ଏହି ଦିନଠାରୁ ଆରମ୍ଭ ହେବ ରଣବୀର ଓ ଆଲିଆଙ୍କ ପ୍ରି-ୱେଡିଂ କାର୍ଯ୍ୟକ୍ରମ, ସାମ୍ନାକୁ ଆସିଲା ଅତିଥିଙ୍କ ନାଁ

ଫ୍ୟାନ୍‌ଙ୍କ ଅପେକ୍ଷାର ଅନ୍ତ ଘଟାଇ ଶେଷକୁ ବାହା ହେବାକୁ ଯାଉଛନ୍ତି ରଣବୀର କପୁର ଓ ଆଲିଆ ଭଟ୍ଟ। ଏହି ଯୋଡ଼ି ବେଶ୍‌ ସାଦାସିଧା ଢଙ୍ଗରେ ବିବାହ କରିବାକୁ ଚାହୁଁଛନ୍ତି। ମିଡିଆ ନଜରଠାରୁ ଦୂରେଇ ଏମାନେ ମୁମ୍ବାଇର ଆରକେ ଷ୍ଟୁଡିଓରେ ବିବାହ ବନ୍ଧନରେ ବାନ୍ଧି ହେବେ। ତେବେ ବିବାହ ପୂର୍ବରୁ ରଣବୀର ଓ ଆଲିଆଙ୍କ ବିବାହ ପ୍ରସ୍ତୁତି କେମିତି ହେବ ସେ ଖବର ସାମ୍ନାକୁ ଆସିଛି।

ରିପୋର୍ଟ ମୁତାବକ, ୧୩ ଏପ୍ରିଲରୁ ୧୭ ଏପ୍ରିଲ ମଧ୍ୟରେ ମୁମ୍ବାଇରେ ବିବାହ ଅନୁଷ୍ଠିତ ହେବ। ଏଥିପାଇଁ ଜୋର ସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଅତିଥି ତାଲିକା ବି ଏବେ ସାମ୍ନାକୁ ଆସିଛି। ଆସନ୍ତୁ ଜାଣିବା ଏହି ତାଲିକାରେ କିଏ କିଏ ଅଛନ୍ତି…

 

View this post on Instagram

 

A post shared by Ranbir kapoor 🔵 (@ranbir_kapoooor)

ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହରେ ଏକାଧିକ ସେଲିବ୍ରିଟି ଯୋଗ ଦେବେ। ବିବାହ ଉତ୍ସବରେ ଯୋଗ ଦେବା ଲାଗି ପ୍ରସ୍ତୁତ ତାଲିକାରେ ସଞ୍ଜୟ ଲୀଲା ଭଂସାଲୀ, ବରୁଣ ଧଓ୍ଵନ୍‌, ଅୟାନ ମୁଖାର୍ଜୀ, ଜୋୟା ଅଖତର, ଅର୍ଜୁନ କପୁର, ମସାବା ଗୁପ୍ତା ପ୍ରମୁଖ ତାରକାଙ୍କ ନାଁ ରହିଛି। ଶାହାରୁଖ ଖାନ୍‌ଙ୍କୁ ମଧ୍ୟ ରଣବୀର-ଆଲିଆ ଭଟ୍ଟଙ୍କ ବିବାହ ପାଇଁ ନିମନ୍ତ୍ରଣ କରାଯାଇଛି।

ଅନ୍ୟପଟେ କରନ ଜୋହର, ମନୀଷ ମାଲହୋତ୍ରା, ଅନୁଷ୍କା ରଞ୍ଜନ, ଆକାଂକ୍ଷା ରଞ୍ଜନ, କରୀନା କପୁର ଖାନ୍‌, ସୈଫ୍‌ ଅଲ୍ଲୀ ଖାନ୍‌, କରିସ୍ମା କପୁର ପ୍ରମୁଖ ବିବାହ ଉତ୍ସବରେ ଭଟ୍ଟ ଓ କପୁର ପରିବାର ସହ ଉପସ୍ଥିତ ରହିବେ।

 

View this post on Instagram

 

A post shared by Ranbir kapoor 🔵 (@ranbir_kapoooor)

ଖବର ମୁତାବକ, ଫେମସ୍‌ ଫ୍ୟାସନ୍‌ ଡିଜାଇନର ମନୀଷ ମାଲହୋତ୍ରା ଓ ସବ୍ୟସାଚୀ ମୁଖାର୍ଜୀ ବିବାହ ପାଇଁ ଆଲିଆଙ୍କ ଡ୍ରେସ୍‌ ତିଆରି କରିବେ। ସେହିପରି ରଣବୀର କପୁରଙ୍କ ଡ୍ରେସ୍‌ ତାଙ୍କ ଡିଜାଇନର ସମିଧା ବାଙ୍ଗନୁ ପ୍ରସ୍ତୁତ କରିବେ ବୋଲି ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.