ମନୋରଂଜନ

ରିଲିଜ ହେଲା ଫିଲ୍ମ ବ୍ରହ୍ମାସ୍ତ୍ରର ବହୁ ପ୍ରତୀକ୍ଷିତ ଗୀତ ‘କେସରିଆ’, ଗୀତ ଶୁଣି ପାଗଳ ହେଲେ ଫ୍ୟାନ୍ସ

ବଲିଉଡ ସୁପରଷ୍ଟାର ରଣବୀର କପୁରଙ୍କ ଅପକମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ବହୁ ପ୍ରତିକ୍ଷୀତ ଗୀତ କେସରିଆ ରିଲିଜ ହୋଇଛି। ଏହି ଗୀତରେ ରଣବୀର ଏବଂ ଆଲିଆ ସମସ୍ତଙ୍କୁ ଦିଓ୍ଵାନା କରିଦେଇଛନ୍ତି। ଏହି ଗୀତକୁ ଫ୍ୟାନ୍ସ ଅନେକ ଦିନରୁ ଅପେକ୍ଷା କରି ରହିଥିଲେ। ଏହି ଗୀତକୁ ଅରିଜିତ ସିଂ ଗାଇଛନ୍ତି।

ନିର୍ଦ୍ଦେଶକ ଆୟନ ମୁଖାର୍ଜୀଙ୍କ ସ୍ପେଶାଲ ଫିକ୍ସନ ଫିଲ୍ମ ବ୍ରହ୍ମାସ୍ତ୍ରର କେସରିଆ ଗୀତର ଟିଜର ଗତକିଛି ଦିନ ତଳେ ରିଲିଜ ହୋଇଥିଲା। ଏହି ଗୀତ ଶୁଣି ସମସ୍ତେ ଗୀତର ରିଲିଜ ତାରିଖକୁ ଚାହିଁ ରହିଥିଲେ। ଆଜି ଫିଲ୍ମର ଗୀତ କେସରିଆର ଫୁଲ୍‌ ଭର୍ସନକୁ ରିଲିଜ କରାଯାଇଛି। ରଣବୀର ଏବଂ ଆଲିଆଙ୍କ ଲଭ୍‌ ଓ ରୋମାନ୍ସ ଏହି ଗୀତରେ ଦେଖିବାକୁ ମିଳିଛି।

ଗୀତକୁ ଅରିଜିତ ସିଂ ଗାଇଥିବା ବେଳେ ଲିରିକ୍ସ ଅମିତାଭ ଭଟ୍ଟାଚାର୍ଯ୍ୟ ଲେଖିଛନ୍ତି। ଏହାକୁ ମ୍ୟୁଜିକ ଦେଇଛନ୍ତି ପ୍ରୀତମ। ଏହା ଫିଲ୍ମର ପ୍ରଥମ ଗୀତ। ଫ୍ୟାନ୍ସ ଏହି ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି। ବ୍ରହ୍ମାସ୍ତ୍ର ଫିଲ୍ମ ସେପ୍ଟେମ୍ବର ୯ ତାରିଖରେ ରିଲିଜ ହେବ। ଏହି ଫିଲ୍ମରେ ବଲିଉଡ ଷ୍ଟାର ରଣବୀର କପୁର, ଆଲିଆ ଭଟ୍ଟ, ଅମିତାଭ ବଚ୍ଚନ, ମୌନୀ ରାୟ ଏବଂ ନାଗାର୍ଜୁନ ପ୍ରମୁଖ ଭୂମିକାରେ ନଜର ଆସିବେ। ବିବାହ ପରେ ରଣବୀର ଏବଂ ଆଲିଆ ପ୍ରଥମ ଥର ଏକାଠି ଫିଲ୍ମରେ ନଜର ଆସିବେ।

ଫିଲ୍ମଟି ତିନି ଭାଗରେ ରିଲିଜ୍ ହେବ । ଫିଲ୍ମର ପ୍ରଥମ ଭାଗ ଚଳିତ ବର୍ଷ ୯ ସେପ୍ଟେମ୍ବରରେ ରିଲିଜ ହେବ । ନିକଟରେ ଫିଲ୍ମରେ ଏକ ଟିଜର ମଧ୍ୟ ରିଲିଜ୍ ହୋଇଥିଲା । ଆଉ ଏବେ ଫିଲ୍ମରୁ ଅମିତାଭଙ୍କ ପ୍ରଥମ ଲୁକ୍ ସାମ୍ନାକୁ ଆସିଛି। ଆୟନ ମୁଖାର୍ଜୀ ଫିଲ୍ମରେ ଅମିତାଭଙ୍କୁ ଜଣେ ଗୁରୁ ଭାବରେ ଉପସ୍ଥାପିତ କରିଛନ୍ତି । ଫିଲ୍ମର ପୋଷ୍ଟରରେ ଅମିତାଭ ଭୟଙ୍କର ଭାବେ ନଜର ଆସିଛନ୍ତି।

ଏହି ଫିଲ୍ମକୁ ନେଇ ୨୦୧୪ ରୁ କାମ ଆରମ୍ଭ ହୋଇଥିଲା । ଏହାକୁ ଧର୍ମା ପ୍ରଡକ୍ସନ ବ୍ୟାନରେ ପ୍ରସ୍ତୁତ କରାଯାଇଛି । ଏହା ହିନ୍ଦୀ ସହ, ତାମିଲ, ତେଲୁଗୁ, ମଲୟାଲମ ଏବଂ କନ୍ନଡ଼ ଭାଷାରେ ରିଲିଜ୍ ହେବ ।

video credit : Sony Music India

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago