ସମାନ ରଙ୍ଗର ପୋଷାକ ପିନ୍ଧିଥିବାରୁ ଝଗଡା ଲାଗିଲେ ସାରା ଓ ରାକ୍ଷୀ, ଭିଡିଓ ହେଉଛି ଭାଇରାଲ୍

IIFAରେ ସମାନ ରଙ୍ଗର ପୋଷାକରେ ନଜର ଆସିଲେ ଏହି ଦୁଇ ଅଭିନେତ୍ରୀ। ଏହି କାରଣରୁ ହଠାତ୍ ଲାଗିଗଲେ ଝଗଡା ! ଭିଡିଓ ହେଉଛି ଭାଇରାଲ୍।

ମୁମ୍ବାଇ: ସାରା ଅଲି ଖାନ୍ ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଜରା ହାଟକେ ଜାରା ବାଚକେ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସାରା ଅଲି ଖାନ୍ ଏବଂ ବିକି କୌଶଲ ସେମାନଙ୍କର ଆଗାମୀ ଚଳଚ୍ଚିତ୍ରର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ବର୍ତ୍ତମାନ ଏସବୁ ମଧ୍ୟରେ ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ ମଜାଦାର ଭିଡିଓ ସେୟାର କରି ପ୍ରଶଂସକଙ୍କ ମଧ୍ୟରେ ତାଙ୍କ ଫିଲ୍ମ ପ୍ରତି ଆଗ୍ରହ ବଢାଇବାକୁ ଚେଷ୍ଟା କରିଛନ୍ତି।

ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି ଭିଡିଓରେ, ଅଭିନେତ୍ରୀ ସାରା ଅଲି ଖାନ୍ ଟିଭିର ସବୁଠାରୁ ବଡ ‘ଡ୍ରାମା କୁଇନ୍’ ଅଭିନେତ୍ରୀ ରାଖୀ ସାୱନ୍ତଙ୍କ ସହିତ ନଜର ଆସୁଛନ୍ତି । ଆଇଫା ଆୱାର୍ଡ ୨୦୨୩ ପାଇଁ ସେ ନିକଟରେ ଅବୁଧାବିରେ ପହଞ୍ଚିଥିଲେ। ଏଠାରେ ସାରା ତାଙ୍କ ଅପକମିଂ ସିନେମା ଜବରଦସ୍ତ ପ୍ରମୋସନ ବି କରିଥିଲେ।

 

View this post on Instagram

 

A post shared by Sara Ali Khan (@saraalikhan95)

ତେବେ ସାରା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଯେଉଁ ମଜାଳିଆ ଭିଡିଓ ସେୟାର କରିଛନ୍ତି ସେଥିରେ ଦେଖିବାକୁ ମିଳୁଛି କି,  ରାକ୍ଷୀ ସାୱନ୍ତ ଏବଂ ସାରା ଉଭୟ ଲାଲ ରଙ୍ଗର ସମାନ ପୋଷାକ ପିନ୍ଧିଛନ୍ତି। ଭିଡିଓରେ ସାରା ୱାସ ରୁମରୁ ବାହାରକୁ ଆସୁଥିବା ବେଳେ ହଠାତ୍ ରାକ୍ଷୀଙ୍କ ସହିତ ଧକ୍କା ହୋଇଯାଛନ୍ତି ଏବଂ ତାଙ୍କୁ ଦେଖି ଚମକି ପଡୁଛନ୍ତି । ଉଭୟ ସମାନ ରଙ୍ଗର ପୋଷାକ ପିନ୍ଧିଥିବା ହେତୁ ସାରା ରାକ୍ଷୀଙ୍କ ସହିତ ଝଗଡ଼ା ଲଗାଇ ରାଗି ଯାଇ କହୁଛନ୍ତି,‘ତୁମେ ମୋ ଭଳି ସମାନ ରଙ୍ଗର ପୋଷାକ କାହିଁକି ପିନ୍ଧିଲ। ତୁମକୁ ପାପ ଲାଗିବ।’ତାପରେ ଉଭୟ ଫିଲ୍ମ ‘ଜରା ହାଟକେ ଜାରା ବାଚକେ’ ଗୀତରେ ନାଚୁଥିବା ଦେଖିବାକୁ ମିଳୁଛି।

ଏହି ଭିଡିଓ ସେୟାର କରି ‘କେଦାରନାଥ’ ଫିଲ୍ମର ଏହି ଖ୍ୟାତନାମା ଅଭିନେତ୍ରୀ ଲେଖିଛନ୍ତି, ରେଡ ହଟ ଚିଲି-ଯେତେବେଳେ ସୌମ୍ୟା ଭେଟିଥିଲେ ରାଖୀ ଜୀଙ୍କୁ। କହିରଖୁଛୁ ଯେ ସାରାଙ୍କ ନା ଏହି ଫିଲ୍ମରେ ସୌମ୍ୟା ରହିଛି । ତେବେ  ଉଭୟ ଅଭିନେତ୍ରୀଙ୍କ ପ୍ରଶଂସକମାନେ ଏହି ଭିଡିଓକୁ ଜବରଦସ୍ତ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି “ଏହା କେତେ ସୁନ୍ଦର”। ଅନ୍ୟ ଜଣେ ଲେଖିଛନ୍ତି, “ଏହା ଅତ୍ୟନ୍ତ ମଜାଳିଆ” । ତେବେ ଏଭଳି ସମାନ ରଙ୍ଗର ପୋଷାକ ଦୁହେଁ ଜାଣିଶୁଣି ପିନ୍ଧିଥିବା ବେଳେ ଝଗଡ଼ା ଲାଗିବା ବାସ୍ତବ ନୁହେଁ ଏହା ଏକ  ଅଭିନୟ ଥିଲା ବୋଲି କୁହାଯାଉଛି।

IIFA ପୁରସ୍କାର ସମୟରେ ଏହି ଉଭୟ ଅଭିନେତ୍ରୀଙ୍କୁ ସମାନ ରଙ୍ଗର ପୋଷାକରେ ଦେଖିବାକୁ ମିଳିବା  କାରଣରୁ ଅନେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା କି ସାରା ଅଲି ଖାନ୍ ଏହାଦେଖିବା ପରେ ରାକ୍ଷୀଙ୍କୁ ଅଣଦେଖା କରିଥିଲେ । କିନ୍ତୁ ବର୍ତ୍ତମାନ ଅଭିନେତ୍ରୀଙ୍କ ଏହି ଭିଡିଓକୁ ଦେଖିବା ପରେ ଜମାରୁ ଲାଗୁନାହିଁ ଯେ ଉଭୟଙ୍କ ମଧ୍ୟରେ କୌଣସି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.