ରଣବୀର କପୁରଙ୍କୁ ୧ କୋଟି ମାଗୁଛନ୍ତି ରାକ୍ଷୀ ସାଓ୍ଵନ୍ତ; ଭିଡିଓ କରି କଲେ ଏମିତି କଥା…ଜାଣନ୍ତୁ ପୂରା ଘଟଣା

ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ ଖବର ଏବେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି। ବିବାହକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିବା ବେଳେ ଘରକୁ ନିକଟ ସମ୍ପର୍କୀୟମାନେ ମଧ୍ୟ ଆସିବା ଆରମ୍ଭ କରି ଦେଲେଣି। ଏହାରି ଭିତରେ ବଲିଉଡ୍‌ର ଡ୍ରାମା କ୍ୱିନ୍‌ ରାକ୍ଷୀ ସାଓ୍ଵନ୍ତଙ୍କର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ରାକ୍ଷୀ, ରଣବୀର କପୁରଙ୍କୁ ମୋଟା ଅର୍ଥ ମାଗୁଥିବା ନଜର ଆସୁଛନ୍ତି। ଏହି ଭାଇରାଲ ଭିଡିଓରେ ରାକ୍ଷୀ କହୁଛନ୍ତି ଯେ ସେ ରଣବୀର କପୁରଙ୍କ ଜୋତା ଚୋରାଇବେ।

ନିଜକୁ କହିଲେ ରଣବୀରଙ୍କ ଶାଳୀ

ଭିଡିଓରେ ରାକ୍ଷୀ ନିଜକୁ ରଣବୀର କପୁରଙ୍କ ଶାଳୀ ବୋଲି କହୁଛନ୍ତି। ଏଥି ସହିତ କହୁଛନ୍ତି ଯେ ‘ମୁଁ ଜୋତା ଚୋରାଇବି ଏବଂ ମୋତେ ୧ ଲକ୍ଷ ଟଙ୍କା ଦରକାର’। ପୁଣି ସେ କଥା ବଦଳାଇ କହୁଛନ୍ତି, ‘ମୋତେ ୧ କୋଟି ଟଙ୍କା ଦରକାର, ଏହାପରେ ମୁଁ ଜୋତା ଫେରାଇବି’।

ରାକ୍ଷୀ ସାଓ୍ଵନ୍ତଙ୍କର ଆଉ ଏକ ଭିଡିଓ ମଧ୍ୟ ବର୍ତ୍ତମାନ ବହୁତ ଚର୍ଚ୍ଚାରେ ରହିଛି। ଏହି ଭିଡିଓରେ ସେ ‘ମେହେନ୍ଦୀ ଲଗାକର ରଖନା’ ଗୀତରେ ଡ୍ୟାନ୍ସ କରୁଥିବାର ଦେଖା ଯାଉଛନ୍ତି। ଏଥି ସହିତ ରାକ୍ଷୀ କହୁଛନ୍ତି, ‘ଏହି ଖାସ୍‌ ଅବସରରେ ଆଲିଆ ସବ୍ୟସାଚୀଙ୍କ ଲେହେଙ୍ଗା ପିନ୍ଧିବାକୁ ଯାଉଛନ୍ତି, ଯେଉଁଥିରେ ସେ ବହୁତ ହଟ୍‌ ଲାଗିବେ। ରଣବୀର କପୁର ମଧ୍ୟ ହ୍ୟାଣ୍ଡ୍‌ସମ ଦେଖାଯିବେ’।

ନିକଟରେ ରାକ୍ଷୀ ସାଓ୍ଵନ୍ତ ଏକ କାର୍‌ର ଭିଡିଓ ସେୟାର କରିଥିଲେ, ଯାହାକି BMW X1 ଥିଲା। ଭିଡିଓରେ ରାକ୍ଷୀ କହିଥିଲେ କି, ତାଙ୍କୁ ଏହି କାର୍‌ ଉପହାରରେ ମିଳିଛି। ଅଭିନେତ୍ରୀ ଭିଡିଓ ପୋଷ୍ଟ କରି କ୍ୟାପସନରେ ଲେଖିଥିଲେ, ‘ମୋ ନୂଆ କାର, ମୋ ଲଭ୍‌ ମୋତେ ଗିଫ୍ଟରେ କରିଛି’। ତେବେ ଏହି କାର୍‌ ତାଙ୍କୁ କିଏ ଗିଫ୍ଟରେ ଦେଇଛି, ସେ ନେଇ କୌଣସି ନିଶ୍ଚିତ ହୋଇନି। ଫ୍ୟାନମାନେ ବି ରାକ୍ଷୀଙ୍କୁ କମେଣ୍ଟ ସେକ୍ସନରେ ପଚାରୁଛନ୍ତି ଯେ ଏହି କାର୍‌ ତାଙ୍କୁ କିଏ ଗିଫ୍ଟ କରିଛି।

 

View this post on Instagram

 

A post shared by Viral Bhayani (@viralbhayani)

 

View this post on Instagram

 

A post shared by Viral Bhayani (@viralbhayani)

Leave A Reply

Your email address will not be published.