ବେବି ନାଁ ସର୍ଟଲିଷ୍ଟ କରୁଛନ୍ତି ଦୀପିକା ଓ ରଣବୀର, ଶୋ’ରେ ହେଲା ଖୁଲାସା

ବଲିଉଡ ଆକ୍ଟର ରଣବୀର ସିଂହ ଓ ଦୀପିକା ପାଦୁକୋନ ପାଖାପାଖି ୬ ବର୍ଷ କାଳ ପରସ୍ପର ସହ ଡେଟ କରିବା ପରେ ୨୦୧୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଇଣ୍ଡଷ୍ଟ୍ରିରେ ଦୁହିଁଙ୍କୁ ପାୱାର କପଲ ଭାବେ ମଧ୍ୟ ଧରାଯାଏ । ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଏତେ ଦୃଢ ଯେ ଦୁହେଁ ସୋସିଆଲ ମିଡିଆରେ ପରସ୍ପର ପାଇଁ କିଛି ନା କିଛି ପୋଷ୍ଟ ଲେଖନ୍ତି । ଏମାନଙ୍କ ବିବାହକୁ ଖୁବ ଶୀଘ୍ର ୩ ବର୍ଷ ପୂରିବାକୁ ଯାଉଛି । ଆଉ ନିକଟରେ ହିଁ ରଣବୀର ଫ୍ୟାମିଲି ପ୍ଲାନିଂକୁ ନେଇ ଖୋଲାଖୋଲି ଆଲୋଚନା ମଧ୍ୟ କରିଛନ୍ତି । କହିରଖିବା ଉଚିତ ହେବକି ରଣବୀର ଖୁବ ଶୀଘ୍ର ଟିଭିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଗେମ ଶୋ “ଦ ବିଗ ପିକ୍ଚର”ରେ ନଜର ଆସିବାକୁ ଯାଉଛନ୍ତି ରଣବୀର । କଲର୍ସ ଚ୍ୟାନେଲରେ ଅକ୍ଟୋବର ୧୬ ତାରିଖରୁ ରାତି ୮ ଟାରେ ଆରମ୍ଭ ହେବାକୁ ଯାଉଛି ଏହି ଶୋ । ଜଣେ ପ୍ରତିଯୋଗୀଙ୍କ ସହ କଥା ହେଉଥିବା ସମୟରେ ରଣବୀର ଖୋଲାଖୋଲି ଭାବରେ ଫ୍ୟାମିଲି ପ୍ଲାନିଂକୁ ନେଇ କିଛି ପଦ କହିଥିଲେ ।

 

View this post on Instagram

 

A post shared by Ranveer Singh (@ranveersingh)

ସେ ଏହା ମଧ୍ୟ କହିଥିଲେକି ଆସନ୍ତା ୨ ରୁ ୩ ବର୍ଷ ଭିତରେ ଆମର ବି ପିଲାଛୁଆ ହେବେ । ଆଉ ଏହା ମଧ୍ୟ କହିଥିଲେକି ଆପଣଙ୍କ ଭାଉଜ ଜଣେ ଅତି କ୍ୟୁଟ ବେବି ଥିଲେ । ମୋତେ ଏମିତି ହିଁ ଗୋଟେ ବେବି ଦରକାର । ଏବେ ଛୁଆ ମାନଙ୍କ ନାଁ ସର୍ଟଲିଷ୍ଟ କରୁଥିବା କଥା ବି ରଣବୀର କହିଛନ୍ତି । ଆଉ ସେ କହିଛନ୍ତିକି ମୁଁ ଭାବୁଛି ମୋ ପୁଅ ନାଁ ସୂର୍ଯ୍ୟବିର ସିଂ ରଖିବି । ଦୀପିକା ଓ ରଣବୀର ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ପରସ୍ପର ସହିତ କଥା ହେଉଥିବାର ମଧ୍ୟ ଦେଖାଯାଇଛି । ଶୋ’ରେ ରଣବୀର ଏହା ମଧ୍ୟ କହିଥିଲେକି ଟିଭି ଶୋ’ରେ ଡେବ୍ୟୁ କରିବା ପାଇଁ ଦୀପିକା ହିଁ ତାଙ୍କୁ ପ୍ରୋତ୍ସାହିତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.