ରାଜୁ ଶ୍ରୀବାସ୍ତବଙ୍କ ସାନ ଭାଇ କାଜୁ ଶ୍ରୀବାସ୍ତବ ବି ଏମ୍ସରେ ଭର୍ତ୍ତି, ପରିବାରରେ ଦୁଃଖର ବାତାବରଣ

କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି। ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଛି। ଏବେ ସେ ଭେଣ୍ଟିଲେଟରରେ ରହିଛନ୍ତି। ଏହାରି ଭିତରେ ରାଜୁଙ୍କ ପିଆର୍‌ଓ ଗର୍ବିତ୍‌ ନାରଙ୍ଗ ମିଡିଆକୁ ସୂଚନା ଦେଇଛନ୍ତି ଯେ ରାଜୁଙ୍କ ସାନ ଭାଇ କାଜୁ ମଧ୍ୟ ଏମ୍ସରେ ଭର୍ତ୍ତି ହୋଇଛନ୍ତି ଏବଂ ଏଠାରେ ତାଙ୍କର ଚିକିତ୍ସା ଚାଲିଛି।

ଖବର ମୁତାବକ, ରାଜୁଙ୍କ ଭାଇ କାଜୁ ଶ୍ରୀବାସ୍ତବଙ୍କର କାନ ତଳେ ଅପରେସନ ହୋଇଛି। ଗତ ୩ ଦିନରୁ ସେ ଏମ୍ସରେ ଆଡ୍‌ମିଟ ଅଛନ୍ତି। କିନ୍ତୁ ବଡ଼ ଭାଇ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ତାଙ୍କୁ କୌଣସି ଖବର ନାହିଁ।

ରାଜୁଙ୍କ ଚିକିତ୍ସା ଏମ୍ସର ସେକେଣ୍ଡ ଫ୍ଲୋର୍‌ରେ ଥିବା କାର୍ଡିୟାକ୍‌ ୟୁନିଟ୍‌ର ଆଇସିୟୁରେ ଚାଲିଛି। ସେଠି କାଜୁଙ୍କୁ ଥାର୍ଡ ଫ୍ଲୋର୍‌ରେ ରଖାଯାଇଛି। ରକ୍ଷା ବନ୍ଧନ ଉତ୍ସବ ବେଳେ ଦୁଇ ଭାଇ ହସ୍ପିଟାଲରେ ଭର୍ତ୍ତି ହେବା ପରିବାରରେ ଦୁଃଖର ବାତାବରଣ ସୃଷ୍ଟି କରିଛି।

ସୂଚନାଥାଉ କି, ରାଜୁ ଶ୍ରୀବାସ୍ତବ ହୋଟେଲ ଜିମ୍‌ରେ ଓ୍ୱାର୍କଆଉଟ କରୁଥିବା ବେଳେ ଅଚାନକ୍ ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା। ଏହାପରେ ରାଜୁଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା। ବର୍ତ୍ତମାନ ସେ ଭେଣ୍ଟିଲେଟରରେ ଲାଇଫ୍ ସପୋର୍ଟରେ ରହିଛନ୍ତି। ଫ୍ୟାନମାନେ ରାଜୁଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ବର୍ତ୍ତମାନ ରାଜୁ ଶ୍ରୀବାସ୍ତବ ଉତ୍ତର ପ୍ରଦେଶ ଫିଲ୍ମ ବିକାଶ ପରିଷଦର ଅଧ୍ୟକ୍ଷ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.