ରଣବୀର କପୁର କରିବାକୁ ଯାଉଛନ୍ତି ବିବାହ ! ଟ୍ବିଟ୍ ଯୋଗେ କଲେ ଖୁଲାସା

ମୁମ୍ବାଇ : ବଲିଉଡର ସାୱରିୟା ଅଭିନେତା ରଣବୀର କପୁର କିଛି ଦିନ ହେବା ରାଜି ଅଭିନେତ୍ରୀ ଆଲିଆଙ୍କୁ ଡ଼େଟ୍ କରୁଥିବା ନେଇ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି। ଦୁହିଁଙ୍କ ପରିବାର ତଥା ସାଙ୍ଗ ସାଥିଙ୍କ ତରଫରୁ ଏନେଇ ବିଭିନ୍ନ ପ୍ରକାରର ଖବର ଶୁଣିବାକୁ ମିଳୁଥିଲେ ହେଁ ଏବେ ଏଥିରେ ମୋହର ଲଗାଇଛନ୍ତି ଖୋଦ ରଣବୀର କପୁର । ରବିବାର ଦିନ ଅଭିନେତା ଫକ୍ସ ଷ୍ଟାର ହିନ୍ଦିର ଟ୍ବିଟର ପେଜରେ ଅନଲାଇନ୍ ଆସି ପ୍ରଶଂସକଙ୍କ ସହ ଚାଟିଂ କରି ନିଜ ବିବାହ ବିଷୟରେ ଖୁଲାସା କରିଛନ୍ତି । ଦର୍ଶକଙ୍କ ସହିତ କଥାବାର୍ତ୍ତା ସମୟରେ ଜଣେ ତାଙ୍କୁ କେବେ ବିବାହ କରୁଛନ୍ତି ନେଇ ପ୍ରଶ୍ନ ପଚାରିବାରୁ ସେ ଖୁବ୍ ଶୀଘ୍ର ବୋଲି ଉତ୍ତର ଦେଇଥିଲେ ।

ପୂର୍ବ ସୂଚନା ଅନୁଯାୟୀ ,ଆଲିଆ ଏବଂ ରଣବୀରଙ୍କ ଆଗକୁ କରଣ ଜୋହରଙ୍କ ବ୍ରହ୍ମାସ୍ତ୍ର ଚଳଚ୍ଚିତ୍ର ନଜର ଆସୁଛନ୍ତି । ତେବେ ଦୁହିଁ କଳାକାରଙ୍କ ମଧ୍ୟରେ ପ୍ରେମ ସଂପର୍କ ନେଇ ବିଭିନ୍ନ ଚର୍ଚ୍ଚା ଯୋର ଧରିଥିଲା । ସେଭଳି ଏକ ଇଣ୍ଟରଭ୍ୟୁରେ ଆଲିଆ ଭଟ୍ଟ ୩୦ ବର୍ଷ ପୂର୍ବରୁ ବିବାହ କରିବା ନେଇ କହିଥିଲେ । ତେବେ ଏନେଇ ଆଲିଆ ଏବଂ ରଣବୀରଙ୍କ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ ।