ରାମାୟଣରେ ସୂପର୍ଣ୍ଣଖାର ନାକ କାଟିବାକୁ ଲକ୍ଷ୍ମଣଙ୍କୁ ଦିଆଯାଇଥିଲା ଅସଲି ଖଣ୍ଡା, ସିରିୟଲ ସୁଟିଂ ବେଳର କାହାଣୀ ବଖାଣିଲେ ସୁନୀଲ ଲହରୀ

ଛୋଟ ପରଦାର ଲୋକପ୍ରିୟ ଅଭିନେତା ସୁନୀଲ ଲହରୀ ବହୁଚର୍ଚ୍ଚିତ ପୌରାଣିକ ସିରିୟଲ ରାମାୟଣର ଜଡ଼ିତ କାହାଣୀ ପ୍ରାୟତଃ ଫ୍ୟାନ୍‌ଙ୍କ ସହ ସେୟାର କରିଥାନ୍ତି। ରାମାନନ୍ଦ ସାଗରଙ୍କ ନିର୍ଦ୍ଦେଶିତ ରାମାୟଣ ସିରିୟଲରେ ସୁନୀଲ ଲହରୀ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିଲେ। ଗତ କିଛି ଦିନ ହେବ ସେ ସୋସିଆଲ ମିଡିଆରେ ରାମାୟଣ ସୁଟିଂ ବେଳର କାହାଣୀ ସେୟାର କରୁଛନ୍ତି। ଏଥରକ ମଧ୍ୟ ସେ ରାମାୟଣର ଏକ ସୁନ୍ଦର କାହାଣୀ ବର୍ଣ୍ଣନା କରିଛନ୍ତି। ସୁନୀଲ ସୂପର୍ଣ୍ଣଖାର ନାକ କଟା ସିନ୍‌ ବିଷୟରେ କହିଛନ୍ତି।

Sunil Lahri as 'Lakshman' from Ramanand Sagar's 'Ramayana' turns ...

ଟ୍ଵିଟରରେ ଭିଡିଓ ସେୟାର କରି ସୁନୀଲ କହିଛନ୍ତି ଯେ ସୂପର୍ଣ୍ଣଖାର ନାକ କାଟିବା ସିନ୍‌ ପାଇଁ ତାଙ୍କୁ ଏକ ଅସଲି ଖଣ୍ଡା ଦିଆଯାଇଥିଲା। ତାଙ୍କୁ ଅସଲି ଖଣ୍ଡାରେ ନାକ କାଟିବାକୁ କୁହାଯାଇଥିଲା। ଏହା ଶୁଣିବା ପରେ ସେ ଚିନ୍ତିତ ହୋଇପଡ଼ିଥିବା କହିଛନ୍ତି।

ଦେଖନ୍ତୁ ଭିଡିଓ:

ସୁନୀଲ କହିଛନ୍ତି ଯେ ଏହି ସିନ୍‌ ପାଇଁ ସେ ବହୁତ ଅଭ୍ୟାସ କରିଥିଲେ। ସେତେବେଳେ ଡର ବି ଲାଗୁଥିଲା ଯଦି ସତରେ କାହାକୁ ଆଘାତ ଲାଗିଯିବ । ଏହି ସିନ୍‌ ପାଇଁ ସେ କ୍ୟାମେରାମ୍ୟାନ୍‌ ଅଜିତ୍‌ଙ୍କ ପରାମର୍ଶ ଲୋଡ଼ିଥିବା କହିଛନ୍ତି। ସେ ଅଜିତ୍‌ଙ୍କୁ ପଚାରିଥିଲେ ଯେ ଫିଲ୍ମ ଭଳି ଏହି ସିନ୍‌ରେ ବି ରିଭର୍ସ ସର୍ଟ ହୋଇପାରିବ କି? ଉତ୍ତରରେ ଅଜିତ ହଁ କହିଥିଲେ। ତା ପରେ ତାଙ୍କ ଟେନ୍ସନ୍‌ କମ୍‌ ହୋଇଥିଲା ବୋଲି ପରଦାର ଲକ୍ଷ୍ମଣ ବା ସୁନୀଲ କହିଛନ୍ତି।

Ramayan Lakshman Sunil Lahri Reveals Why He Was Angry on Ramayan ...

ସୋସିଆଲ ମିଡିଆରେ ସୁନୀଲଙ୍କ ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି। ତାଙ୍କ ଫ୍ୟାନ୍‌ମାନେ ଭିଡିଓରେ ନିଜ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ସୂଚନାଯୋଗ୍ୟ ଯେ ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ରାମାୟଣ ୧୯୮୭ ମସିହାରେ ପ୍ରଥମ ଥର ଦୂରଦର୍ଶନରେ ପ୍ରସାରିତ ହୋଇଥିଲା। ଏହି ସିରିୟଲରେ ସୂପର୍ଣ୍ଣଖା ଭୂମିକାରେ ଅଭିନେତ୍ରୀ ରେଣୁ ଧାରୀବାଲ ଅଭିନୟ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.