ଫିଲ୍ମ ପ୍ରମୋସନ ପାଇଁ ଅଭିନେତ୍ରୀଙ୍କ ପାଦକୁ କିସ୍‌ କଲେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା : ଭିଡିଓ ଭାଇରଲ

ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ପୁଣି ଥରେ ଚର୍ଚ୍ଚାରେ । ଫିଲ୍ମର ପ୍ରମୋସନ ପାଇଁ ଅଭିନେତ୍ରୀଙ୍କ ପାଦକୁ କିସ୍‌ କରୁଥିବାର ଭିଡିଓ ଏବେ ଭାଇରଲ । ଫିଲ୍ମ ‘ଡେଞ୍ଜରର୍ସ’ ପାଇଁ ଜୋରସୋରରେ ପ୍ରମୋସନ କରିବା ସମୟରେ ଏମିତି କିଛି କରିଥିଲେ ରାମଗୋପାଳ ବର୍ମା । ଯାହା ପରେ ଏବେ ଟ୍ରୋଲ ହେଉଛନ୍ତି ।

ରାମ ଗୋପାଳ ବର୍ମା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଆଶୁ ରେଡ୍ଡୀ ସହିତ ଏହି ଭିଡିଓ ଭାଇରଲ ହୋଇଛି । ଭିଡିଓରେ ଦେଖିବାକୁ ମିଳିଛି କି, ଆଶୁ ରେଡ୍ଡୀ କାଉଚ ଉପରେ ବସିଥିବା ବେଳେ ରାମ ଗୋପାଳ ବର୍ମା ତଳେ ବସି କଥା ହେଉଛନ୍ତି। ଭିଡିଓରେ ଅଧିକ ସମୟ ପର୍ଯ୍ୟନ୍ତ ଉଭୟ କଥାବାର୍ତ୍ତା ହେଉଛନ୍ତି। ରାମ ଗୋପାଳ ପ୍ରଥମେ ଆଶୁଙ୍କ ପାଦକୁ ଅଳ୍ପ ମସାଜ କରିବା ପରେ ପାଦକୁ କିସ୍‌ କରୁଛନ୍ତି। ଏହାପରେ ଅଭିନେତ୍ରୀ ପାଦର ଆଙ୍ଗୁଠିକୁ ମଧ୍ୟ କିସ୍‌ କରୁଛନ୍ତି । ଏହା ଦେଖି ଆଶୁ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆରେ ୟୁଜର୍ସ ରାମ ଗୋପାଳ ବର୍ମାଙ୍କୁ ଟ୍ରୋଲ କରୁଛନ୍ତି। ଅନେକ ୟୁଜର୍ସ ଏହାକୁ ଶସ୍ତା ପବ୍ଲିସିଟି ଷ୍ଟଣ୍ଟ ବୋଲି କହୁଛନ୍ତି ।

ସୂଚନାଯୋଗ୍ୟ, ଫିଲ୍ମ ‘ଡେଞ୍ଜରର୍ସ’ରେ ଅପସରା ରାନୀ ଏବଂ ନୈନା ଗାଙ୍ଗୁଲି ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ରାମ ଗୋପାଳ ବର୍ମା କରୁଛନ୍ତି। ଫିଲ୍ମର ହୋମ ସେକ୍ସୁଆଲିଟି ଉପରେ ଆଧାରିତ। ଫିଲ୍ମଟି ଆସନ୍ତାକାଲି ରିଲିଜ ହେବ । ଏହା ହେଉଛି ଏକ ଏପିକ୍ ଇମୋସନାଲ କ୍ଲାସିକ୍ ଲଭ୍ ଷ୍ଟୋରୀ ବୋଲି ରାମୁ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.