ମନୋରଂଜନ

ସାତ ଫେରା ନୁହେଁ ଚାରି ଫେରା ନେଲେ ରଣବେଲିୟା, କାହିଁକି ଜାଣନ୍ତୁ ?

ଦୀର୍ଘ ୫ ବର୍ଷର ଲମ୍ବା ଡେଟିଙ୍ଗ ପରେ ଶେଷରେ ବିବାହ ବନ୍ଧନରେ ଏପ୍ରିଲ ୧୪ ତାରିଖରେ ବାନ୍ଧି ହୋଇଛନ୍ତି ରଣବୀର ଓ ଆଲିଆ । ଦୁହିଁଙ୍କ ଫ୍ୟାନ୍ସ ମାନେ ଏହି ଦିନ ଟିକୁ ଖୁବ ଉତ୍ସାହର ସହ ଅନେଇ ରହିଥିଲେ । ସେଯାହା ହେଉ ଫ୍ୟାନ୍ସ ମାନଙ୍କର ପ୍ରତିକ୍ଷାର ତ ଅନ୍ତ ଘଟିଲା । ଆଉ ଦୁହିଁଙ୍କ ସ୍ବପ୍ନ ବି ସାକାର ହେଲା । କିନ୍ତୁ ଆପଣ ଜାଣନ୍ତିକି ରଣବୀର ଓ ଆଲିଆ ସାତ ଜନ୍ମ ପାଇଁ ସାଥି ହୋଇ ରହିବେ ବୋଲି ଶପଥ ସାତ ଫେରା ନୁହେଁ ବରଂ ଚାରି ଫେରା ନେଇ କରିଛନ୍ତି । ଆପଣଙ୍କୁ ଏହା ଶୁଣି ତାଯୁବ ନିଶ୍ଚିତ ରୂପେ ଲାଗୁଥିବ ବିବାହ ନିୟମରେ ସାତ ଫେରା ନେବା ନେଇ ନିୟମ ଥିବା ବେଳେ ଏମାନେ ଚାରି ଫେରା କେମିତି ନେଲେ । କଣ ଆମ ଚିରାଚରିତ ପରମ୍ପରାକୁ ଭାଙ୍ଗିଦେଲେ ଏଦୁହେଁ । ମାତ୍ର ଚାରି ଫେରା ହିଁ କାମ ଚଳିଗଲା ଏଦୁହିଁକର । ହଉ ଏତେ ଆଉ କଷ୍ଟ କରନ୍ତୁନି । ଭାବି ନିଅନ୍ତୁ ଆପଣଙ୍କ ପ୍ରତିକ୍ଷାର ଅନ୍ତ ଘଟିଲା । ପ୍ରକୃତରେ ଆଲିଆଙ୍କ ଭାଇ ରାହୁଲ ଭଟ୍ଟ ଏହି ବାବଦରେ ଏକ ସମ୍ବାଦ ସରବରାହ ସଂସ୍ଥାକୁ ବୟାନ ଦେଇଛନ୍ତି । ଏମିତି କାହିଁକି ହେଲା ସେନେଇ ପ୍ରକୃତ କାରଣ ବି ପ୍ରକାଶ କରିଛନ୍ତି । ଆଲିଆଙ୍କ ଭାଇ ରାହୁଲ ଏହା ବି କହିଛନ୍ତିକି ଯେଉଁ ପଣ୍ଡିତ ଜଣଙ୍କ ଦୁହିଁଙ୍କ ବିବାହ କରାଇଛନ୍ତି ସେ କାପୁର ପରିବାର ସହିତ ଦୀର୍ଘ ଦିନ ହେବ ଅଛନ୍ତି ।

ଆଉ ଏହି ପଣ୍ଡିତ ହିଁ ବିବାହରେ ନିଆଯାଉଥିବା ପ୍ରତିଟି ଫେରା ବିଷୟରେ ବୁଝେଇ କହିଥିଲେ । ଏମଧ୍ୟରୁ ଗୋଟିଏ ଧର୍ମ ପାଇଁ ହୋଇଥିବାବେଳେ, ଗୋଟିଏ ସନ୍ତାନଙ୍କ ପାଇଁ ରହିଛି । ଇଏ ସବୁ ବାସ୍ତବରେ ଖୁବ ଆକର୍ଷକ ଥିଲା । ତାଙ୍କ ବୁଝେଇବା ଶୈଳୀ ବି ଖୁବ ଭଲଥିଲା । ଆଉ ପଣ୍ଡିତ ଜଣଙ୍କର କହିବା ଅନୁଯାୟୀ ତାଙ୍କର ଏମିତି ଏକ ଘର ତଥା ପରିବାର ସହିତ ସମ୍ପର୍କ ଅଛି ଯେଉଁଠି ଭିନ୍ନ ଭିନ୍ନ ସମ୍ପ୍ରଦାୟର ଲୋକେ ବାସକରନ୍ତି । ରେକର୍ଡ କରିବା ପାଇଁ ୭ଗୋଟି ଫେରା ନବା କିଛି ଦରକାର ନାହିଁ । ୪ଟି ନେବା ହିଁ ଯଥେଷ୍ଟ ହୋଇଥାଏ । ବିବାହ ଶେଷ ହେବା ପରେ ଏବେ ସମସ୍ତଙ୍କର ଅପେକ୍ଷାକି ଦୁହିଁଙ୍କର ରିସେପ୍ସନ କେବେ ଓ କେଉଁଠି ହେବ ? ବିବାହ ଶେଷ ହେବା ପରେ ଝିଅ ନିତୁ କପୁର ଓ ଝିଅ ରିଦ୍ଧିମା ଓ ଜ୍ୱାଇଁ ଭରତ ଶାହାନିଙ୍କ ସହିତ ମିଡ଼ିଆ ସାମ୍ନାକୁ ଆସିଛନ୍ତି । ସେ ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ଦେବା ସହିତ ଦୁଇ ନବଦମ୍ପତ୍ତିଙ୍କୁ ଖୁବ ଶୁଭେଚ୍ଛା ଦେଇଛନ୍ତି । ଏମାନେ ତାଙ୍କୁ ରିସେପ୍ସନ ବାବଦରେ ପଚାରିବାରୁ ସେ କହିଛନ୍ତିକି ଏବେ ଆଉ କୌଣସି ରିସେପ୍ସନ ହବାର ନାହିଁ, ସବୁକିଛି ସରି ଯାଇଛି । ଆମର ସେମିତି କିଛି ପ୍ଲାନିଂ ନାହିଁ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago