#MeToo ବିବାଦ : ତନୁଶ୍ରୀଙ୍କ ବିରୋଧରେ ମାନହାନି ମମଲା କଲେ ରାକ୍ଷୀ ସାୱନ୍ତ, ଦାବି ୨୫ ପଇସା

ମୁମ୍ବାଇ : ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି #MeToo ଝଡ଼। ଏହି ଅଭିଯୋଗ ପ୍ରଥମେ ଆଣିଥିବା ତନୁଶ୍ରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଲଗାଇ ସାରିଲେଣି ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ। ତେବେ ଏନେଇ ତନୁଶ୍ରୀ ମାନହାନି ମାମଲା କରିଛନ୍ତି । ଅନ୍ୟପକ୍ଷରେ ଏବେ ରାକ୍ଷୀ ତନୁଶ୍ରୀଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଛନ୍ତି । ଆଉ ଦାବି କରିଛନ୍ତି ୨୫ ପଇସା ।

ରାକ୍ଷୀ କହିଛନ୍ତି, ମୁଁ ତନୁଶ୍ରୀ ଦତ୍ତାଙ୍କ ଉପରେ ୨୫ ପଇସାର ମାମଲା କରିଛି। କାରଣ ଝିଅ ପାଇଁ ତାଙ୍କ ମାତା-ପିତାଙ୍କୁ ଦଣ୍ଡ ମିଳିବା ଉଚିତ୍ ନୁହଁ। ଏହାପରେ ମଧ୍ୟ ଯଦି ତନୁଶ୍ରୀ ତାଙ୍କର ଗର୍ବ ଛାଡ଼ୁ ନାହାନ୍ତି ତେବେ ତାଙ୍କ ଉପରେ ମୁଁ ୫୦ କୋଟି ଟଙ୍କାର ମାନହାନି ମାମଲା ରୁଜୁ କରିବି। କାରଣ ସେ ମତେ ଅନେକ ଅପଶବ୍ଦ କହିଛନ୍ତି।

Rakhi-Sawant

ସେ କହିଛନ୍ତି କି, ମୁଁ ନିମ୍ନ ବର୍ଗର, ମତେ ମସ୍ତିଷ୍କ ସର୍ଜରୀର ଆବଶ୍ଯକତା ରହିଛି। ତନୁଶ୍ରୀ ଏହା କହିବା ଦ୍ବାରା ଖାଲି ମୋର ନୁହଁ ମୋ ମା’ଙ୍କର ମଧ୍ୟ ଅପମାନ ହୋଇଛି। ଏଥିପାଇଁ ମୁଁ ତାଙ୍କ ଉପରେ ମାମଲା ରୁଜୁ କରୁଛି।

କାହିଁକି ୨୫ ପଇସାର ମାମଲା ରୁଜୁ କରିଛନ୍ତି ପଚରାଯିବାରୁ ସେ କହିଛନ୍ତି, ତନୁଶ୍ରୀ ମୋ ବିରୋଧରେ ୧୦ କୋଟି ଟଙ୍କାର ମାମଲା ରୁଜୁ କରୁ ବା ୫୦ କୋଟିର, ମୁଁ ସେତିକି ମୁଲ୍ଯବାନ। ମୁଁ କିନ୍ତୁ ତାଙ୍କ ଦାମ୍ ମାତ୍ର ୨୫ ପଇସାର ବୋଲି ଭାବୁଛି । ଏଣୁ ମୁଁ ତାଙ୍କ ବିରୋଧରେ ସେତିକି ପଇସାର ମାମଲା ରୁଜୁ କରୁଛି।

ଉଲ୍ଲେଖଯୋଗ୍ୟ ଯେ ଏବେ ଆଉ ୨୫ ପଇସା ବଜାରରେ ଚଳୁ ନାହିଁ ।

Leave A Reply

Your email address will not be published.