ରାମାୟଣର ଏହି ସିନ୍‌ ପରେ ରାମାନନ୍ଦ ସାଗରଙ୍କ ନାଁରେ ରୁଜୁ ହୋଇଥିଲା ଏକାଧିକ ମାମଲା, ଖୁଲାସା କଲେ ସୀତା

ରାମାନନ୍ଦ ସାଗରଙ୍କ ରାମାୟଣ ସିରିୟଲ ପୁନଃପ୍ରସାରଣ ପରେ ଟିଭି ଟିଆର୍‌ପିର ସବୁ ରେକର୍ଡ ଭାଙ୍ଗିଛି। ୧୯୮୭ ମସିହାରେ ପ୍ରଥମ ଥର ପାଇଁ ରାମାୟଣ ପ୍ରସାରିତ ହୋଇଥିଲା। ଏହି ସିରିୟଲ୍‌ ସେତେବେଳ ସମୟରେ ସବୁଠାରୁ ହିଟ୍‌ ଶୋ’ ମଧ୍ୟରୁ ଗୋଟିଏ ଥିଲା। ତେବେ ରାମାୟଣ ସିରିୟଲ ଯେତିକି ଲୋକପ୍ରିୟ ହୋଇଥିଲା ସେତିକି ବିବାଦୀୟ ମଧ୍ୟ ହୋଇଥିଲା। ଏକ ଇଣ୍ଟରଭ୍ୟୁରେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଓ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଏନେଇ ଖୁଲାସା କରିଛନ୍ତି।

Ramayana Dipika Chikhlia and Sunil Lahri reveales case against Ramanand Sagar Sahab

ଦୀପିକା କହିଛନ୍ତି ଯେ ମଦର୍ସ ଡେ, ଓ୍ଵିମେନ୍‌ ଡେ ଭଳି ଦିନରେ ଲୋକମାନେ ମହିଳାଙ୍କୁ ନେଇ ଅଧିକ ଚର୍ଚ୍ଚା କରିଥାନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ମୁଁ ଏ ଅବସରରେ ସୀତାଙ୍କ ଚର୍ଚ୍ଚା ହେଉଥିବା କେବେ ଦେଖିନାହିଁ। ପ୍ରଥମ ପ୍ରସାରଣ ତୁଳନାରେ ବର୍ତ୍ତମାନ ଲୋକମାନେ ସୀତାଙ୍କ ବଳିଦାନକୁ ଅଧିକ ବୁଝିଛନ୍ତି। ସେତେବେଳେ ଧୋବା କଥା ଶୁଣି ରାମ ସୀତାଙ୍କୁ ଅଗ୍ନି ପରୀକ୍ଷା ଦେବା ବିଷୟକୁ ଲୋକମାନେ ସହଜରେ ଗ୍ରହଣ କରିପାରିନଥିଲେ। ଏମିତିକି କଥା କୋର୍ଟ ଯାଏଁ ଯାଇଥିଲା। କିଛି ଲୋକ ରାମାନନ୍ଦ ସାଗରଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରିଥିଲେ।

This was real reason behind Sita Agni pariksha in Ramayan solution ...

କିନ୍ତୁ ସେଭଳି ସ୍ଥିତିରେ ରାମାନନ୍ଦ ସାଗର ବୁଝାଇଥିଲେ ଯେ ଧୋବା କଥାକୁ ନେଇ ସୀତାଙ୍କ ଅଗ୍ନି ପରୀକ୍ଷା ଏକ ଲୋକକଥା ମାତ୍ର। ଏହାର କୌଣସି ବିଧିବଦ୍ଧ ପ୍ରମାଣ ନାହିଁ। ଉତ୍ତର ରାମାୟଣର ସୁଟିଂ ବେଳେ ରାମାନନ୍ଦ ସାଗରଙ୍କୁ ପ୍ରାୟତଃ କୋର୍ଟ ଦୌଡ଼ିବାକୁ ପଡ଼ୁଥିଲା। ସେ କୋର୍ଟରେ ନିଜକୁ ଠିକ୍‌ ପ୍ରମାଣିତ କରିଥିଲେ। କିନ୍ତୁ କିଛି ବିଦ୍ୱାନ ରାମାୟଣର ଉକ୍ତ ସଂସ୍କରଣକୁ ଗ୍ରହଣ କରିପାରିନଥିଲେ।

Leave A Reply

Your email address will not be published.