ପୁଣି ଫିଲ୍ମ ଇଣ୍ଡଷ୍ଟ୍ରୀରେ କରୋନା ଗ୍ରହଣ, ଘୁଞ୍ଚିଲା ବିଗ୍‌ ବଜେଟ ଫିଲ୍ମ ‘RRR’ ରିଲିଜ ତାରିଖ

ସମଗ୍ର ଦେଶରେ କରୋନା ମାମାଲା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ନାଇଟ୍‌ କର୍ଫ୍ୟୁ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମ ଉପରେ ନିଷେଧାଜ୍ଞ ଲାଗୁ ହୋଇଛି। ଏହା ମଧ୍ୟରେ ଫିଲ୍ମ ଜର୍ସି ପ‌ରେ ଏବେ ବହୁ ପ୍ରତିକ୍ଷୀତ ଫିଲ୍ମ RRR ଉପରେ ପଡ଼ିଛି ଓମିକ୍ରନ୍ ଛାଟ । ଚଳିତ ଜାନୁଆରୀ ୭ ତାରିଖରେ ରିଲିଜ୍ ହେବାକୁ ଥିବା ଏସ ଏସ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ RRRର ରିଲିଜ୍ ତାରିଖ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି ଫିଲ୍ମ ନିର୍ମାତା । ଏମିତିରେ ବି କଟକଣା ପାଇଁ ଦେଶରେ ଅନେକ ଥିଏଟର ଏବେ ବନ୍ଦ ରହିଛି । ତେଣୁ ଏଭଳି ଏକ ସଂକଟ ସମୟରେ ଫିଲ୍ମ ରିଲିଜ୍ ତାରିଖକୁ ଘୁଞ୍ଚାଇବାକୁ ବାଧ୍ୟ ହୋଇଛନ୍ତି ଫିଲ୍ମ ନିର୍ମାତା।

ପୂର୍ବରୁ ରାଜାମୌଲିଙ୍କ କହୁଥିଲେ ଫିଲ୍ମ ନିର୍ଦ୍ଧାରିତ ସମୟରେ ରିଲିଜ୍ ହେବ, କାହିଁକି ନା ଏମିତିରେ ରିଲିଜ୍ ପାଇଁ ବହୁତ୍ ଡେରି ହୋଇସାରିଲାଣି କିନ୍ତୁ ଏବେର ସ୍ଥିତିକୁ ନଜରରେ ରଖି ନିର୍ମାଣ ସଂସ୍ଥା ପକ୍ଷରୁ ଫିଲ୍ମକୁ ଘୁଞ୍ଚାଯାଇଛି ।

ଏସ ଏସ ରାଜାମୌଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରାମଚରଣ, ଜୁନିୟର ଏନ୍‌ଟିଆର୍, ଆଲିଆ ଭଟ୍ଟଙ୍କ ସମେତ ଅଜୟ ଦେବଗନ ଅଭିନୟ କରିଛନ୍ତି । ଆଉ ଫିଲ୍ମର ପ୍ରମୋସନ୍ ବି ଜୋରସୋରରେ ଚାଲିଛି । ଏହି ଫିଲ୍ମରେ ୪୦୦ କୋଟି ଟଙ୍କା ଲଗାଯାଇଛି ବୋଲି ସୂଚନା ମିଳିଛି ଆଉ ଫିଲ୍ମଟି ହିନ୍ଦୀ, ତାମିଲ, ତେଲୁଗୁ ଏବଂ କନ୍ନଡ଼ ଭାଷାରେ ରିଲିଜ୍ ହେବାକୁ ଯାଉଛି ।

ଏହା ପୂର୍ବରୁ ସାହିଦ୍ କପୁରଙ୍କ ଫିଲ୍ମ ‘ଜର୍ସି’ ମଧ୍ୟ ଡିସେମ୍ବର ୩୧ ତାରିଖରେ ମୁକ୍ତିଲାଭ କରିବାର ଥିଲା। ଏନେଇ ଶାହିଦ ଓ ମୃଣାଲ ଠାକୁର ଫିଲ୍ମର ପ୍ରମୋସନ୍‌ରେ ଲାଗିପଡ଼ିଥିଲେ । ହେଲେ କଟକଣାକୁ ଦେଖି ଏହି ଫିଲ୍ମଲ ରିଲିଜ୍ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା ।

Leave A Reply

Your email address will not be published.