ଅନ୍ତିମ ସଂସ୍କାର, ଦିଲ୍ଲୀର ନିଗମ ବୋଧଘାଟରେ ହେବ ଶେଷକୃତ୍ୟ

ସବୁଦିନ ପାଇଁ ଛାଡିଚାଲିଯାଇଛନ୍ତି ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ। ରାଜୁଙ୍କ ମୃତ୍ୟୁ ସମଗ୍ର ଦେଶ ସ୍ତବ୍ଧ ହୋଇପଡିଛି। ଦିଲ୍ଲୀରେ ଆଜି ସକାଳ ୯.୩୦ରେ ରାଜୁଙ୍କର ଅନ୍ତିମ ସଂସ୍କାର କରାଯିବ। ରାଜୁଙ୍କୁ ଅନ୍ତିମ ସଂସ୍କାର ଦିଲ୍ଲୀରେ କରାଯିବ ବୋଲି ପରିବାର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀର ନିଗମ ବୋଧ ଘାଟରେ ହେବ ଶେଷକୃତ୍ୟ । ଜୀବନ ଯୁଦ୍ଧରେ ଦୀର୍ଘ ୪୨ ଦିନ ହେବ ସଂଘର୍ଷ କରି ହାର ମାନିଛନ୍ତି ରାଜୁ। ଦିଲ୍ଲୀ ଏମ୍ସରେ ଗତକାଲି ସକାଳ ୧୦.୨୦ରେ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ ହୋଇଛି। ଅଗଷ୍ଟ ୧୦ ତାରିଖରେ ଜିମରେ ଥିବା ବେଳେ ରାଜୁଙ୍କୁ ହୃଦ୍‌ଘାତ ହୋଇଥିଲା। ଫଳରେ ସେ ଟ୍ରେଡମିଲରୁ ତଳକୁ ପଡିଯାଇଥିଲେ। ତାଙ୍କୁ ତୁରନ୍ତ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଗତକାଲି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ତେବେ ସମସ୍ତଙ୍କୁ ହସାଉଥିବା ରାଜୁଙ୍କୁ ମୃତ୍ୟୁରେ ଆଜି ସମସ୍ତେ କାନ୍ଦୁଛନ୍ତି। ରାଜୁଙ୍କ ମୃତ୍ୟୁ ସମଗ୍ର ଦେଶ ସ୍ତବ୍ଧ ହୋଇପଡିଛି। ଦିଲ୍ଲୀରେ ଆଜି ସକାଳ ୯.୩୦ରେ ରାଜୁଙ୍କର ଅନ୍ତିମ ସଂସ୍କାର କରାଯିବ। ରାଜୁଙ୍କୁ ଅନ୍ତିମ ସଂସ୍କାର ଦିଲ୍ଲୀରେ କରାଯିବ ବୋଲି ପରିବାର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀର ନିଗମ ବୋଧ ଘାଟରେ ହେବ ଶେଷକୃତ୍ୟ । ରାଜୁଙ୍କ ପତ୍ନୀ ଶିଖା ଶ୍ରୀବାସ୍ତବ, ଝିଅ ଅନ୍ତରା ଶ୍ରୀବାସ୍ତବ ଏବଂ ପୁଅ ଆୟୁଷ୍ମାନ ଶ୍ରୀବାସ୍ତବ ଦିଲ୍ଲୀରେ ରାଜୁଙ୍କୁ ଅନ୍ତିମ ସଂସ୍କାର କରିବେ ବୋଲି ସୂଚନା ଦେଇଛନ୍ତି। ଦିଲ୍ଲୀର ଦଶରଥପୁରୀ ଅଞ୍ଚଳରେ ରାଜୁଙ୍କ ଅନ୍ତିମ ଶୋଭାଯାତ୍ରା ବାହାରିବ। ରାଜୁଙ୍କ ଅନ୍ତିମ ଶୋଭାଯାତ୍ରା ବଡବଡ ସେଲିବ୍ରିଟି ଯୋଗ ଦେବାର ସୂଚନା ରହିଛି।

ସୂଚନାଯୋଗ୍ୟ, ୫୮ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ରାଜୁଙ୍କ ପରଲୋକ ହୋଇଛି। ଦିଲ୍ଲୀରେ ଜିମ୍ ବେଳେ ରାଜୁ ଶ୍ରୀବାସ୍ତବ ହଠାତ୍ ହୃଦଘାତରେ ଶିକାର ହୋଇଥିଲେ। ଏହାପରେ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କ ବ୍ରେନ୍‌ ଡେମେଜ୍ ହୋଇଯାଇଥିବା ଖବର ଆସିଥିଲା। ପୁଣି ଔଷଧ ଦିଆଯିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ନେଇ ଖବର ଆସିଥିଲା। ରାଜୁ ତାଙ୍କ ଗୋଡ଼ ହଲାଇଥିଲେ ବୋଲି ଖବର ମିଳିଥିଲା। ତେବେ ରାଜୁଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ପ୍ରଧାନମନ୍ତ୍ରୀ ବହନ କରିବେ ବୋଲି ଘୋଷଣା କରିଥିଲେ। ହେଲେ ଡାକ୍ତର, ପରିବାର ଏବଂ ଫ୍ୟାନ୍ସଙ୍କ ଆଶା ଶେଷରେ ମଉଳିଗଲା।

୧୯୯୩ ମସିହାରୁ କ୍ୟାରିୟର ଆରମ୍ଭ କରିଥିବା ରାଜୁ ଭାରତ ଏବଂ ଭାରତ ବାହାରେ ଅନେକ ଷ୍ଟେଜ୍‌ ଶୋ’ କରି ଲୋକପ୍ରିୟତା ହାସଲ କରିଛନ୍ତି। ରାଜୁ ଶ୍ରୀବାସ୍ତବଙ୍କୁ କମେଡିର ବାଦ୍‌ଶାହ କୁହାଯାଏ। ଲୋକଙ୍କ ମଧ୍ୟରେ ‘ଗଜୋଧର ଭୈୟା’ ନାମରେ ରାଜୁ ନିଜର ଏକ ଅଲଗା ପ୍ରକାର ପରିଚୟ ସୃଷ୍ଟି କରିଛନ୍ତି। ସେ ଅନେକ ଫିଲ୍ମ ଏବଂ ଟିଭି ଶୋ’ରେ କାମ କରିଛନ୍ତି। ବର୍ଷ ବର୍ଷ ଧରି ରାଜୁ ନିଜର କମେଡି ଦ୍ୱାରା ଲୋକମାନଙ୍କୁ ହସାଇ ଆସୁଛନ୍ତି। ସେ ପିଲାବେଳୁ ହିଁ କମେଡିଆନ ହେବାକୁ ଚାହୁଁଥିଲେ ଏବଂ ନିଜର ଏହି ସ୍ୱପ୍ନକୁ ପୂରା ମଧ୍ୟ କରିଥିଲେ। ରାଜୁ ଶ୍ରୀବାସ୍ତବ ଷ୍ଟେଜ୍‌ ଶୋ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ।

Also Read : ଚାଲିଗଲେ କମେଡିଆନ ରାଜୁ ଶ୍ରୀବାସ୍ତବ, ସମସ୍ତଙ୍କୁ ହସାଉଥିବା ଲୋକ କନ୍ଦାଇ ଦେଇ ଚାଲିଗଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.