ଆସୁଛି ରାମଚରଣ ଓ କିଆରା ଆଡଭାନୀଙ୍କ ନୂଆ ଫିଲ୍ମ ‘ଗେମ୍ ଚେଞ୍ଜର’

ଆଜି ସାଉଥ ସୁପରଷ୍ଟାର ତଥା ଫିଲ୍ମ RRR ଅଭିନେତା ରାମଚରଣଙ୍କର ଜନ୍ମ ଦିନ । ସେ ୩୭ ବର୍ଷରେ ପଦାର୍ପଣ କଲେ । ଏହି ଅବସରରେ ରାମଚରଣ ତାଙ୍କର ନୂଆ ଫିଲ୍ମର ଘୋଷଣା କରିଛନ୍ତି । ଏଥିରେ ତାଙ୍କ ସହିତ ଅଭିନୟ କରିବେ କିଆରା ଆଡଭାନୀ । ଫିଲ୍ମର ନିର୍ଦ୍ଦେଶନା ଦେବେ ସାଉଥ୍ର ଜଣାଶୁଣା ନିର୍ଦ୍ଦେଶକ ଶଙ୍କର । ଫିଲ୍ମର ନାଁ ରହିଛି ‘ଗେମ୍ ଚେଞ୍ଜର’ । RRRର ସଫଳତା ପରେ ରାମଚରଣ ଏହି ନୂଆ ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି । ଏହା ସହିତ ତାଙ୍କ ଫ୍ୟାନ୍ମାନେ ମଧ୍ୟ ଏକଦମ୍ ଖୁସ୍ ।
ଗତ ଶନିବାର ଦିନ ରାମଚରଣ ଓସ୍କାର ପୁରସ୍କାର ଉତ୍ସବରୁ ଫେରିବା ପରେ ହାଇଦ୍ରାବାଦରେ ନୂଆ ଫିଲ୍ମର ଏକ ଗୀତ ସୁଟିଂ ହୋଇଥିଲେ । ସେହି ଜାଗାରେ ତାଙ୍କର ଜନ୍ମଦିନ ମଧ୍ୟ ପାଳନ କରାଯାଇଥିଲା । ସେଠାରେ ଲାଗିଥିବା ସେଟ୍ର ଏକ କୋଣରେ ଜନ୍ମଦିନ ପାଇଁ କେକ୍ ରଖି ସଜା ଯାଇଥିଲା । ରାମଚରଣ ଯେତେବେଳେ ଭିତରକୁ ଆସିଲେ ଉପରୁ ଫୁଲ ବର୍ଷା କରାଯାଇଥିଲା ।