ପୁଣି ଟ୍ଵିଷ୍ଟ, ରାକ୍ଷୀ ସାୱନ୍ତଙ୍କ ଗର୍ଭରେ ନିଜ ପିଲା ବଢୁଛି ବୋଲି ଦାବିକଲେ ଦିପକ୍ କଲାଲ୍, ଏବଂ କହିଲେ..

ବଲିଉଡ଼ର ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ ସବୁବେଳେ କିଛି ନା କିଛି କାରଣରୁ ଚର୍ଚ୍ଚାରେ ରହିଥାଆନ୍ତି । ସେହିପରି ବର୍ତ୍ତମାନ ସେ ନିଜର ସିକ୍ରେଟ ମ୍ୟାରେଜ କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ବିବାହରେ ଅନେକ କିଛି ଅଂଶକୁ ବର୍ତ୍ତମାନ ପର୍ଯ୍ୟନ୍ତ କେହି ବୁଝି ପାରି ନଥିବା ବେଳେ ରାକ୍ଷୀ ମିଡିଆକୁ କହିଛନ୍ତି ଯେ ସେ ରିତେଶ ନାମକ ଏକ ଏନଆରଆଇଙ୍କୁ ବିବାହ କରିଛନ୍ତି । ଯିଏକି ଅତିଶୀଘ୍ର ମିଡିଆ ଏବଂ ଲୋକ ମାନଙ୍କ ସାମ୍ନାକୁ ଆସିବେ । କିନ୍ତୁ ଏହା ମଧ୍ୟରେ ତାଙ୍କର ତଥାକଥିତ ପ୍ରେମୀ ଦୀପକ କଲାଲ୍ ଏକ ଆଶ୍ଚର୍ଯ୍ୟକର ବୟାନ ଦେଇଛନ୍ତି ।

 

View this post on Instagram

 

Kaisa hoga Mera Baccha? Waise Sher ka Baccha Sher hi hoga…. Plz comment Fans…..

A post shared by Deepak Kalal (@deepakkalalofficial) on

ଦୀପକ କଲାଲ୍ କହିଛନ୍ତି ଯେ ରାକ୍ଷୀ ସାୱନ୍ତ ତାଙ୍କ ପିଲାର ମା ହେବାକୁ ଯାଉଛନ୍ତି ଏବଂ ସାତ ମାସ ମଧ୍ୟରେ ସତ ଦୁନିଆ ସାମ୍ନାକୁ ଆସିବ । ଦିପକ୍ କଲାଲ୍ ନିଜର ଇନଷ୍ଟାଗ୍ରାମ ଆକଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ସେ ରାକ୍ଷୀ ସାୱନ୍ତ ଗର୍ଭବତୀ ଥିବାର ଦାବି କରିବା ସହ ଲେଖିଛନ୍ତି ” ରାକ୍ଷୀ ତୁମ ପେଟରେ ମୋର ପିଲା ବଢୁଛି ଏବଂ ସେ ନିଜ ବାପାର ଅପମାନର ପ୍ରତିଶୋଧ ନିଶ୍ଚୟ ନେବ” ।

Image result for rakhi sawant

ଏହାସହ ପଢନ୍ତୁ ପ୍ରଭାସଙ୍କ ‘ସାହୋ’ ଭାଙ୍ଗିଲା ୨୦୧୯ ର ଫାଷ୍ଟ ସଣ୍ଡେ ରେକର୍ଡ କିନ୍ତୁ ରହିଗଲେ ଭାଇଜାନଙ୍କଠୁ ପଛରେ

ଏହା ପୂର୍ବରୁ ଦିପକ୍ କଲାଲ୍ ମିଡିଆକୁ କହିଥିଲେ ଯେ ରାକ୍ଷୀ ତାଙ୍କୁ ଧୋକା ଦେଇଛନ୍ତି । ରାକ୍ଷୀ ତାଙ୍କୁ ବିବାହ କରିବା ପାଇଁ ପ୍ରତିଜ୍ଞା କରିଥିଲେ ଯେଉଁଥିପାଇଁ ସେ ରାକ୍ଷୀ ସାୱନ୍ତଙ୍କୁ ଚାରି କୋଟି ଟଙ୍କା ଦେଇଥିଲେ । ଏହା ପୂର୍ବରୁ ମଧ୍ୟ ଦିପକ୍ ଏକ ଭିଡିଓରେ ରାକ୍ଷୀଙ୍କୁ ବହୁତ ଗାଳି କରିଥିଲେ ଏବଂ କହିଥିଲେ ରାକ୍ଷୀ ତୁମକୁ ଲାଜ ଲାଗିବା କଥା ‘ ।

Image result for rakhi sawant

ଦୀପକଙ୍କର ଏହି ଆଗ୍ରେସିଭ ଭିଡିଓ ଭାଇରଲ ହେବାପରେ ରାକ୍ଷୀ କିଭଳି ଭାବେ ଚୁପ ହୋଇ ରହିପାରିଥାନ୍ତେ ! ସେ ମଧ୍ୟ ଦୀପକଙ୍କୁ ଏହାର କଡା ଜବାବ ଦେଇଥିଲେ ଦେଇଥିଲେ । ଏହାପରେ ରାକ୍ଷୀ ମଧ୍ୟ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ଲେଖିଥିଲେ ଯେ ” ଯେଉଁଭଳି ଭାବେ ସାବିତ୍ରୀ ନିଜ ପତିଙ୍କ ପ୍ରାଣ ଯମରାଜଙ୍କ ଠାରୁ ଛଡାଇ ଆଣିଥିଲେ, ଆଜି ଯେତେବେଳେ ତୁ ମୋ ସ୍ୱାମୀଙ୍କ ବିରୋଧରେ କହିଛୁ ତୁ ଜାଣିନୁ ମୁଁ କିଏ । ମୁଁ ଜଣେ ପତିବ୍ରତା । ତୁ ଯେଉଁ ପାତାଳ ଭିତରେ ଲୁଚିଲେ ମଧ୍ୟ ମୁଁ ତତେ ଖୋଜି ବାହାର କରିବି । ଆଜି ପର୍ଯ୍ୟନ୍ତ ତୁ ମୋର ଭଲ ରୂପ ଦେଖିଛୁ କିନ୍ତୁ ବର୍ତ୍ତମାନ ତୁ ମୋର କାଳୀ ରୂପ ଦେଖିବୁ । ମୁଁ ତତେ ପାତାଳ ଭିତରୁ ଖୋଜି ବାହାର କରିବି ଏବଂ ରାଧେ ମାଆଙ୍କ ତ୍ରିଶୂଳରେ ଖିନଭିନ୍ କରି ମାରିବି ।

 

Image result for rakhi sawant

ବର୍ତ୍ତମାନ ଦେଖିବାକୁ ବାକି ରହିଲା ଯେ ଦୀପକଙ୍କର ଏହି ଦାବି ପରେ ରାକ୍ଷୀ କେଉଁଭଳି ଭାବେ ନିଜର ପ୍ରତିକ୍ରିୟା ରଖୁଛନ୍ତି । ସୂଚନା ଅନୁଯାୟୀ ନିକଟରେ ରାକ୍ଷୀ ସାୱନ୍ତ କହିଛନ୍ତି ଯେ ତାଙ୍କ ପତିଙ୍କ ନାମ ରିତେଶ ଅଟେ ଏବଂ ସେ ବିବାହ ପରେ ଆମେରିକା ଚାଲି ଯାଇଛନ୍ତି । ମୋର ଭିସା ଆସିବା ପରେ ମୁଁ ମଧ୍ୟ ତାଙ୍କ ପାଖକୁ ଆମେରିକା ଚାଲିଯିବି । ଏହା ସହିତ ସେ କହିଛନ୍ତି କି ଏହାପରେ ମଧ୍ୟ ମୁଁ ଭାରତରେ କାମ କରିବା ଜାରି ରଖିବି । ମୁଁ ସବୁବେଳେ ଏକ ଟିଭି ଶୋ ପ୍ରଡ୍ୟୁସ କରିବା ପାଇଁ ଚାହୁଁଥିଲି ଏବଂ ବର୍ତ୍ତମାନ ମୋର ସ୍ୱପ୍ନ ସତ ହେବାକୁ ଯାଉଛି । ମୁଁ ଏଭଳି ଜଣେ ସ୍ଵାମୀ ପାଇଥିବାରୁ ଭାଗବାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ।