ଦୀପିକା ପାଦୁକୋନଙ୍କୁ ଦେଖି ଘାୟଲ ହେଲେ ପତି ରଣବୀର, ରୋମାଣ୍ଟିକ ଅନ୍ଦାଜରେ ଲେଖିଲେ ଏମିତି କିଛି
ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ରଣବୀର କପୁରଙ୍କ ବିବାହ ୨ ବର୍ଷରୁ ଅଧିକ ହୋଇଗଲାଣି । କିନ୍ତୁ ରଣବୀରଙ୍କର ଦୀପିକାଙ୍କ ପ୍ରତି ପ୍ରେମ ବଢୁଛି ସିନା କମୁନି । ମିଳିଥିବା ଖବର ଅନୁଯାୟୀ ଏହି ନିକଟରେ ଇନ୍ଷ୍ଟଗ୍ରାମ ପେଜରେ ସେୟାର କରାଯାଇଥିବା ଦୀପିକାଙ୍କ ଏକ ଫଟୋକୁ ଦେଖି କାଳେ ବେହାଲ ହୋଇଯାଇଛନ୍ତି ରଣବୀର । ପ୍ରକୃତରେ ଏକ ବ୍ୟାଗ କମ୍ପାନୀର ପ୍ରମୋ କରିବା ସମୟର ଏକ ଫଟୋକୁ ଇନ୍ଷ୍ଟଗ୍ରାମରେ ଶେୟର କରିଥିଲେ ଦୀପିକା । ଆଉ ଫଟୋ ଦେଖି ଦୀପିକାଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ହୋଇଯାଇଛନ୍ତି ରଣବୀର । ଆଉ ପୁଣି ଥରେ ଦୀପିକାଙ୍କୁ ଦିଲ ଦେଇ ବସିଥିଲେ । ଆଉ ରଣବୀର କରିଥିବା କମେଣ୍ଟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
View this post on Instagram
ପ୍ରକୃତରେ ରଣବୀର ଏଥିରେ ଲେଖିଛନ୍ତି “ଯାନ ହି ଲେଲେ” । ଆଉ ଏହା ସହ ଖଞ୍ଜର ଆଉ ରକ୍ତ ବୁନ୍ଦାର ଏକ ଇମୋଜୀ ବି ସେୟାର କରିଛନ୍ତି । ପତ୍ନୀଙ୍କ ପ୍ରତି ରଣବୀରଙ୍କ ପ୍ରେମକୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚା ଜୋର ଧରିଥାଏ । ଯାହାକୁ ଫ୍ୟାନ୍ସ ମାନେ ଖୁବ ପସନ୍ଦ କରିଥାନ୍ତି । ଏମିତିରେ ରଣବୀରଙ୍କ ସ୍ୱଭାବ ବି ଟିକେ ରୋମାଣ୍ଟିକ । ଆଉ ତାଙ୍କର ଏହି ରୋମାନ୍ସ ରିୟଲ ଓ ରିଲ ଲାଇଫରେ ଖୁବ ପସନ୍ଦ କରିଥାନ୍ତି ।