ରାକ୍ଷୀ ସାଓ୍ଵନ୍ତଙ୍କୁ ମିଳିଗଲା ତାଙ୍କ ପ୍ରକୃତ ପ୍ରେମ! ଆଦିଲ ଖାନଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚା; ବୟଫ୍ରେଣ୍ଡ୍‌ ଗିଫ୍ଟ କଲେ BMW

ବିବାଦୀୟ କ୍ୱିନ୍‌ ରାକ୍ଷୀ ସାଓ୍ଵନ୍ତ। ସବୁବେଳେ ନିଜର ବିବାଦୀୟ ବୟାନ ଏବଂ ରିଲେସନଶିପ୍‌କୁ ନେଇ ଚର୍ଚ୍ଚାରେ ଥାଆନ୍ତି। ‘ବିଗ୍‌ ବସ୍‌ ୧୫’ରେ ସେ ନିଜ ସ୍ୱାମୀ ରିତେଶ ସିଂଙ୍କୁ ସମସ୍ତଙ୍କ ସାମ୍ନାକୁ ଆଣିଥିଲେ। ଏହାପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ହେଲେ ଶୋ’ ଶେଷ ହେବା ପରେ ସେ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ଯାଇଥିଲେ। ଏ ନେଇ ସେ ନିଜେ ସୋସିଆଲ ମିଡିଆରେ ଘୋଷଣା କରିଥିଲେ। ଏବେ ତାଙ୍କର ରିତେଶଙ୍କ ସହିତ କୌଣସି ସମ୍ପର୍କ ନାହିଁ। ତେବେ ବର୍ତ୍ତମାନ ରାକ୍ଷୀ ପୁଣି ଥରେ ନିଜର ଏକ ନୂଆ ବୟଫ୍ରେଣ୍ଡକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଅଭିନେତ୍ରୀ କହିଛନ୍ତି ଯେ ଆଦିଲ ଖାନ ଦୁରାର୍ନୀଙ୍କୁ ସେ ଡେଟ୍‌ କରୁଛନ୍ତି। ରାକ୍ଷୀ ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଆଦିଲଙ୍କ ସହିତ ନିଜର ଏକ ଭିଡିଓ ସେୟାର କରିଛନ୍ତି।

ନିକଟରେ ରାକ୍ଷୀଙ୍କୁ ବିଏମ୍‌ଡବ୍ଲ୍ୟୁ କାର ଚଲାଉଥିବାର ଦେଖିବାକୁ ମିଳିଥିଲା। କୁହାଯାଉଛି ଯେ ଏହି ଦାମୀ କାର୍‌କୁ ତାଙ୍କ ବୟଫ୍ରେଣ୍ଡ୍‌ ଆଦିଲ ଖାନ ତାଙ୍କୁ ଗିଫ୍ଟ କରିଛନ୍ତି। ରାକ୍ଷୀ ସାଓ୍ଵନ୍ତ ଲେଖିଛନ୍ତି, ‘ମୋ ପ୍ରିୟର ସାଙ୍ଗ ଶୈଳୀ ଲାଥର ରାଜ ଭାଇ ଓ ଆଦିଲଙ୍କୁ ଏତେ ବଡ଼ ସର୍‌ପ୍ରାଇଜ ପାଇଁ ବହୁତ ବହୁତ ଧନ୍ୟବାଦ। ମୋ ପାଇଁ ଏହି ଗିଫ୍ଟ ବହୁତ ଗୁରୁତ୍ୱ ରଖିଥାଏ। ଭଗବାନ ଆପଣଙ୍କୁ ଭଲରେ ରଖନ୍ତୁ’। ସେହିପରି ରାକ୍ଷୀ ସାଓ୍ଵନ୍ତ ନିକଟରେ ଏକ ଆଓ୍ଵାର୍ଡ ଫଙ୍କ୍‌ସନରେ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ସେଠାରେ ସେ ନିଜ ବୟଫ୍ରେଣ୍ଡ୍‌ଙ୍କୁ ଭିଡିଓ କଲ୍‌ କରି ମିଡିଆକୁ ଦେଖାଇଥିଲେ। ସେ କହିଥିଲେ କି, ‘ମୋ ପ୍ରିୟର ଆଦିଲ୍‌ଙ୍କୁ ଭେଟନ୍ତୁ। କ’ଣ ଆପଣ ଚାହୁଁଛନ୍ତି, ଆମ ଦୁଇଜଣଙ୍କ ଯୋଡ଼ି ବିଗ୍‌ ବସ୍‌କୁ ଯାଉ, ସେ ମୋ ବୟଫ୍ରେଣ୍ଡ୍‌’।

ଏକ ମିଡିଆ ରିପୋର୍ଟ ମୁତାବକ, ରାକ୍ଷୀ ଭିଡିଓରେ କଲ୍‌ ସମୟରେ ଆଦିଲଙ୍କ ବିଷୟରେ ମିଡିଆକୁ କହିଥିଲେ। ସେ କହିଥିଲେ କି, ‘ଆଦିଲ ମୈସୁରର। ରିତେଶଙ୍କ ଠାରୁ ଅଲଗା ହେବା ପରେ ମୁଁ ଉଦାସ ଥିଲି। ଭଗବାନଙ୍କୁ ମୋ ଉପରେ ଏତେ ଭଲ ପାଇବା ଆସିଥିଲା ଯେ ଆଦିଲ୍‌ ମୋତେ ମିଳିଥିଲେ। ମୋତେ ସେ ପ୍ରପୋଜ୍‌ କରିଥିଲେ। ବିଏମ୍‌ଡବ୍ଲ୍ୟୁ କାର୍‌ କେବଳ ମୋତେ ସେ ଶୈଳୀଙ୍କ ସହିତ ମିଶି ଉପହାରରେ ଦେଇଥିଲେ। ପ୍ରତ୍ୟେକ ଝିଅର ପ୍ରସ୍ତାବ ଏମିତି ହିଁ ହେଉ, ଏକ କାର୍‌ ସହିତ। କେହି ଚାଲିଯିବ ତ ଆମେ କାହିଁକି ଉଦାସ ରହିବା। ଆଦିଲ କେତେ ଆକର୍ଷକ, କେତେ ବିଶ୍ୱସ୍ତ ଏବଂ କେତେ ଅଦ୍ଭୁତ’।

 

View this post on Instagram

 

A post shared by Rakhi Sawant (@rakhisawant2511)

 

View this post on Instagram

 

A post shared by TAHIR JASUS007 (@tahirjasus)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.