ବିବାହର ଦୁଇ ବର୍ଷ ପରେ ରାକ୍ଷୀ ସାଓ୍ଵନ୍ତ ଦେଖାଇଲେ ସ୍ୱାମୀ ରିତେଶଙ୍କ ମୁହଁ, ଦେଖନ୍ତୁ ଭିଡିଓ

ଅଭିନେତ୍ରୀ ତଥା ଡ୍ୟାନ୍ସର ରାକ୍ଷୀ ସାଓ୍ଵନ୍ତ ବିନ୍ଦାସ୍‌ ଅନ୍ଦାଜ ପାଇଁ ଲୋକପ୍ରିୟ। ଗତ ଦୁଇ ବର୍ଷ ହେଲାଣି ରାକ୍ଷୀ ନିଜ ବିବାହ ଯୋଗୁ ଚର୍ଚ୍ଚାରେ ରହିଛନ୍ତି। କିନ୍ତୁ ଏବେ ଯାଏଁ ସେ ସ୍ୱାମୀ ରିତେଶଙ୍କ ଚେହେରା କାହାକୁ ବି ଦେଖାଇ ନାହାନ୍ତି। ରାକ୍ଷୀ କେବଳ କହୁଛନ୍ତି ଯେ ସେ ରିତେଶଙ୍କୁ ବିବାହ କରିଛନ୍ତି। କିନ୍ତୁ ରିତେଶ ଇତି ମଧ୍ୟରେ କେବେ ବି କ୍ୟାମେରା ସାମ୍ନାକୁ ଆସିନାହାନ୍ତି। ଏହି କାରଣରୁ ରାକ୍ଷୀଙ୍କୁ ନାନା ଲୋକ ନାନା କଥା ମଧ୍ୟ କହିଛନ୍ତି। କିନ୍ତୁ ଏବେ ରାକ୍ଷୀ ବିଗ୍‌ବସ୍‌ ଘରେ ସ୍ୱାମୀ ରିତେଶଙ୍କୁ ଜୋରଦାର ସ୍ୱାଗତ କରିଛନ୍ତି।

‘ବିଗ୍‌ ବସ୍‌ ୧୫’ର ଏକ ପ୍ରୋମୋ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ଵନ୍ତ ସ୍ୱାମୀ ରିତେଶଙ୍କ ସହ ବିବି ହାଉସ୍‌ରେ ଏଣ୍ଟ୍ରି କରୁଥିବା ନଜର ଆସିଛନ୍ତି। ଭିଡିଓ କ୍ଲିପ୍‌ରେ ସେ ବେଶ୍‌ ଖୁସି ଦିଶୁଛନ୍ତି ଓ ଫେମସ୍‌ ତଥା ଆଇକନିକ୍‌ ଗୀତ ‘ମେରା ପିୟା ଘର ଆୟା’ରେ ଶୋ’କୁ ସ୍ୱାମୀଙ୍କୁ ସ୍ୱାଗତ କରୁଥିବା ଦେଖାଯାଇଛି। ଏ ଅବସରରେ ରାକ୍ଷୀ ଠୁମ୍‌କା ବି ଲଗାଇଛନ୍ତି। ରାକ୍ଷୀଙ୍କ ସ୍ୱାମୀ ରିତେଶଙ୍କର ଏହି ବହୁ ପ୍ରତୀକ୍ଷିତ ଏଣ୍ଟ୍ରି ନିହାତି ଭାବେ ଶୋ’ର ଟିଆର୍‌ପି ବଢ଼ାଇବ। କାରଣ ପ୍ରୋମୋ ଭିଡିଓ ଏବେ ଠୁ ହିଁ ଖୁବ୍‌ ଭାଇରାଲ ହେବାରେ ଲାଗିଲାଣି। ଭିଡିଓରେ ରାକ୍ଷୀ କହୁଛନ୍ତି, ‘୧୨ ମୁଲ୍‌କୋ କି ପୋଲିସ ଓ ସାରି ଦେଶ କି ଜନତା ଆପକା ଇନ୍‌ତିଜାର କର ରହିଥି’।

ଦେଖନ୍ତୁ ଭିଡିଓ:

 

View this post on Instagram

 

A post shared by Viral Bhayani (@viralbhayani)

ରାକ୍ଷୀ ସାଓ୍ଵନ୍ତ ଜୁମ୍‌ ଡିଜିଟାଲରେ ଦେଇଥିବା ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ ଶୋ’ ପାଇଁ ସ୍ୱାମୀଙ୍କୁ ରାଜି କରିବା ଜମା ବି ସହଜ ନଥିଲା। କାରଣ ରିତେଶ ତାଙ୍କ ବ୍ୟସ୍ତ ବହୁଳ ସମୟ ମଧ୍ୟରେ ଫ୍ରି ନଥିଲେ। କିନ୍ତୁ ଶେଷରେ ସେ ରାଜି ହୋଇଥିଲେ ବୋଲି କହିଛନ୍ତି ରାକ୍ଷୀ।

ବିଗ୍‌ ବସ୍‌ ୧୫କୁ ଯିବା ପୂର୍ବରୁ ରିତେଶଙ୍କୁ କି ପରାମର୍ଶ ଦିଆଯାଇଛି ବୋଲି ପଚାରିବାକୁ ରାକ୍ଷୀ କହିଥିଲେ, ଗାଳି ଦେବ ନାହିଁ ଓ ହାତ ଉଠାଇବ ନାହିଁ। ବାକି ଯାହା ଇଚ୍ଛା କରିପାରିବ। ଏହା ବିଗ୍‌ ବସ୍‌ଙ୍କ ନିୟମ। ଆପଣ ବିଗ୍‌ ବସ୍‌ ଦେଖନ୍ତୁ। ଏଥିରେ ସବୁ ରାଜ୍‌ ଲୁଚିଛି ବୋଲି କହିଛନ୍ତି ରାକ୍ଷୀ ସାଓ୍ଵନ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.