ମନୋରଂଜନ

ପ୍ରଥମ ଥର ସ୍କ୍ରିନରେ ରୋମାନ୍ସ କରିବେ ରଣବୀର ଏବଂ ଶ୍ରଦ୍ଧା, ଫିଲ୍ମ ସେଟରୁ ଲିକ୍‌ ହେଲା ଭିଡିଓ

ରଣବୀର କପୁରଙ୍କ ଫ୍ୟାନ୍ସଙ୍କ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ତାଙ୍କ ଅପକମିଂ ଫିଲ୍ମକୁ ଫ୍ୟାନ୍ସ ଚାହିଁ ରହିଛନ୍ତି। ଖୁବଶୀଘ୍ର ବ୍ରହ୍ମାସ୍ତ୍ର ବଡ ପରଦାରେ ଧୁମ୍‌ ମଚାଇବାକୁ ଯାଉଛି। ଏହା ମଧ୍ୟରେ ରଣବୀର ଆଗାମୀ ଫିଲ୍ମକୁ ସୁଟିଂକୁ ନେଇ ବ୍ୟସ୍ତ ରହିଛନ୍ତି। ଆଲିଆଙ୍କ ପରେ ରଣବୀର କପୁର ପ୍ରଥମ ଥର ପାଇଁ ଶ୍ରଦ୍ଧା କପୁରଙ୍କ ସହିତ ସ୍କ୍ରିନରେ ରୋମାନ୍ସ କରିବାକୁ ଯାଉଛନ୍ତି। ଫିଲ୍ମର ନାମ ‘ଲଭ୍‌ ରଞ୍ଜନ’ ରହିଛି। ଆଉ ଏଥିରେ ପ୍ରଥମ ଥର ପାଇଁ ଶ୍ରଦ୍ଧା ଏବଂ ରଣବୀର ରୋମାନ୍ସ କରିବେ। ଫିଲ୍ମ ସେଟରୁ ରଣବୀର ଏବଂ ଶ୍ରଦ୍ଧାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି।

ବହ୍ମାସ୍ତ୍ର ଏବଂ ଲଭ୍‌ ରଞ୍ଜନ ଛଡା ରଣବୀର କପୁର ‘ଶମଶେରା’କୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ଏମିତିରେ ତାଙ୍କ ଫ୍ୟାନ୍ସ ପାଇଁ ଖୁସି ଖବର। ରଣବୀର ବ୍ୟାକ୍‌ ଟୁ ବ୍ୟାକ୍‌ ଅନ୍ୟ ଷ୍ଟାରଙ୍କୁ ଟକ୍କର ଦେବାକୁ ଯାଉଛନ୍ତି। ଲଭ ରଞ୍ଜନରେ ରଣବୀର ଏବଂ ଶ୍ରଦ୍ଧା ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମ ସେଟରୁ ଲିକ୍‌ ହୋଇଥିବା ଭିଡିଓରେ ଦୁହେଁ ଏକ ଗୀତରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି।

ରିପୋର୍ଟ ମୁତାବକ, ଇଣ୍ଟରନେଟରେ ଭାଇରଲ ହେଉଥିବା ଭିଡିଓରେ ଶ୍ରଦ୍ଧା ଏବଂ ରଣବୀର ଏବଂ ଡ୍ୟାନ୍ସ ପ୍ରାକ୍ଟିସ୍‌ କରୁଥିବା ନଜର ଆସିଛନ୍ତି। ଭିଡିଓରେ ରଣବୀର ନୀଳ ରଙ୍ଗର କୁର୍ତ୍ତାରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ସେହିପରି ଶ୍ରଦ୍ଧା ହଳଦିଆ ରଙ୍ଗ ଡ୍ରେସରେ ମଧ୍ୟ ଜବରଦସ୍ତ ନଜର ଆସିଛନ୍ତି। ଏହି ଦୁହିଁଙ୍କ ଫିଲ୍ମକୁ ନେଇ ଫ୍ୟାନ୍ସ ବହୁତ ଉତ୍ସାହିତ ରହିଛନ୍ତି।

Swagatika

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

4 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

12 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

29 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago