ଖୁବ ଧୁମଧାମରେ ଚାଲିଛି ରଣବୀର ଓ ଆଲିଆଙ୍କ ବିବାହ ପ୍ରସ୍ତୁତି, ଏହି ସବୁ ସ୍ଥାନରୁ ମଗାଯାଇଛି ସ୍ପେଶାଲ କୁକ

ବଲିଉଡର କ୍ୟୁଟ ତଥା ହିଟ ଯୋଡି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଅବଶ୍ୟ ଏଯାବତ ଏହି ଯୋଡି ଏନେଇ ଅଧିକାରୀକ ଭାବରେ କୌଣସି ଘୋଷଣା କରିନାହାନ୍ତି । କିନ୍ତୁ ଏନେଇ ଅନେକ ଖବର ସାମ୍ନାକୁ ଆସିବାରେ ଲାଗିଛି । ଯେଉଁଥିରେ ବିବାହ ସ୍ଥାନ ସମେତ ବିବାହରେ କଣ କଣ ଖାଦ୍ୟ ପରଶା ଯିବ ସେନେଇ ସବୁକିଛି ସାମିଲ ଅଛି । ଏମିତିରେ ବି ବଲିଉଡ ନ୍ୟୁଜ କହିଲେ କପୁର ଖାନଦାନଙ୍କ ଖବରକୁ ହିଁ ବୁଝାଏ । ସେମାନଙ୍କ ବିବାହ, ସେଥିରେ ପ୍ରସ୍ତୁତ ହେଉଥିବା ଖାଦ୍ୟ, ସେମାନେ ପିନ୍ଧିବାକୁ ଥିବା ବେଶ ପୋଷାକ ସବୁକିଛି ଯେମିତି ଖାସ ହୋଇଥାଏ । ଆଉ କେମିତି ବା ସେମାନଙ୍କ ବିବାହରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ସ୍ୱତନ୍ତ୍ର ନ ହେବ । ତେବେ ଆସନ୍ତୁ ଜାଣିବା ରଣବୀର ଓ ଆଲିଆଙ୍କ ବିବାହର ମେନ୍ୟୁ କଣ ରଖାଯାଇଛି ।

କୌଣସି ବିବାହରେ ବର- କନ୍ୟାଙ୍କ ବ୍ୟତୀତ ଆଉ ଏକ ଖାସ ଦିଗ ହେଉଛି ବିବାହରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ । ଅତିଥିଙ୍କ ପାଇଁ ମେନ୍ୟୁ କଣ ହେବ ସେନେଇ ଏକ ପ୍ରକାର ଜୋରଦାର ଚର୍ଚ୍ଚା ହୋଇଥାଏ । ଏହି କାରଣରୁ କପୁର ପରିବାର ବି ରଣବୀର ଓ ଅଳିଆଙ୍କ ବିବାହରେ କୌଣସି ରିସ୍କ ନେବାକୁ ରାଜି ନୁହନ୍ତି । ମା’ ନିତୁ କପୁର ଦୀର୍ଘ ୫ ଦିନ ଧରି ଚାଲିବାକୁ ଥିବା ବିବାହ ଫଙ୍କସନ ପାଇଁ ଦିଲ୍ଲୀ ଓ ଲଖନଉରୁ ରୋଷେୟା ମଗେଇଛନ୍ତି । ରଣବୀର ଓ ଆଲିଆଙ୍କ ବିବାହରେ ପଂଜାବୀ ବ୍ୟତୀତ କଣ୍ଟିନେଣ୍ଟାଲ, ମୁଗଲାଇ, ମେକସିକାନ ସମେତ ଇଟାଲିଆନ ବ୍ୟଞ୍ଜନ ଗୁଡିକର ବି ବ୍ୟବସ୍ଥା ହୋଇଛି । ରିପୋର୍ଟ ଅନୁଯାୟୀ, ଖାଦ୍ୟ ନିମନ୍ତେ ପାଖାପାଖି ୫୦ ଟି କାଉଣ୍ଟର ଲଗାଯିବ । ଯେଉଁଠି ଦିଲ୍ଲୀ ଚାଟ, ଲଖନଉ କବାବ, ବିରିୟାନୀ ଆଦି ପରଶା ଯିବ । ବିବାହ ମେନ୍ୟୁରେ ଆଲିଆଙ୍କ ପସନ୍ଦକୁ ବି ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଛି । ଆଲିଆ ଶାକାହାରୀ ହୋଇଥିବାରୁ ନନଭେଜ ବ୍ୟତୀତ ଭେଜ ଡ଼ିସେସ ପାଇଁ ପ୍ରାୟ ୨୫ ଟି କାଉଣ୍ଟର ଖୋଲାଯାଇଛି । କିନ୍ତୁ କପୁର ଫ୍ୟାମିଲି ତରଫରୁ ଅଫିସିଆଲ ଭାବରେ କୌଣସି ଘୋଷଣା କରାଯାଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.