ରକୁଲପ୍ରୀତ ସିଂହ ବି କରିସାରିଲେଣି ପ୍ଲାଷ୍ଟିକ୍‌ ସର୍ଜରୀ? ଆଦୌ ଚିହ୍ନା ପଡ଼ୁନାହାନ୍ତି; ଦେଖନ୍ତୁ ଫଟୋ

ବଦଳିଯାଇଛନ୍ତି ରକୁଲପ୍ରୀତ ସିଂହ। ନିକଟରେ ପ୍ଲାଷ୍ଟିକ୍‌ ସର୍ଜରୀ କରି ତାଙ୍କ ରୂପ ସମ୍ପୂର୍ଣ୍ଣ ବଦଳିଯାଇଛି ବୋଲି ଚର୍ଚ୍ଚା ହେଉଛି। ଏବେ ଆଦୌ ଚିହ୍ନା ପଡ଼ୁନାହାନ୍ତି ଏହି ଅଭିନେତ୍ରୀ ଜଣକ। ସବୁବେଳେ କୌଣସି ନା କୌଣସି ମାମଲାକୁ ନେଇ ଚର୍ଚ୍ଚାରେ ରହୁଥିବା ରକୁଲ ଏବେ ପୁଣିଥରେ ଏହି କାରଣରୁ ଲାଇମ୍‌ଲାଇଟ୍‌କୁ ଆସିଛନ୍ତି। ନିକଟରେ ରକୁଲପ୍ରୀତ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋ ଦେଖିବା ପରେ ଫ୍ୟାନ୍‌ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ଫଟୋରେ ରକୁଲଙ୍କୁ ଆଦୌ ଚିହ୍ନି ହେଉନାହିଁ।

ଦେଖନ୍ତୁ ଫଟୋ:

 

View this post on Instagram

 

A post shared by Rakul Singh (@rakulpreet)


ରକୁଲପ୍ରୀତ ସିଂହ ଏହି ଫଟୋକୁ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି- ଅନ୍‌ ଡିମାଣ୍ଡ ପୋଷ୍ଟ। ରକୁଲଙ୍କର ଏହି ଫଟୋ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଲୋକମାନେ ରକୁଲଙ୍କର ଫଟୋ ଦେଖି ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି-ଇଏ କିଏ? ସେହିପରି ଆଉ ଜଣେ ଲେଖିଛନ୍ତି- ଇଏ କଣ ଏତେ ପ୍ଲାଷ୍ଟିକ ସର୍ଜରୀ କରିଦେଇଛନ୍ତି, ବଲିଉଡ୍‌କୁ କଣ ହୋଇଛି? ଏତେ ଭଲ ମୁହଁକୁ ଖରାପ କରି ଦେଇଛନ୍ତି।

ଅନ୍ୟପଟେ ରକୁଲପ୍ରୀତ ସିଂହ ପ୍ଲାଷ୍ଟିକ୍‌ ସର୍ଜରୀ ବିଷୟରେ କିଛି ସୂଚନା ଦେଇନାହାନ୍ତି। ତେଣୁ ସେ ସତରେ ପ୍ଲାଷ୍ଟିକ୍‌ ସର୍ଜରୀ କରିଛନ୍ତି ନା ଏହା କେବଳ ମେକ୍‌ଅପ୍‌ ତାହା ଜଣାପଡ଼ିନାହିଁ। ସୂଚନାଯୋଗ୍ୟ ଯେ ରକୁଲପ୍ରୀତ ସିଂହ ଜଣେ ମଡେଲ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ମିସ୍‌ ଫେମିନା ଇଣ୍ଡିଆରେ ଅଂଶଗ୍ରହଣ କରିଥିଲେ। ଏବେ ରକୁଲପ୍ରୀତ ସିଂହ ବଲିଉଡ୍‌ର ଜଣେ ଜଣାଶୁଣା ଚେହେରା।