ରାକ୍ଷୀ ସାୱନ୍ତଙ୍କ ୮୦ ବର୍ଷୀୟା ବୁଢ଼ୀ ବେଶ ଦେଖି ଫ୍ୟାନ୍ସ ହେଲେ ଆଶ୍ଚର୍ଯ୍ୟ, କହିଲେ ଏମିତି କଥା

ବଲିଉଡର ଡ୍ରାମା କ୍ୱିନ୍‌ ରାକ୍ଷୀ ସାୱନ୍ତ ସୋସିଆଲ ମିଡିଆରେ ବହୁତ ଆକ୍ଟିଭି ରହିଥାନ୍ତି । ଏବଂ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାରେ ରହିବାକୁ ପ୍ରତିଦିନ ଆକର୍ଷଣୀୟ ପୋଷ୍ଟ ସେୟାର କରୁଥିବା ଦେଖାଯାଏ | ଏଥି ସହିତ, ରାକ୍ଷୀ ଏବେ ନିଜର ନୂଆ ଲୁକ୍‌ରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ରାକ୍ଷୀ ସୋସିଆଲ ମିଡ଼ିଆରେ ନିଜର ଏକ ଫଟୋ ସେୟାର କରିଛନ୍ତି , ଯେଉଁଥିରେ ସେ ଧଳା କେଶ , କଳା ଚଷମା, ଗାଲରେ କୁଞ୍ଚନ ଓ ବେକରେ ଷ୍ଟ୍ରାପ୍‌ ପିନ୍ଧି ଥିବାର ନଜର ଆସୁଛି ।

ଏହା ବ୍ୟତୀତ ସେ ବେକରେ ବ୍ୟାଣ୍ଡେଜ୍ ପିନ୍ଧିଛନ୍ତି। ଏହି ବେଶରେ ସେ ସେଲଫି ନେଉଥିବାର ନଜର ଆସିଛନ୍ତି। ଏଥିରେ ସେ ଧଳା ଏବଂ ଗୋଲାପୀ ରଙ୍ଗର ପୋଷାକ ପିନ୍ଧିଛନ୍ତି । ରାଖୀଙ୍କ ଏହି ଲୁକ୍‌ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

 

 

View this post on Instagram

 

A post shared by Rakhi Sawant (@rakhisawant2511)

ରାକ୍ଷୀଙ୍କର ଏହି ଫଟୋ ପ୍ରଶଂସକଙ୍କ ମଧ୍ୟରେ ଖୁବ୍ ଜୋରରେ ଭାଇରାଲ ହେଉଛି । ଉକ୍ତ ଫଟୋକୁ ରାକ୍ଷୀ ଇନଷ୍ଟାରେ ଶେୟାର କରି ପଚାରିଛନ୍ତି – ଇଏ କିଏ । ରାକ୍ଷୀଙ୍କର ଏହି ପୋଷ୍ଟରେ ଜସଲିନ୍‌ ମଥାରୁ ମଧ୍ୟ କମେଣ୍ଟ କରିଛନ୍ତି । ଜସଲିନ୍‌ ଲେଖିଛନ୍ତି -ରାକ୍ଷୀ ତୁମେ କେବେ ବି ଏମିତି ଲାଗିବନି ଯେବେ ତୁମେ ବୁଢ଼ୀ ହେବ । ତୁମେ ସେକ୍ସି ହିଁ ଲାଗିବ । ଅନ୍ୟ ଜଣେ ୟୁଜର୍ସ କହିଛନ୍ତି – ’80 ବର୍ଷର ରାଖୀ ସାୱନ୍ତ । ରାକ୍ଷୀ ସାୱନ୍ତଙ୍କର ଏହି ଟ୍ରାନ୍ସଫର୍ମେସନ ଦେଖି ତାଙ୍କର ପ୍ରଶଂସକ ପୂରା ଚକିତ ହୋଇ ଯାଇଛନ୍ତି ।

ଦ୍ୱିତୀୟ ଏକ ପୋଷ୍ଟରେ ରାକ୍ଷୀ ଦେଖେଇଛନ୍ତି କି ମେକଅପ୍‌ ମାଧ୍ୟମରେ ସେ ନିଜର ଏହି ଲୁକ୍‌ କେମିତି ନେଲେ । କୋଲାଜ ଫଟୋରେ ଏକ ଫଟୋରେ ରାକ୍ଷୀଙ୍କର ମେକ୍‌ଅପ୍‌ ହେଉଛି। ଦ୍ୱିତୀୟରେ ରାକ୍ଷୀଙ୍କର ଫାଇନାଲ ଗେଟ୍‌ଅପ୍‌ ଦେଖାଯାଉଛି ।

Leave A Reply

Your email address will not be published.