ଚର୍ଚ୍ଚାରେ ରାମଚରଣଙ୍କ ନୂଆ ଆକ୍ସନ ଡ୍ରାମା ଫିଲ୍ମ ‘ପେଡ୍ଡି’, ରିଲିଜ ହେଲା ନୂଆ ଗୀତ “ରାଇ ରାଇ ରା ରା”

ରାମଚରଣ ଫିଲ୍ମ ଆକ୍ସନ ଡ୍ରାମା ଫିଲ୍ମ ‘ପେଡ୍ଡି’କୁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ଫିଲ୍ମର ପ୍ରଥମ ଗୀତ ‘ଚିକିରୀ ଚିକିରୀ’ ରିଲିଜ ହେବା ମାତ୍ରକେ ଛାଇ ଯାଇଥିଲା । କେବଳ ୨୪ଘଣ୍ଟାରେ ଏହାକୁ ୪୬ମିଲିୟନରୁ ଅଧିକ ଭ୍ୟୁ ମିଳିଥିଲା । ଆଉ ଏବେ ଏକ ଡ୍ୟାନ୍ସ ନମ୍ବର “ରାଇ ରାଇ ରା ରା” ରିଲିଜ୍ ହୋଇଛି । ଏହି ଗୀତରେ ରାମଚରଣଙ୍କ ଜବରଦସ୍ତ ଡ୍ୟାନ୍ସ ମୁଭ୍ସ ଦେଖିବାକୁ ମିଳିଛି ।

“ରାଇ ରାଇ ରା ରା”ର ନିର୍ଦ୍ଦେଶନା ଦେଇଛନ୍ତି ପ୍ରସିଦ୍ଧ ସିଙ୍ଗର ଏ.ଆର. ରହମାନ । ରାମ ଚରଣ ଏହି ଗୀତରେ ନିଜର ଜବରଦସ୍ତ ଡ୍ୟାନ୍ସ ପ୍ରଦର୍ଶନ କରିଛନ୍ତି । ଯାହା ଏବେ ବେଶ୍ ଭାଇରଲ୍ ହେବାରେ ଲାଗିଛି । ଫିଲ୍ମ ‘ପେଡ୍ଡି’କୁ ନେଇ ଉତ୍ସାହ ବଢିବାରେ ଲାଗିଛି ।

ଏଥିରେ ରାମ ଚରଣଙ୍କ ବ୍ୟତୀତ ଜାହ୍ନବୀ କପୁର, ଜଗପତି ବାବୁ, ଶିବା ରାଜକୁମାର ଏବଂ ଦିବ୍ୟେଦୁ ଶର୍ମା ରହିଥିବାବେଳେ ପେଡ୍ଡିର ନିର୍ଦ୍ଦେଶନା ଦେଇଛନ୍ତି ବୁଚି ବାବୁ ସନା । ଏହି ଫିଲ୍ମଟି ମୈଥ୍ରୀ ମୁଭି ମେକର୍ସ ଏବଂ ସୁକୁମାର ରାଇଟିଂସ୍ ଦ୍ୱାରା ବୃଦ୍ଧି ସିନେମା ବ୍ୟାନରରେ ପ୍ରସ୍ତୁତ ହୋଇଛି । ଏହା ଏପ୍ରିଲ ୩୦, ୨୦୨୬ରେ ରିଲିଜ ହେବ ।

Also Read : ଅଭିନେତ୍ରୀଙ୍କ ଦୁପଟାରେ ଦେବରକୋଣ୍ଡାଙ୍କ ପାଇଁ ଲେଖାଥିଲା ଖାସ୍ ମେସେଜ୍, ଫ୍ୟାନ୍ସ ହେଲେ ଆଶ୍ଚର୍ଯ୍ୟ