ରଣବୀର-ଆଲିଆଙ୍କ ୱେଡିଂ ଭେନ୍ୟୁ ଫାଇନାଲ, ଋଷି ଏବଂ ନୀତୁ ବିବାହ କରିଥିବା ସ୍ଥାନରେ ଆଲିଆଙ୍କ ମଥାରେ ସିନ୍ଦୁର ଭରିବେ ରଣବୀର

ବଲିଉଡର ଚର୍ଚ୍ଚିତ ଯୋଡି ଆଲିଆ ଓ ରଣବୀରଙ୍କ ବିବାହ ଖବର ଏବେ ଚର୍ଚ୍ଚାରେ। ଦୁହେଁ ଏହି ମାସରେ ବିବାହ କରିବେ ଆଉ ବିବାହ ପାଇଁ ଜାଗା ମଧ୍ୟ ଚୟନ ହୋଇସାରିଛି। ଶୁଣିବାକୁ ମିଳୁଛି, ରଣବୀର ଆଲିଆଙ୍କ ସହିତ ସେହି ସ୍ଥାନରେ ସାତଫେରା ନେବାକୁ ଚାହୁଁଛନ୍ତି, ଯେଉଁଠି ତାଙ୍କ ବାପା ମା’ ଙ୍କ ବିବାହ ହୋଇଥିଲା।

ପିଙ୍କଭିଲ୍ଲା ରିପୋର୍ଟ ଅନୁଯାୟୀ, ଋଷ କପୁର ଏବଂ ନୀତୁ କପର ୨୦ ଜାନୁଆରୀ ୧୯୮୦ରେ ଆରକେ ହାଉସରେ ବିବାହ କରିଥିଲେ। ନିଜ ବାପାମା ବିବାହ କରିଥିବା କପୁର ପରିବାରର ପୁରୁଣା ଘର ଆରକେ ହାଉସରେ ଆଲିଆଙ୍କ ସହିତ ବିବାହ କରିବାକୁ ଚାହୁଁଛନ୍ତି। ଦୁହେଁ ଏହି ମାସରେ ବିବାହ କରିବେ ଏବଂ ବିବାହରେ ପାଖାପାଖି ୪୫୦ ବନ୍ଧୁବାନ୍ଧବ ସାମିଲ ରହିବେ।

କପୁର ପରିବାର ଏପ୍ରିଲ ଶେଷରେ ହିଁ ରଣବୀର ଏବଂ ଆଲିଆଙ୍କ ବିବାହ କରିବାକୁ ଚାହୁଁଛନ୍ତି। କିନ୍ତୁ ଆଲିଆଙ୍କ ପରିବାର ଖୁବଶୀଘ୍ର ବିବାହ କରିବା ଚାହୁଁଛନ୍ତି। ଆଲିଆଙ୍କ ଅଜାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ସେମାନେ ଏହି ନିଷ୍ପତ୍ତି ନେଉଛନ୍ତି। ରିପୋର୍ଟ ଅନୁସାରେ, ଦୁହେଁ ଏପ୍ରିଲ ଦ୍ୱିତୀୟ ସପ୍ତାହରେ ବିବାହ କରିପାରନ୍ତି ବୋଲି ନିକଟ ସମ୍ପର୍କୀୟଙ୍କ ଠାରୁ ସୂଚନା ମିଳିଛି। କିନ୍ତୁ ବିବାହ ତାରିଖ ଏପର୍ଯ୍ୟନ୍ତ ଜଣାପଡିନାହିଁ।

ଏବେ ଆଲିଆ ଏବଂ ରଣବୀର ଅପକମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ପାଇଁ ଚର୍ଚ୍ଚାରେ ରହିଛନ୍ତି। ୪ ବର୍ଷ ପରେ ଫିଲ୍ମର ସୁଟିଂ ସରିଛି। ଏହି ଫିଲ୍ମରେ ଆଲିଆ, ରଣବୀରଙ୍କ ଛଡା, ଅମିତାଭ ବଚ୍ଚନ, ମୌନୀ ରାୟ ପ୍ରମୁଖ ଭୂମିକାରେ ନଜର ଆସିବେ। ଫିଲ୍ମଟି ଆସନ୍ତା ସେପ୍ଟେମ୍ବରରେ ରିଲିଜ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.