ମନୋରଂଜନ

ବ୍ରହ୍ମାସ୍ତ୍ର ପାଇଁ ରଣବୀର ଚାର୍ଜ କରିଛନ୍ତି ୩୦ କୋଟି ଟଙ୍କା, ଜାଣନ୍ତୁ ଆଉ କେଉଁ ସେଲିବ୍ରିଟି ନେଉଛନ୍ତିି କେତେ ?

ରଣବୀର କପୁର ଏବଂ ଆଲିଆ ପ୍ରଥମ ଥର ପାଇଁ ଏକାଠି ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ। ଫିଲ୍ମକୁ ଆୟନ ମୁଖାର୍ଜୀ ନିର୍ଦ୍ଦେଶନା ଦେଉଛନ୍ତି। ଏହି ଫିଲ୍ମର ବଜେଟ ୩୦୦ କୋଟି ଟଙ୍କା ରହିଛି। ଏହା ୨୦୨୨ର ସବୁଠାରୁ ଅଧିକ ବଜେଟ ଥିବା ଫିଲ୍ମ ମଧ୍ୟରେ ଅନ୍ୟତମ। ଫିଲ୍ମଟି ଏହି ସେପ୍ଟେମ୍ବରରେ ରିଲିଜ ହେବ। କିନ୍ତୁ ଏହି ଫିଲ୍ମ ପାଇଁ ଷ୍ଟାରକାଷ୍ଟ କେତେ ପଇସା ନେଇଛନ୍ତି, ତାହା ଆପଣ ହୁଏତ ଜାଣିନଥିବେ ?…

ଏହି ଫିଲ୍ମରେ ରଣବୀର କପୁର ଲିଡ ରୋଲରେ ରହିଛନ୍ତି। ରିପୋର୍ଟ ମୁତାବକ, ରଣବୀର ଏହି ଫିଲ୍ମ ପାଇଁ ୨୫ରୁ ୩୦ କୋଟି ଟଙ୍କା ଚାର୍ଜ କରିଛନ୍ତି। ସେହିପରି ଆଲିଆ ଭଟ୍ଟ ଏହି ଫିଲ୍ମ ପାଇଁ ୧୦ରୁ ୧୨ କୋଟି ଟଙ୍କା ଚାର୍ଜ କରିଛନ୍ତି ବୋଲି ଜଣାପଡିଛି। ତା’ ଛଡା ଏହି ଫିଲ୍ମରେ ଅମିତାଭ ବଚ୍ଚନ ପ୍ରମୁଖ ଭୂମିକାରେ ରହିଛନ୍ତି। ସେ ଏହି ଫିଲ୍ମ ପାଇଁ ୮ରୁ ୧୦ କୋଟି ଟଙ୍କା ଚାର୍ଜ କରିଛନ୍ତି।

ସେହିପରି ଏହି ଫିଲ୍ମରେ ମୌନୀ ରୟ ଖଳନାୟିକା ଭୂମିକାରେ ନଜର ଆସିବେ। ଏଥିପାଇଁ ମୌନୀ ୩ କୋଟି ଟଙ୍କା ଚାର୍ଜ କରିଛନ୍ତି। ପୁଣିଥରେ ଫିଲ୍ମ ବ୍ରହ୍ମାସ୍ତ୍ର ଜରିଆରେ ବଲିଉଡରେ ଏଣ୍ଟ୍ରି କରିବେ। ଫିଲ୍ମରେ ଆର୍କିଓଲୋଜିଷ୍ଟ ଭୂମିକାରେ ନଜର ଆସିବେ। ଆଉ ଏହି ଫିଲ୍ମ ପାଇଁ ୯ରୁ ୧୧ କୋଟି ଟଙ୍କା ଚାର୍ଜ କରିଛନ୍ତି ନାଗାର୍ଜୁନ।

ରିପୋର୍ଟ ମୁତାବକ, ଡିମ୍ପଲ ମଧ୍ୟ ଏହି ଫିଲ୍ମରେ ପ୍ରମୁଖ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ପାଇଁ ଡିମ୍ପର ୧ରୁ ୨ କୋଟି ଟଙ୍କା ଚାର୍ଜ କରିଛନ୍ତି।

ରଣବୀର କପୁର ଏବଂ ଆଲିଆ ଭଟ୍ଟ ବିବାହ ବନ୍ଧନରେ ଆବଦ୍ଧ ହୋଇସାରିଛନ୍ତି। ଦୁହିଁଙ୍କ ବିବାହର ଫଟୋ ଇଣ୍ଟରନେଟରେ ଭାଇରଲ ହେଉଛି। ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍‌ କରୁଥିଲେ ରଣବୀର ଏବଂ ଆଲିଆ। ରଣବୀର ବାହାଘରରେ ଆଲିଆଙ୍କୁ ଦେବା ପାଇଁ ବିଦେଶରୁ ଉପହାର ମଗାଇଥିଲେ। ବିବାହରେ ଜ୍ୱାଇଁ ରଣବୀରଙ୍କୁ ଆଲିଆଙ୍କ ମା’ ସୋନୀ ରାଜଦାନଙ୍କ ଦାମୀ ଉପହାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଆଲିଆଙ୍କ ମା’ ରଣବୀରଙ୍କୁ ୨.୫ କୋଟି ଟଙ୍କାର ଏକ ଘଣ୍ଟା ଉପହାର ଦେଇଛନ୍ତି। ରୀତିନୀତି ଅନୁଯାୟୀ ହୋଇଥିବା ବିବାହ ସରିବା ପରେ ବିବାହ ଉତ୍ସବରେ ଯୋଗ ଦେଇଥିବା ଅତିଥିଙ୍କୁ କାଶ୍ମୀର ଶାଲ୍‌ ରିଟର୍ଣ୍ଣ ଉପହାର ଭାବେ ଦିଆଯାଇଛି।

ବଲିଉଡର ଏହି ବହୁ ଚର୍ଚ୍ଚିତ ବିବାହରେ ଜୋତା ଲୁଚାଇବା ପରମ୍ପରାକୁ ବହୁତ ଖାସ୍‌ କରାଯାଇଥିଲା। ଆଲିଆ ଭଟ୍ଟଙ୍କ ଗର୍ଲ ଗ୍ୟାଙ୍ଗ ରଣବୀରଙ୍କ ଜୋତା ଲୁଚାଇ ତାଙ୍କୁ ୧୧ କୋଟି ଟଙ୍କା ମାଗିଥିଲେ। କିନ୍ତୁ ଅଧିକ ସମୟ ପର୍ଯ୍ୟନ୍ତ ଥଟ୍ଟାମଜା ଏବଂ ହସ ଚାଲିବା ପରେ ରଣବୀରଙ୍କ ତରଫରୁ ସେମାନଙ୍କୁ ୧ ଲକ୍ଷ ଟଙ୍କା ମିଳିଥିଲା। ଖବର ମୁତାବକ, ବିବାହ ସମୟରେ ଦୁଇ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ। ଏହି ସମୟରେ ଅନେକ କଳାକାର ଏବଂ ଅତିଥି ମଧ୍ୟ ନଜର ଆସିଥିଲେ। ସେମାନଙ୍କ ମଧ୍ୟରେ ନୀତୁ କପୁର, ସୋନି ରାଜଦାନ, ଶାହୀନ ଭଟ୍ଟ, ରିଦ୍ଧିମା କପୁର, କରୀନା କପୁର, ରିମା ଜୈନ, ରଣବୀର କପୁର, ରାହୁଲ ଭଟ୍ଟ, କରଣ ଜୋହର, ମହେଶ ଭଟ୍ଟ ପ୍ରମୁଖ ସାମିଲ ଥିଲେ। ସମସ୍ତେ ପିଙ୍କ୍‌ ରଙ୍ଗର ସୁଟ୍‌ ଡ୍ରେସ ପିନ୍ଧିଥିଲେ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago