ସର୍ଜରୀ ପରେ ସାମ୍ନାକୁ ଆସିଲା ରାକ୍ଷୀଙ୍କ ପ୍ରଥମ ଭିଡିଓ, କଷ୍ଟ ଅନୁଭବ କରୁଥିବାର ଆସିଲେ ନଜର

ଆଜିକାଲି ରାକ୍ଷୀ ସାୱନ୍ତ ନିଜ ସ୍ୱାସ୍ଥ୍ୟା ସମସ୍ୟାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଅସୁସ୍ଥତା ହେତୁ ରାକ୍ଷୀ ସାୱନ୍ତଙ୍କୁ ମୁମ୍ବାଇର ଏକ ହସପିଟାଲରେ ଭର୍ତ୍ତି କରାଯାଇଥିଲା, ଏହା ପରେ ସେ ଅନେକ ରୋଗରେ ପୀଡିତ ଥିବା ଜଣାପଡିଥିଲା । କୁହାଯାଇଥିଲା ଯେ ହାର୍ଟ ଆଟାକ ସହିତ ଅଭିନେତ୍ରୀଙ୍କ କିଡନୀ ମଧ୍ୟ ଖରାପ ହୋଇଯାଇଛି । କେବଳ ଏତିକି ନୁହେଁ, ତାଙ୍କ ପେଟରେ ମଧ୍ୟ ୧୦ ସେମି ଟ୍ୟୁମର ମଧ୍ୟ ଥିଲା, ଯାହା ପରେ ତାଙ୍କୁ ସର୍ଜରୀ କରିବାକୁ ପଡିଲା । ବର୍ତ୍ତମାନ ସର୍ଜରୀ ପରେ ରାକ୍ଷୀଙ୍କ ଏକ ପ୍ରଥମ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ବହୁତ କଷ୍ଟ ପାଇଥିବାର ଦେଖିବାକୁ ମିଳିଛି ।
ରାକ୍ଷୀଙ୍କ ଏହି ଭିଡିଓକୁ ତାଙ୍କ ପୂର୍ବତନ ସ୍ୱାମୀ ରିତେଶ ତାଙ୍କ ଇନଷ୍ଟାରେ ସେୟାର କରିଛନ୍ତି, ଯେଉଁଥିରେ ରାକ୍ଷୀ ହସପିଟାଲର ପୋଷାକରେ ନଜର ଆସିଛନ୍ତି । ଏହି ଭିଡିଓରେ ରାଖୀ ଯନ୍ତ୍ରଣାରେ ଛଟପଟ ହେଉଥିବା ନଜର ଆସିଛନ୍ତି । ଆପଣ ଏହି ଦେଖିପାରୁଥିବେ ଯେ ଯେତେବେଳେ ହସପିଟାଲର ଷ୍ଟାପ୍ମାନେ ରାକ୍ଷୀଙ୍କୁ ଚଲାଇବା ପାଇଁ ଚେଷ୍ଟା କରୁଛନ୍ତି, ସେତେବେଳେ ସେ କହୁଛନ୍ତି ଯେ ସେ କଷ୍ଟ ଅନୁଭବ କରୁଛନ୍ତି । ଏହା ପରେ ନର୍ସ ତାଙ୍କୁ ପ୍ରଥମେ ସିଧା ଠିଆ ହେବାକୁ କହୁଛନ୍ତି ଏବଂ ପରେ ଧୀରେ ଧୀରେ ଚାଲିବାକୁ ଚେଷ୍ଟା କରିବାକୁ କହୁଥିବାର ଶୁଣିବାକୁ ମିଳୁଛି । ଏହା ପରେ ରାକ୍ଷୀ ଧୀରେ ଧୀରେ ଚାଲିବା ଆରମ୍ଭ କରୁଛନ୍ତି । ତେବେ ପ୍ରଶଂସକମାନେ ରାକ୍ଷୀଙ୍କ ଅବସ୍ଥା ଦେଖି ବହୁତ ଦୁଃଖ ପ୍ରକାଶ କରିଛନ୍ତି ।
ରାକ୍ଷୀଙ୍କ ଏହି ଭିଡିଓ ସେୟାର କରିବାବେଳେ ରିତେଶ କ୍ୟାପସନରେ ଲେଖିଛନ୍ତି, ‘ମୁଁ ବହୁତ ଖୁସି, ରାକ୍ଷୀ ଜୀ ଖୁବ୍ ଶୀଘ୍ର ଆମ ମଧ୍ୟରେ ରହିବେ । ତେବେ ସର୍ଜରୀ ପରେ ଆଜି ପ୍ରଥମ ଥର ପାଇଁ ତାଙ୍କୁ ଚାଲୁଥିବାର ଦେଖି ଭଲ ଲାଗିଲା । ଭଗବାନ ଏବଂ ଲୋକମାନଙ୍କୁ ଧନ୍ୟବାଦ । ରିତେଶ ଏହି ଭିଡିଓ ସେୟାର କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି ଏବଂ ରାକ୍ଷୀଙ୍କ ପ୍ରଶଂସକମାନେ ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି ।