ରାମାୟଣରେ ରାବଣ ଭୂମିକାରେ ନଜର ଆସିଥିବା ଅରବିନ୍ଦ ତ୍ରିବେଦୀଙ୍କ ହୃଦଘାତରେ ପରଲୋକ

ରାମାନନ୍ଦ ସାଗରଙ୍କ ବହୁ ଚର୍ଚ୍ଚିତ ଲୋକପ୍ରିୟ ପୌରାଣିକ ସିରିଅଲ ‘ରାମାୟଣ’ରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ। ମୃତ୍ଯୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ମଙ୍ଗଳବାର ରାତିରେ ଅରବିନ୍ଦଙ୍କୁ ହାର୍ଟଆଟାକ ଆସିଥିଲା। ଅନେକ ଦିନରୁ ଅସୁସ୍ଥ ଥିଲେ ଅରବିନ୍ଦ।

ଖବର ମୁତାବକ, ଗତ ତିନି ବର୍ଷ ହେଲାଣି ଅରବିନ୍ଦଙ୍କ ସ୍ବାସ୍ଥ୍ଯବସ୍ଥା ଖରାପ ରହିଥିଲା। ଏମିତିରେ ସେ ୨/୩ ଥର ହସପିଟାଲରେ ଭର୍ତ୍ତି ହୋଇଥିଲେ। ମାସେ ପୂର୍ବରୁ ହସପିଟାଲରୁ ଘରକୁ ଫେରିଥିଲେ।

ରାବଣ ଭୂମିକା ପରେ ଅରବିନ୍ଦ ତ୍ରିବେଦୀ ବିଜେପିରେ ସାମିଲ ହୋଇଥିଲେ। ସେ ଗୁଜରାଟର ସାବରକାଣ୍ଠାରୁ ବିଜେପି ଟିକେଟରୁ ନିର୍ବାଚନ ଲଢିଥିଲେ। ସେ ୧୯୯୧ ରୁ ୧୯୯୬ ପର୍ଯ୍ଯନ୍ତ ଲୋକସଭା ସାଂସଦ ରହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.