Categories: ମନୋରଂଜନ

ପୁଣି ଭିଡିଓ ସେୟାର କରି ଫ୍ୟାନ୍‌ଙ୍କୁ କନଫ୍ୟୁଜ୍‌ କଲେ ରାକ୍ଷୀ, କହିଲେ ମୋ ସ୍ୱାମୀଙ୍କୁ ଚିହ୍ନ

ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ଵନ୍ତ ସ୍ୱାମୀ ରିତେଶଙ୍କ ଫଟୋ ଫ୍ୟାନ୍‌ଙ୍କ ସହ ସେୟାର କରିଛନ୍ତି। ମାତ୍ର ଏଥିରେ ବି ସେ ଏକ ଟ୍ଵିଷ୍ଟ ରଖିଛନ୍ତି। ଫ୍ୟାନ୍‌ମାନଙ୍କ ମଧ୍ୟରେ ରାକ୍ଷୀଙ୍କ ସ୍ୱାମୀଙ୍କୁ ନେଇ ଏବେ ବି ସସ୍‌ପେନ୍ସ ରହିଛି। ରାକ୍ଷୀ ରିତେଶ ନାମକ ଜଣେ ଏନ୍‌ଆରଆଇଙ୍କୁ ବିବାହ କରିଥିବା କହିଥିବା ବେଳେ ଏବେ ପର୍ଯ୍ୟନ୍ତ ସ୍ୱାମୀଙ୍କ ଫଟୋ ସେୟାର କରିନାହାନ୍ତି। ଏବେ ରାକ୍ଷୀ ନିଜ ସ୍ୱାମୀଙ୍କୁ ନେଇ ଫ୍ୟାନ୍‌ମାନଙ୍କୁ ଆଉ ଟିକେ କନଫ୍ୟୁଜ୍‌ କରିଛନ୍ତି।

ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ରାକ୍ଷୀ ଏବେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସେ କିଛି ଲୋକଙ୍କ ଫଟୋ ଦେଖାଇ ସେଥିମଧ୍ୟରୁ ତାଙ୍କ ସ୍ୱାମୀ କିଏ ବୋଲି ଚିହ୍ନିବାକୁ ଫ୍ୟାନ୍‌ଙ୍କୁ ପଚାରୁଥିବା ଦେଖିବାକୁ ମିଳିଛି।

ଏହାସହ ପଢ଼ନ୍ତୁ: ଟ୍ରେଲର ପୂର୍ବରୁ ସାମ୍ନାକୁ ଆସିଲା ହାଉସ୍‌ଫୁଲ୍‌ ୪ର ଦମ୍‌ଦାର ପୋଷ୍ଟର

ଦେଖନ୍ତୁ ଭିଡିଓ:

ଏହି ଭିଡିଓ ସେୟାର କରିବା ପରେ ଫ୍ୟାନ୍‌ମାନେ ମଧ୍ୟ ରାକ୍ଷୀଙ୍କ ସ୍ୱାମୀକୁ ଚିହ୍ନିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। କମେଣ୍ଟରେ ଫ୍ୟାନ୍‌ମାନେ ଗେସ୍‌ କରି ରାକ୍ଷୀଙ୍କ ସ୍ୱାମୀଙ୍କୁ ଚିହ୍ନଥିବା ଦେଖିବାକୁ ମିଳିଛି। କିନ୍ତୁ ରାକ୍ଷୀ ନିଜ ସ୍ୱାମୀଙ୍କ ବିଷୟରେ ଏବେ ପର୍ଯ୍ୟନ୍ତ ସୂଚନା ଦେଇନାହାନ୍ତି।
ଏହା ପୂର୍ବରୁ ରାକ୍ଷୀ ନିଜ ବିବାହ ଖବରକୁ ନିଜେ ହିଁ କନଫର୍ମ କରି କହିଥିଲେ ଯେ ମୋ ସ୍ୱାମୀଙ୍କୁ ମିଡିଆ ଏବଂ କ୍ୟାମେରା ଜମା ପସନ୍ଦ ନୁହେଁ। ତେଣୁ ସେ ଲୋକଙ୍କ ସାମ୍ନାକୁ ଆସିବାକୁ ଚାହୁଁନଥିବା ରାକ୍ଷୀ କହିଥିଲେ।

WCW 11

Recent Posts

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

2 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

17 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

23 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

36 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago