ଖୁବ୍‌ ଶୀଘ୍ର ହାତକୁ ଦିହାତ ହେବେ ରକୁଲ ପ୍ରୀତ, ଜାଣନ୍ତୁ କାହା ହାତରେ ପଡିବ ହାତଗଣ୍ଠି

ବଲିଉଡରେ ବର୍ତ୍ତମାନ ବିବାହର ସିଜନ ଚାଲୁଛି। ବିକି-କ୍ୟାଟ୍ରିନା, ଆଲିୟା-ରଣବୀର ଏବଂ ଋଚୁ- ଅଲ୍ଲୀ ପରେ ଏବେ ପାଳି ପଡିଛି ସାଉଥ୍ ଇଣ୍ଡଷ୍ଟ୍ରିରେ ଫେମସ୍ ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କର । ଗତ କିଛି ଦିନ ହେବ ବଲିଉଡରେ ମଧ୍ୟ ଶୀର୍ଷ ସ୍ଥାନ ସୃଷ୍ଟି କରିଛନ୍ତି। ଖୁବ୍ ଶୀଘ୍ର ତାଙ୍କୁ ଆୟୁଷ୍ମାନ ଖୁରାନାଙ୍କ ସହ ଫିଲ୍ମ ‘ଡକ୍ଟର ଜି’ରେ ଦେଖିବାକୁ ମିଳିବ।

ଅଭିନେତ୍ରୀ ଦୀର୍ଘ ସମୟ ଧରି ଜ୍ୟାକି ଭାଗ୍ନାନୀଙ୍କ ସହ ରିଲେସନସିପ୍ରେ ଅଛନ୍ତି। ପ୍ରାୟତଃ ଉଭୟ ଏକାଠି ସ୍ପଟ୍ ହେଉଥିବା ବେଳେ ବିବାହକୁ ନେଇ ଆଲୋଚନା ହେଉଛି। ବର୍ତ୍ତମାନ ରକୁଲଙ୍କ ଭାଇ ଏହି ବିବାହକୁ ନେଇ କିଛି ସୂଚନା ଦେଇଛନ୍ତି। କୁହାଯାଉଛି ୨୦୨୩ ମସିହାରେ ଏହି କପଲ୍ ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି।

ଦୀର୍ଘ ସମୟ ଧରି ଦୁହେଁ ପରସ୍ପରକୁ ପସନ୍ଦ କରୁଛନ୍ତି। ରକୁଲ ଏବଂ ଜ୍ୟାକି ପ୍ରାୟତଃ ଏକାଠି ନଜର ଆସନ୍ତି। ସେମାନଙ୍କ ସମ୍ପର୍କକୁ ଏକ ପାଦ ଆଗକୁ ନେବାକୁ ଚାହୁଁଛନ୍ତି। ଏଥିରେ ରକୁଲଙ୍କ ଭାଇ ମଧ୍ୟ ସହମତ ହୋଇଛନ୍ତି। ଅଭିନେତ୍ରୀଙ୍କ ଭାଇ ଅମାନ କହିଛନ୍ତି, ରକୁଲ ଜ୍ୟାକିଙ୍କ ସହ କିଛି ପ୍ରୋଜେକ୍ଟରେ କାମ କରିଛନ୍ତି। ଉଭୟ ପରସ୍ପରକୁ ପସନ୍ଦ କରନ୍ତି ଏବଂ ବିବାହ କରିବାକୁ ମଧ୍ୟ ଚାହାଁନ୍ତି। ବର୍ତ୍ତମାନ ବିବାହ ପାଇଁ କୌଣସି ତାରିଖ ସ୍ଥିର କରାଯାଇ ନାହିଁ।

କିନ୍ତୁ ରକୁଲ ନିଜେ ସମସ୍ତଙ୍କୁ ଏ ବିଷୟରେ କହିବେ। ଜ୍ୟାକିଙ୍କ ପାଖରେ ଅନେକ ବଡ ପ୍ରୋଜେକ୍ଟ ଅଛି ଏବଂ ରକୁଲ ମଧ୍ୟ ତାଙ୍କ କାମରେ ବ୍ୟସ୍ତ ଅଛନ୍ତି। ତେଣୁ ଉଭୟ ବିବାହ ପାଇଁ ଭାବି ଚିନ୍ତି ନିଷ୍ପତ୍ତି ନେବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.