ମନୋରଂଜନ

ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ରାଖୀ ସାୱନ୍ତ, ଭାଇରାଲ ହେଉଛି ଫଟୋ

ବଲିଉଡରେ ଡ୍ରାମା କୁଇନ୍‌ ଭାବରେ ଜଣାଶୁଣା ରାଖୀ ସାୱନ୍ତ ପ୍ରାୟତଃ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି । ସେ ଲାଇମଲାଇଟ୍ ଚୋରି କରିବାକୁ ଗୋଟିଏ ବି ସୁଯୋଗ ଛାଡନ୍ତି ନାହିଁ । ତାଙ୍କ ଷ୍ଟାଇଲ୍‌ ଏବଂ ବିବାଦ ପାଇଁ ଅନେକ ସମୟରେ ଖବରରେ ଥିବା ରାଖୀ ସାୱନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଗଲା, ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, କୁହାଯାଉଛି ଯେ ରାଖୀ ସାୱନ୍ତ ଏକ ଗୁରୁତର ହାର୍ଟ ଆଟାକରେ ପୀଡିତ । ତେବେ ଭୟଙ୍କର ଅବସ୍ଥାରେ ତାଙ୍କ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ସେ ହସ୍ପିଟାଲ ବେଡ୍‌ରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବାର ନଜର ଆସିଛନ୍ତି । ଏହି ଫଟୋଟି ଇନ୍‌ଷ୍ଟଗ୍ରାମ ଆକାଉଣ୍ଟ viralbhayaniରେ ଦେଖିବାକୁ ମିଳିଛି ।

ରାଖୀ ସାୱନ୍ତଙ୍କ ଏହି ଫଟୋଗୁଡ଼ିକୁ ଦେଖିଲେ ଏହା ସ୍ପଷ୍ଟ ହେଉଛି ଯେ ତାଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ହୋଇଛି । ତେବେ ଫଟୋଗୁଡ଼ିକରେ ନର୍ସ ତାଙ୍କର ବିପି ପରୀକ୍ଷା କରୁଥିବା ଦେଖିବାକୁ ମିଳିଛି । ଏହା ପରେ ପଛରେ ଏକ ବଡ ECG ମେସିନ୍ ମଧ୍ୟ ସେଠାରେ ରଖାଯାଇଛି । ବର୍ତ୍ତମାନ ଡାକ୍ତରମାନେ କହିଛନ୍ତି ଯେ ତାଙ୍କର ହାର୍ଟ ଆଟାକ୍‌ର ଗୁରୁତର ସମସ୍ୟା ରହିଛି । ତେବେ ବର୍ତ୍ତମାନ ଅଭିନେତ୍ରୀଙ୍କ ସହ କ’ଣ ହୋଇଛି ସେ ସମ୍ବନ୍ଧରେ ସମ୍ପୂର୍ଣ୍ଣ ସୂଚନା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ଏହା ବ୍ୟତୀତ ରାଖୀ ସାୱନ୍ତଙ୍କୁ ପୂର୍ବରୁ ଅନେକ ଥର ହସ୍ପିଟାଲରେ ଆଡମିଶନ କରାଯାଇଛି । କିଛି ସମୟ ପୂର୍ବରୁ ସେ ମଧ୍ୟ କହିଥିଲେ ଯେ ତାଙ୍କ ପେଟରେ ଗୋଟିଏ ଷ୍ଟୋନ୍‌ ଅଛି ଯାହା ପାଇଁ ଏକ ଅପରେସନ୍ କରାଯାଇଥିଲା । ଏହି ଅପରେସନ୍ ୪ ଘଣ୍ଟା ଧରି ଚାଲିଥିଲା । ଏହି ଷ୍ଟୋନ୍‌ଟି ଗର୍ଭାଶୟ ଉପରେ ଥିଲା । ଏହି କାରଣରୁ ରାଖୀ ସାୱନ୍ତଙ୍କୁ ବହୁତ ଯନ୍ତ୍ରଣା ଭୋଗିବାକୁ ପଡିଥିଲା ।

ଏହା ସହ ଦୁବାଇରେ ବହୁତ ସମୟ ରହିବା ପରେ ଏବେ ରାଖୀ ସାୱନ୍ତ ମୁମ୍ବାଇ ଫେରିଛନ୍ତି । ଅଭିନେତ୍ରୀ କହିଛନ୍ତି ଯେ ଚାକିରି ହେତୁ ସେ ଦୁବାଇରେ ଅନେକ ସମୟ ରହିଥାନ୍ତି । ସେ ସେଠାରେ ଟିକଟୋକରେ ଭିଡିଓ ତିଆରି କରନ୍ତି । ତେବେ ରାଖୀ ସାୱନ୍ତ ତାଙ୍କ ବିବାଦୀୟ ବକ୍ତବ୍ୟରେ ଆଲୋଡ଼ନ ସୃଷ୍ଟି କରିବା ପାଇଁ ଜଣାଶୁଣା । ନିକଟରେ ଆଦିଲ ଦୁରାନୀଙ୍କ ସହ ତାଙ୍କର ଛାଡପତ୍ର ପ୍ରସଙ୍ଗ ଖବରରେ ଥିଲା । ସେହି ମାମଲା ଏପର୍ଯ୍ୟନ୍ତ ସମାଧାନ ହୋଇ ନଥିଲା, କିନ୍ତୁ ଏବେ ଅଭିନେତ୍ରୀ ତାଙ୍କ ପୂର୍ବତନ ସ୍ୱାମୀ ରିତେଶଙ୍କ ସହ ଦେଖିବାକୁ ମିଳିଛନ୍ତି । ଆଜିକାଲି ସେ ତାଙ୍କ ସହ ମୁମ୍ବାଇରେ ନଜର ଆସୁଛନ୍ତି । ତେବେ ଅଭିନେତ୍ରୀଙ୍କୁ ଶେଷ ଥର ପାଇଁ ‘ବିଗ୍ ବସ୍ ମରାଠୀ’ରେ ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ସେ ଅନେକ ମ୍ୟୁଜିକ୍ ଭିଡିଓରେ ମଧ୍ୟ ନଜର ଆସିଛନ୍ତି ।

D Sonali

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

2 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

2 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

6 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

29 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

37 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

43 mins ago