‘ରାମାୟଣ’ର ସୀତା ସେୟାର କଲେ ନିଜ ସୁପରହିଟ ଫିଲ୍ମର ଗୀତ, ଶୁଟିଂ ଶେଷ ହେବା ପରେ ପରେ ହିଁ କାର ଦୁର୍ଘଟଣାରେ ଚାଲିଯାଇଥିଲା ହିରୋଙ୍କ ଜୀବନ

ପୌରାଣିକ ଧାରାବାହିକ ‘ରାମାୟଣ’ରେ ସୀତା ଭୂମିକାରେ ଅଭିନୟ କରିଥିବା ଲୋକପ୍ରିୟ ଅଭିନେତ୍ରୀ ଦୀପିକା ଚିଖଲିଆ ଏବେ ଏବେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହୁଛନ୍ତି। ବୁଧବାର ସେ ଇନଷ୍ଟାଗ୍ରାମରେ ନିଜର ଏକ ସୁପରହିଟ ଫିଲ୍ମର ଗୀତ ସେୟାର କରିଛନ୍ତି।

ଯଦିଓ ଫିଲ୍ମଟି ବକ୍ସ ଅଫିସରେ ଧମାଲ ମଚାଇଥିଲା, କିନ୍ତୁ ଏହାସହିତ ଜଡ଼ିତ ଏକ ଦୁଃଖଦ ଘଟଣା ବି ରହିଛି। ଶୁଟିଂ ଶେଷ ହେବା ପରେ ଫିଲ୍ମ ହିରୋଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଦୀପିକାଙ୍କ ଏହି ଫିଲ୍ମଟି କନ୍ନଡ଼ ଭାଷାର ଥିଲା। ଏଥିରେ ସେ କନ୍ନଡ଼ ଫିଲ୍ମର ଷ୍ଟାର ଶଙ୍କର ନାଗଙ୍କ ସହିତ ନଜର ଆସିଥିଲେ।

ଦୀପିକା ଏହି ଗୀତ ସେୟାର କରି କ୍ୟାପସନ ଲେଖିଛନ୍ତି, ଏ ଗୀତ ମୋ ଫିଲ୍ମ ‘ହୋସା ଜୀବନ’ର। ଫିଲ୍ମର ଶେଷ ସିଡିୟୁଲ ସରିବା ପରେ ପରେ ମୋ କୋ-ଷ୍ଟାରଙ୍କର ଦୁର୍ଘଟଣା ହୋଇଗଲା। ଆଉ ସେ ଦୁନିଆକୁ ଅଲବିଦା କହିଦେଲେ। ଏହି ଘଟଣା ମୋତେ ଗଭୀର ଆଘାତ ଦେଇଥିଲା। ଏଥିରୁ ବାହାରିବା ପାଇଁ ମୋତେ ଲମ୍ବା ସମୟ ଲାଗିଥିଲା। ଏହା କହିବା ଜରୁରୀ ନୁହେଁ ଯେ ଫିଲ୍ମ ଜବରଦସ୍ତ ହିଟ ହୋଇଥିଲା। କିନ୍ତୁ ଏଥିରେ ହୋଇଥିବା କ୍ଷତି ବହୁତ ବଡ଼ ଥିଲା। ମୋ କୋ-ଷ୍ଟାର ଶଙ୍କର ନାଗ’।

g

କହି ରଖୁଛୁ, ଶଙ୍କର ନାଗ କନ୍ନଡ଼ ଫିଲ୍ମର ବହୁତ ବଡ଼ ଷ୍ଟାର ଥିଲେ। ସେ ହିଁ ଟେଲିଭିଜନର ସୁପରହିଟ ଶୋ’ ‘ମାଲଗୁଡି ଡେଜ’ର ନିର୍ଦ୍ଦେଶନା ଦେଇଥିଲେ। 1990 ସେପ୍ଟେମ୍ବର 30ରେ ଏକ କାର ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.