ମନୋରଂଜନ

ରିଲିଜ ହେଲା ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଟ୍ରେଲର, ନିଆଁରେ ଖେଳୁଥିବା ନଜର ଆସିଲେ ରଣବୀର

ରଣବୀର କୁପର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ବହୁ ପ୍ରତିକ୍ଷୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଟ୍ରେଲର ଲଞ୍ଚ ହୋଇଛି। ଫିଲ୍ମର ଟ୍ରେଲର ବେଶ୍‌ ଦମଦାର ରହିଛି। ଏଥିରେ ରଣବୀର କପୁର ଶିବା ଭୂମିକାରେ ନଜର ଆସିଛନ୍ତି। ଜଣେ ସାଧାରଣ ଲୋକର ଗୋଟିଏ ସ୍ୱତନ୍ତ୍ରତା କିଭଳି ତାଙ୍କୁ ଦୁନିଆର ରକ୍ଷକ ସଜାଉଛି, ତାହା ଦେଖିବାକୁ ମିଳିବ।

ନିର୍ଦ୍ଦେଶକ ଆୟନ ମୁଖାର୍ଜୀ ଏହି ଟ୍ରେଲର ଜାରି କରିଛନ୍ତି। ଏହି ଫିଲ୍ମରେ ରଣବୀର କପୁର, ଅମିତାଭ ବଚ୍ଚନ, ଆଲିଆ ଭଟ୍ଟ, ନାଗାର୍ଜୁନ ଏବଂ ମୌନୀ ରାୟ ନଜର ଆସିବେ। ଫିଲ୍ମର ଭିଜୁଆଲ ଇଫେକ୍ଟସ ବହୁତ ପ୍ରଭାବଶାଳୀ ରହିଛି। ଫିଲ୍ମରେ ଆକ୍ସନ, ରୋମାନ୍ସ ଏବଂ ଡ୍ରାମା ଭରପୁର ରହିଛି।

ଫିଲ୍ମଟି ତିନି ଭାଗରେ ରିଲିଜ୍ ହେବ । ଫିଲ୍ମର ପ୍ରଥମ ଭାଗ ଚଳିତ ବର୍ଷ ୯ ସେପ୍ଟେମ୍ବରରେ ରିଲିଜ ହେବ । ନିକଟରେ ଫିଲ୍ମରେ ଏକ ଟିଜର ମଧ୍ୟ ରିଲିଜ୍ ହୋଇଥିଲା । ଆଉ ଏବେ ଫିଲ୍ମରୁ ଅମିତାଭଙ୍କ ପ୍ରଥମ ଲୁକ୍ ସାମ୍ନାକୁ ଆସିଛି। ଆୟନ ମୁଖାର୍ଜୀ ଫିଲ୍ମରେ ଅମିତାଭଙ୍କୁ ଜଣେ ଗୁରୁ ଭାବରେ ଉପସ୍ଥାପିତ କରିଛନ୍ତି । ଫିଲ୍ମର ପୋଷ୍ଟରରେ ଅମିତାଭ ଭୟଙ୍କର ଭାବେ ନଜର ଆସିଛନ୍ତି।ଅମିତାଭ ହାତରେ ଦିବ୍ୟଅସ୍ତ୍ର ଧରିଥିବା ବେଳେ ରାଗରେ କାହାକୁ ଚାହିଁଥିବା ଜଣାପଡିଛି। ପୋଷ୍ଟରେ ଫିଲ୍ମର ନାମ ବ୍ରହ୍ମାସ୍ତ୍ର ପାର୍ଟ ଓ୍ଵାନ: ଶିବା ଲେଖାଯାଇଛି। ଏହି ଫିଲ୍ମଟି ଡିସେମ୍ବର ୯ ତାରିଖରେ ରିଲିଜ ହେବ।

ଆୟନ ମୁଖାର୍ଜୀ ଏହି ଫୋଷ୍ଟ ଶେୟାର କରି ଲେଖିଛନ୍ତି ଯେ ଗୁରୁ ଏବଂ ତାଙ୍କର ପ୍ରଭାସ୍ତ୍ର । ସେ ଆହୁରି ଲେଖିଛନ୍ତି ଯେ, ଅମିତାଭ ବଚ୍ଚନଙ୍କୁ ପ୍ରାଚୀନ ଏବଂ ମଡର୍ଣ୍ଣ ଇଣ୍ଡିଆର ଏହି ତାଳମେଳ ତାଙ୍କୁ ଖୁବ୍ ଆକର୍ଷିତ କରିଥିଲା । ଅୟାନ ମୁଖାର୍ଜୀ କହିଛନ୍ତି ଯେ ଅମିତାଭ ବଚ୍ଚନଙକ୍ ସାଥ୍ ମିଳିବା ସୌଭାଗ୍ୟର କଥା । ଆମ ଦୁହିଁଙ୍କ ସାକ୍ଷାତ ୨୦୧୬ରେ ହୋଇଥିଲା। ସେତେବେଳେ ଆମେ ବ୍ରହ୍ମାସ୍ତ୍ରକୁ ନେଇ ଚର୍ଚ୍ଚା ମଧ୍ୟ କରିଥିଲୁ। ଆଜି ଆମେ ଆମର ଗୁରୁଙ୍କ ପୋଷ୍ଟର ଲଞ୍ଚ କରୁଛୁ, ମୋର ହୃଦୟ ରୋମାଞ୍ଚ ଏବଂ ସମ୍ମାନରେ ଭରିଯାଇଛି ।

ଫିଲ୍ମର ଅଫିସିଆଲ ଟ୍ରେଲର ୧୫ ଜୁନରେ ରିଲିଜ ହେବ । ଏହି ଫିଲ୍ମକୁ ନେଇ ୨୦୧୪ ରୁ କାମ ଆରମ୍ଭ ହୋଇଥିଲା । ଏହାକୁ ଧର୍ମା ପ୍ରଡକ୍ସନ ବ୍ୟାନରେ ପ୍ରସ୍ତୁତ କରାଯାଇଛି । ଏହା ହିନ୍ଦୀ ସହ, ତାମିଲ, ତେଲୁଗୁ, ମଲୟାଲମ ଏବଂ କନ୍ନଡ଼ ଭାଷାରେ ରିଲିଜ୍ ହେବ । ବିବାହ ପରେ ଆଲିଆ ଏବଂ ରଣବୀର ପ୍ରଥମ ଥର ପାଇଁ ଏହି ଫିଲ୍ମ ଜରିଆରେ ଏକାଠି ନଜର ଆସିବେ। ଯାହାକୁ ଦର୍ଶକେ ଉତ୍ସାହର ସହିତ ଚାହିଁ ରହିଛନ୍ତି।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago