ପୁଣିଥରେ ମା ହେବେକି ଆଲିଆ ? ମୁହଁ ଖୋଲିଲେ ଅଭିନେତା ରଣବୀର…

ପୁଣିଥରେ ମା ହେବାକୁ ଯାଉଛନ୍ତି କି ଅଭିନେତ୍ରୀ ଆଲିଆ ଭଟ୍ଟ । ତାଙ୍କ ପ୍ରଶଂସକ ମାନଙ୍କୁ ଦେଇପାରନ୍ତି କି ଖୁସି ଖବର । ହଁ ଆଜ୍ଞା ଏକଥା ଆମେ କହୁନାହୁଁ । ଏମିତି କିଛି ହିଣ୍ଟ ହେଇଛନ୍ତି ଅଭିନେତା ରଣବୀର କପୁର ।

ବଲିଉଡର ସବୁଠାରୁ ଖାସ୍ ଦମ୍ପତି  ହେଇଛନ୍ତି ରଣବୀର କପୁର ଏବଂ ଆଲିଆ ଭଟ୍ଟ ।  ସେମାନେ ସବୁବେଳେ ବେଶ୍ ଚର୍ଚ୍ଚାରେ ରହିଥାନ୍ତି ।   ରଣବୀର ଏବେ ଦ୍ୱିତୀୟ ସନ୍ତାନ ବିଷୟରେ ମୁହଁ ଖୋଲିଛନ୍ତି ।  ଯାହାକୁ ନେଇ ପୁଣିଥରେ ଚର୍ଚ୍ଚା ହେବାରେ ଲାଗିଛି ।  ରାହାଙ୍କ ପରେ ରଣବୀର ଏବଂ ଆଲିଆ ଉଭୟ ଦ୍ୱିତୀୟ ସନ୍ତାନ ପାଇବା ବିଷୟରେ ଚିନ୍ତା କରୁଛନ୍ତି ।

ତାଙ୍କୁ ପ୍ରାୟତଃ ତାଙ୍କ ଝିଅ ରାହା  ସହିତ ସମୟ ବିତାଉଥିବାର ଦେଖାଯାଏ । ଏପରିକି ସେ ତାଙ୍କ ଝିଅର ନାମରେ ଏକ ଟାଟୁ ମଧ୍ୟ କରିଛନ୍ତି ।  ଏହା ବ୍ୟତୀତ ସେ ତାଙ୍କ ଝିଅ ସହିତ ଖେଳନ୍ତି ଏବଂ ଗୀତ ଶୁଣନ୍ତି ।  ଏସବୁ ମଧ୍ୟରେ ରଣବୀର ଆଉ ଏକ ସନ୍ତାନ ବିଷୟରେ ହିଣ୍ଟ ଦେଇଛନ୍ତି ।

ଏକ ସାକ୍ଷାତକାରରେ ସେ ନିଜ ବିଷୟରେ ସର୍ବାଧିକ ଗୁଗଲ ଖୋଜାଯାଇଥିବା ପ୍ରଶ୍ନର ଉତ୍ତର ଦେଇଥିଲେ। ସେଥିମଧ୍ୟରୁ ଗୋଟିଏ ପ୍ରଶ୍ନ ଥିଲା ସେ ଖୁବ୍‌ଶୀଘ୍ର ଆଉ ଏକ ନୂଆ ଟାଟୁ କରିବେ କି ?  ଏହାର ଜବାବରେ ରଣବୀର କହିଥିଲେ  ଆଶା କରୁଛି ଶୀଘ୍ର କରିବି । ରଣବୀର ପୂର୍ବରୁ ରାହାଙ୍କ ନାମରେ ଏକ ଟାଟୁ କରିସାରିଛନ୍ତି ।

ଏହି ଟାଟୁ ବିଷୟରେ ବହୁତ ଆଲୋଚନା ହୋଇଥିଲା ।  ରାହାଙ୍କ ପରେ ରଣବୀର ଏବଂ ଆଲିଆ ଉଭୟ ଦ୍ୱିତୀୟ ସନ୍ତାନ ବିଷୟରେ ଚିନ୍ତା କରୁଛନ୍ତି ।  ନିକଟରେ ଆଲିଆ କହିଥିଲେ  ଯଦି ତାଙ୍କର ଦ୍ୱିତୀୟ ସନ୍ତାନ ପୁଅ ହୁଏ  ତେବେ ତା’ ନାମ ଆଗରୁ ପ୍ରସ୍ତୁତ ଅଛି ବୋଲି ସେ କହିଥିଲେ ।  ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା ।

Also read: ରାହା ଜନ୍ମ ହେଲାପରେ ବଦଳି ଗଲେ ରଣବୀର, କହିଲେ ଆଲିଆ