ପୁଣି ବିବାହ କରିବାକୁ ଯାଉଛନ୍ତି ହ୍ରିତିକ! ସବାଙ୍କ ସହ ବିବାହ ଖବର ଶୁଣି ଏମିତି କହିଲେ ବାପା ରାକେଶ ରୋଶନ
ଗୁଜବ ଉଠିଛି କୁଆଡେ ନଭେମ୍ବରରେ ବିବାହ କରିବାକୁ ଯାଉଛନ୍ତି ହ୍ରିତିକ ରୋଶନ ଏବଂ ସବା ଆଜାଦ। ଏହି ଖବର ପରେ ଉଭୟ ଏହି ବିଷୟକୁ ନେଇ ଚୁପ୍ ରହିଥିବାବେଳେ ରାକେଶ ରୋଶନ ଏହି ଖବରକୁ ନେଇ ଏମିତି ଦେଲେ ନିଜର ପ୍ରତିକ୍ରିୟା।
ମୁମ୍ବାଇ:ବଲିଉଡ ଅଭିନେତା ହ୍ରିତିକ ରୋଶନ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି। ପତ୍ନୀ ସୁଜୈନ ଖାନଙ୍କ ସହିତ ଛାଡପତ୍ର ପରେ ଏ ପର୍ଯ୍ୟନ୍ତ ତାଙ୍କ ନାମ ସବା ଆଜାଦଙ୍କ ସହ ଯୋଡି ହୋଇଛି ।
ତେବେ ହ୍ରିତିକ ରୋଶନ ଏବଂ ସବା ଆଜାଦ ହୁଏତ ସେମାନଙ୍କ ସମ୍ପର୍କ ବିଷୟରେ କୌଣସି ବିବୃତ୍ତି ଦେଇନାହାଁନ୍ତି, କିନ୍ତୁ ଏହି କପଲ୍ ସର୍ବଦା ସର୍ବସାଧାରଣ ନଜର ଆସନ୍ତି ଏବଂ ସୋସିଆଲ ମିଡିଆରେ ପରସ୍ପର ପ୍ରତି ଭଲପାଇବା ଦେଖାଇଥାନ୍ତି ଯେପରି ସେମାନେ ପ୍ରକୃତରେ ଏକାଠି ଅଛନ୍ତି। ତେବେ ନିକଟରେ ଏକ ଗୁଜବ ଉଠିଛି କି ଉଭୟ ନଭେମ୍ବରରେ ବିବାହ କରିବାକୁ ଯାଉଛନ୍ତି। ତେବେ ଏହି ଖବର ପରେ ଉଭୟ ଏହି ବିଷୟକୁ ନେଇ ଚୁପ୍ ରହିଛନ୍ତି।

କିନ୍ତୁ ଅନ୍ଯପଟେ ହ୍ରିତିକଙ୍କ ପିତା ତଥା ଚଳଚ୍ଚିତ୍ର ନିର୍ମାତା ରାକେଶ ରୋଶନ ଏହି ରିପୋର୍ଟ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ପୁଅର ଜୀବନରେ ଏପରି କୌଣସି ଖବର ବିଷୟରେ ସେ ଅବଗତ ନୁହଁନ୍ତି ବୋଲି ରାକେଶ କହିଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ ଏ ବିଷୟରେ କିଛି ବି ଶୁଣି ନାହାନ୍ତି। ରୋଶନ ପରିବାର ବିଭିନ୍ନ ଉତ୍ସବରେ ସବାଙ୍କୁ ଦେଖିବାକୁ ମିଳିଛି। ଏହି କପଲ୍ ଏକାଠି ବିଭିନ୍ନ ଭ୍ଯାକେସନ୍ ରେ ଯାଇଥାନ୍ତି ଏବଂ ପ୍ରାୟତଃ ସୋସିଆଲ ମିଡିଆରେ ସେମାନଙ୍କ ଛୁଟି ଦିନର ଫଟୋ ସେୟାର କରନ୍ତି।

ହ୍ରିତିକ ପୂର୍ବରୁ ସୁଜୈନ ଖାନଙ୍କୁ ବିବାହ କରିଥିଲେ। ୨୦୦୪ ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏବଂ ବିବାହର ଦଶ ବର୍ଷ ପରେ, ଏହି ଦମ୍ପତି ଅଲଗା ହୋଇଥିଲେ। ହଁ ଦର୍ଶକବନ୍ଧୁ ୨୦୧୪ରେ ଉଭୟଙ୍କ ଛାଡପତ୍ର ହୋଇଥିଲେ। ହ୍ରିତିକ ପୂର୍ବ ପତ୍ନୀ ସୁଜୈନଙ୍କର ଦୁଇଟି ପୁଅ ଅଛନ୍ତି – ହ୍ରିଦାନ ଏବଂ ହ୍ରିହାନ୍। ୱାର୍କ ଫ୍ରଣ୍ଟରେ ହ୍ରିତିକ, ଦୀପିକା ପାଦୁକୋନଙ୍କ ସହ ସିଦ୍ଧାର୍ଥ ଆନନ୍ଦଙ୍କ ଫାଇଟର ମୁଭିରେ ନଜର ଆସିବାକୁ ଯାଉଛନ୍ତି । ଏହାସହ ଟାଇଗର ୩ ରେ ମଧ୍ଯ ତାଙ୍କୁ କିଛି ସମୟ ପାଇଁ ଦେଖିବାକୁ ମିଳିପାରେ ବୋଲି ଆଶା କରାଯାଉଛି।