କୁକୁର ପାଇଁ ୪୧ ଦିନିଆ ବ୍ରହ୍ମଚର୍ଯ୍ୟ ବ୍ରତ ରଖିଛନ୍ତି ରାମଚରଣ, ଏୟାରପୋର୍ଟରେ ଖାଲି ପାଦରେ ଆସିଲେ ନଜର

ଆର୍‌ଆର୍‌ଆର୍‌ ଅଭିନେତା ରାମଚରଣଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଖାଲି ପାଦରେ ଯାଉଥିବା ଦେଖିବାକୁ ମିଳିଛି। ଶୁଣିବାକୁ ମିଳୁଛି ଯେ ରାମଚରଣ ୪୧ ଦିନ ଯାଏଁ ବ୍ରହ୍ମଚର୍ଯ୍ୟ ପାଳନ କରିବେ। ସବରୀମାଲା ଅୟପ୍ପାଙ୍କୁ ମାନୁଥିବା ରାମଚରଣ ଯେତେବେଳେ ବି ସମ୍ଭବ ହୁଏ ୪୧ ଦିନିଆ ଅନୁଷ୍ଠାନ ଦୀକ୍ଷା ପାଳନ କରିଥାନ୍ତି। କିଛି ଦିନ ହେଲା ସେ ଆର୍‌ଆର୍‌ଆର୍‌ର ପ୍ରଚାରରେ ବ୍ୟସ୍ତ ଥିବାରୁ ଫିଲ୍ମ ରିଲିଜ୍‌ ପରେ ଏହି ଦୀକ୍ଷା ଆରମ୍ଭ କରିଛନ୍ତି।

କିଛି ଦିନ ତଳେ ରାମଚରଣଙ୍କ ପୋଷା କୁକର ‘ବ୍ରାଟ୍‌’ ଅସୁସ୍ଥ ହୋଇଯାଇଥିଲା। ଏଣୁ ତାର ସୁସ୍ଥତା କାମନା କରି ରାମଚରଣ ଏହି ମାନସିକ କରିଥିଲେ।

ନିକଟରେ ରାମଚରଣ ଏକ ଇଣ୍ଟରଭ୍ୟୁରେ କହିଥିଲେ- ମୁଁ ପୂର୍ବରୁ ହିଁ ମୋର ଏକ ପୋଷା କୁକୁରକୁ ହରାଇ ସାରିଛି। ସେ ଯିବା ପରେ ମୁଁ ବହୁତ ଦୁଃଖୀ ହୋଇଯାଇଛି। ଏଣୁ ମୋ ସ୍ତ୍ରୀ ଉପାସନା ମୋତେ ଏକ କୁକୁର ଉପହାର ଦେଇଥିଲେ। ମୁଁ ତା’ ନାଁ ପୁଣିଥରେ ବ୍ରାଟ୍‌ ରଖିଛି। ଏବେ ବ୍ରାଟ୍‌ର ଗୋଡ଼ ଭାଙ୍ଗିଯାଇଛି। ଏଣୁ ମୁଁ ତା’ ପାଇଁ ମାନସିକ ରଖିଛି, ଯେବେ ଯାଏଁ ସେ ସୁସ୍ଥ ହୋଇ ଦୌଡ଼ିନାହିଁ, ସେବେ ଯାଏଁ ମୁଁ ଆମିଷ ଖାଇବି ନାହିଁ।

 

View this post on Instagram

 

A post shared by Ram Charan 🔵 (@ramcharan_universe)

ରାମଚରଣଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି ଯେ ଯେବେ ବି ତାଙ୍କର କୌଣସି ପ୍ରିୟଜନ କିଛି ଅସୁବିଧାରେ ପଡ଼ିଥାନ୍ତି, ଅଭିନେତା ସବୁବେଳେ ଏମିତି ମାନସିକ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.