ନୂଆ ବୟଫ୍ରେଣ୍ଡ୍‌ଙ୍କ ସହ ନିର୍ବନ୍ଧ କଲେ ରାକ୍ଷୀ ସାଓ୍ଵନ୍ତ, ପୁଣି ବାହା ହେବାକୁ ହେଲେଣି ପ୍ରସ୍ତୁତ

ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ଵନ୍ତ ସବୁବେଳେ କିଛି ନା କିଛି କାରଣ ଯୋଗୁ ଚର୍ଚ୍ଚାରେ ରହିଥାନ୍ତି। ସେ ବିଗ୍‌ ବସ୍‌ ହେଉ କି ରିତେଶଙ୍କୁ ସ୍ୱାମୀ ବୋଲି ଦାବି କରି ହେଉ, ସବୁବେଳେ ବିବାଦ ଘେରରେ ରହିଥାନ୍ତି ଏହି କଣ୍ଟ୍ରୋଭର୍ସି କୁଇନ୍‌। ତେବେ ନିକଟରେ ନୂଆ ବୟଫ୍ରେଣ୍ଡ୍‌କୁ ନେଇ ଚର୍ଚ୍ଚାକୁ ଆସିଥିଲେ ରାକ୍ଷୀ। ସୋସିଆଲ ମିଡିଆରେ ରାକ୍ଷୀ ଓ ତାଙ୍କ ନୂଆ ବୟଫ୍ରେଣ୍ଡ୍‌ଙ୍କ ଫଟୋ ସାମ୍ନାକୁ ଆସିଥିଲା। ରାକ୍ଷୀ ଘୋଷଣା କରିଥିଲେ ଯେ ସେ ଆଉ ସିଙ୍ଗଲ ନାହାନ୍ତି। ଏବେ ତାଙ୍କର ନୂଆ ବୟଫ୍ରେଣ୍ଡ୍‌ ହୋଇଯାଇଛି। ଆଦିଲ ଦୁରାନୀ ନାମକ ଯୁବକଙ୍କ ସହ ସେ ରିଲେସନ୍‌ସିପ୍‌ରେ ଅଛନ୍ତି। ସେ ଏବେ ତାଙ୍କ ପ୍ରେମିକ।

ତେବେ ବର୍ତ୍ତମାନ ରାକ୍ଷୀଙ୍କୁ ନେଇ ଏକ ନୂଆ କଥା ସାମ୍ନାକୁ ଆସିଛି। କୁହାଯାଉଛି ଯେ ରାକ୍ଷୀ ସାଓ୍ଵନ୍ତ ଏବେ ଆଦିଲଙ୍କ ସହ ନିର୍ବନ୍ଧ କରିଛନ୍ତି। ନିଜେ ରାକ୍ଷୀ ଏକ ଇଣ୍ଟରଭ୍ୟୁ ବେଳେ ଏହି ସୂଚନା ଦେଇଛନ୍ତି। ନିଜ ନିର୍ବନ୍ଧ ମୁଦି ଦେଖାଇ ରାକ୍ଷୀ କହିଛନ୍ତି- ସେ ମୋ ପ୍ରେମ ଓ ଏହା କୌଣସି ପବ୍ଲିସିଟି ନୁହେଁ।

ରାକ୍ଷୀଙ୍କର ଏହି ବୟାନରୁ ଲାଗୁଛି ଯେମିତି ସେ ନିଜ ନୂଆ ବୟଫ୍ରେଣ୍ଡ୍‌ ଆଦିଲ ଦୁରାନୀଙ୍କ ସହ ନିର୍ବନ୍ଧ କରିଛନ୍ତି। ଏହା ପୂର୍ବରୁ ରାକ୍ଷୀ ଆଦିଲଙ୍କୁ ପ୍ରଶଂସା କରି କହିଥିଲେ- ଯେତେବେଳେ ଉପରବାଲା ଦିଏ ତ ଛପର ଫାଡ଼ିକି ଦିଏ ଓ ଈଶ୍ୱର ମୋତେ ଦେଇଛନ୍ତି। ଆଦିଲ ଜଣେ ସ୍ୱିଟ୍‌ ହାର୍ଟ।

 

View this post on Instagram

 

A post shared by Rakhi Sawant (@rakhisawant2511)

ସୂଚନାଯୋଗ୍ୟ ଯେ ନିକଟରେ ରାକ୍ଷୀ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ। ଭିଡିଓରେ ସେ ଜଣେ ବ୍ୟକ୍ତିଙ୍କ ସହ ନଜର ଆସିଥିଲେ। ଏହି ଭିଡିଓ ଦୁଇ ଜଣଙ୍କର କିଛି ଫଟୋକୁ ନେଇ ତିଆରି କରାଯାଇଥିଲା। ଭିଡିଓରେ ରାକ୍ଷୀ ଓ ଆଦିଲ ପରସ୍ପରକୁ ଆଲିଙ୍ଗନ ଓ କିସ୍‌ କରୁଥିବାର ନଜର ଆସିଥିଲେ।

 

View this post on Instagram

 

A post shared by RAKHI SAWANT 🤍 (@rakhisawant_fan_)

କେବଳ ଏତିକି ନୁହେଁ, ଗତ ମାସରେ ରାକ୍ଷୀଙ୍କୁ ଏକ ନୂଆ ବିଏମ୍‌ଡବ୍ଲ୍ୟୁରେ ବସିଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ସେତେବେଳେ ରାକ୍ଷୀ କହିଥିଲେ ଯେ ଏହି ଲଗ୍‌ଜ୍ୟୁରୀ କାର ତାଙ୍କ ବୟଫ୍ରେଣ୍ଡ୍‌ ଆଦିଲ ଦୁରାନୀ ଗିଫ୍ଟ କରିଛନ୍ତି। ରାକ୍ଷୀ କହିଥିଲେ- ମୋତେ ଏହି କାର ମୋ ସ୍ୱିଟ୍‌ ହାର୍ଟ ଉପହାରରେ ଦେଇଛନ୍ତି।

Also Read: ଆଉ ଏକ୍ସରସାଇଜ୍‌ କରିବା ଦରକାର ନାହିଁ, ଖାଲି ପେଟର ପିଅନ୍ତୁ କେବଳ ଏହି ଡ୍ରିଙ୍କ୍‌ ଓ କମାନ୍ତୁ ଓଜନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.