ରଣବୀର ଓ ଆଲିଆଙ୍କ ଝିଅ ରାହାଙ୍କ ଭିଡିଓ ପୁଣି ହେଲା ଭାଇରାଲ

ବଲିଉଡର ବେଷ୍ଟ କପଲ ହେଉଛନ୍ତି ଆଲିଆ ଭଟ୍ଟ ଏବଂ ରଣବୀର କପୁର  ।  ଏହାରି ଭିତରେ ଝିଅ ରାହାଙ୍କୁ ୨ ବର୍ଷ ହୋଇଗଲାଣି । ସେ ନିଜ ବାପା ମାଙ୍କ ସହ ନଜର ଆସିଛନ୍ତି । ତେବେ ରାହାଙ୍କର ବହୁତ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥାଏ । ଯାହାକୁ ସମସ୍ତେ ପସନ୍ଦ କରିଥାନ୍ତି ।

ବର୍ତମାନ ରାହାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ସାମନାକୁ ଆସିଛି । ଯାହାକି ଆପଣଙ୍କ ହୃଦୟକୁ ଛୁଇଁଯିବ । କ୍ରିସମାସରେ ରାହା ପେପରାଜି ହୋଇ ମେରି କ୍ରିସମାସରେ ସମସ୍ତଙ୍କୁ ଶୁଭେଛା ଜଣାଇଥିଲେ ।  ଏବେ ସେ ଫ୍ଲାଇଙ୍ଗ କିସ କରୁଥିବା ଦେଖିବାକୁ ମିଳିଛି । ରାହାଙ୍କର ଏହି ଭିଡିଓକୁ ଦେଖିଲା ପରେ ଆପଣ ବାରମ୍ବାର ଏହି ଭିଡିଓକୁ ପୁଣିଥରେ ଦେଖିବା ପାଇଁ ଆପଣ ଇଛା କରିବେ ।

ରାହାଙ୍କର ଏହି ସୁନ୍ଦର ଓ ଆକର୍ଷଣୀୟ ଦୃଶ୍ୟଟି ଏକ କ୍ୟାମେରାରେ କଏଦ କରାଯାଇଛି । ଆଉ ଏବେ ଏହି ଭିଡିଓଟି ଇଣ୍ଟରନେଟରେ ଭାଇରାଲ ହେଉଛି । ଖବର ଅନୁସାରେ ଶୁକ୍ରବାର ଦିନ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଓ ଝିଅ ରାହା ସହିତ ଏକ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ଯେତେବେଳେ କୁନି ଝିଅ ରାହା ଫ୍ୟାନ୍ସ ମାନଙ୍କୁ ଦେଖିଥିଲା ସେହି ସମୟରେ ଫ୍ୟାନ୍ସ, ମାନଙ୍କୁ ବାଏ ବାଏ କରିବା ସହ ହାଏ କହିଥିଲା ।

ଏହାକୁ ଦେଖିବା ମାତ୍ରେ ରଣବୀର ଓ ଆଲିଆ ହସିବାକୁ ଲାଗିଥିଲା ।  ଏହାପରେ ରାହା ଫ୍ୟାନ୍ସ ମାନଙ୍କୁ ଫ୍ଲାଇଙ୍ଗ କିସ କରିଥିଲା ଏହି ସ୍ୱତନ୍ତ୍ର ଅନ୍ଦାଜ ବେଶ ସମସ୍ତଙ୍କୁ ଖୁବ ପସନ୍ଦ ଆସିଥିଲା । ଏହି ଭିଡିଓକୁ ବହୁତ ଜଣ ପସନ୍ଦ କରିଛନ୍ତି ।