ମନୋରଂଜନ

କୋଟିରେ ରୋଜଗାର କରୁଥିବା ରଣବୀର କପୁରଙ୍କ ପ୍ରଥମ ରୋଜଗାର ଥିଲା ମାତ୍ର ୨୫୦ ଟଙ୍କା, ମା’ଙ୍କ ପାଦରେ ଦେଇଥିଲେ ପ୍ରଥମ ଦରମା

ବଲିଉଡ ଅଭିନେତା ରଣବୀର କପୁରଙ୍କ ରୋଜଗାର ଆଜି କୋଟିରେ । ହେଲେ ଜାଣନ୍ତି କି ଏହି ଅଭନେତାଙ୍କ ପ୍ରଥମ ରୋଜଗାର ଥିଲା କେତେ । ପ୍ରତ୍ୟେକ ବଡ଼ ଲୋକଙ୍କ ପ୍ରଥମ ରୋଜଗାର ବହୁତ କମ ଥାଏ । କାରଣ ପ୍ରଥମରୁ ସେମାନେ ଅଳ୍ପରେ ହିଁ ଜୀବନ ଆରମ୍ଭ କରିଥାନ୍ତି । ପରିଶ୍ରମ ହିଁ ତାଙ୍କୁ ଶେଷରେ ବଡ଼ ଅବସ୍ଥାକୁ ନେଇଥାଏ । ଏମିତି ବି ହୋଇଥିଲା ରଣବୀର କପୁରଙ୍କ ସହ । ରଣବୀର କପୁରଙ୍କ ପ୍ରଥମ ଦରମା ମଧ୍ୟ ଥିଲା ଏପରି ଆଶ୍ଚର୍ଯ୍ୟଜନକ ।

୨୫୦ ଟଙ୍କା ଥିଲା ରଣବୀରଙ୍କ ପ୍ରଥମ ରୋଜଗାର

ପ୍ରତ୍ୟେକ ମା’ଙ୍କ ପାଇଁ ପୁଅର ରୋଜଗାର ବହୁତ ଖାସ ହୋଇଥାଏ । ରଣବୀର କପୁରଙ୍କ ମା’ ନୀତୁ କପୁର ବି ପୁଅର ପ୍ରଥମ ରୋଜଗାର ଦେଖି ଭାବୁକ ହୋଇଯାଇଥିଲେ । ରଣବୀର ଏବେ ତାଙ୍କର ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଓ ‘ଶମଶେର’ କୁ ନେଇ ଚର୍ଚ୍ଚରେ ଅଛନ୍ତି । ରଣବୀର ନିକଟରେ ଏକ ସାକ୍ଷାତକାରରେ ଏହି କଥା ପ୍ରକାଶ କରିଛନ୍ତି । ସେ କହିଥିଲେ ଯେ ତାଙ୍କର ପ୍ରଥମ ରୋଜଗାର ମାତ୍ର ୨୫୦ ଟଙ୍କା ଥିଲା ।

୧୯୯୬ ରେ ଫିଲ୍ମ ‘ପ୍ରେମ ଗ୍ରନ୍ଥ’ରୁ ତାଙ୍କୁ ମାତ୍ର ୨୫୦ ଟଙ୍କା ମିଳିଥିଲା ବୋଲି ରଣବୀର ପ୍ରକାଶ କରିଥିଲେ । ଏହି ଫିଲ୍ମରେ ରଣବୀର ସପୋଟିଂ ଡାଇରେକ୍ଟର ଭାବେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଫିଲ୍ମରେ ତାଙ୍କର ବାପା ଋଷି କପୁର ଓ ଅଭିନେତ୍ରୀ ମାଧୁରୀ ଦିକ୍ଷୀତ ଅଭିନୟ କରିଥିଲେ ।

ମା’ଙ୍କୁ ଫିଲ୍ମ ଅନ୍ଦାଜରେ ଦେଇଥିଲେ ପ୍ରଥମ ଦରମା

ରଣବୀରଙ୍କୁ ଯେତେବେଳେ ତାଙ୍କୁ ତାଙ୍କର ପାରିଶ୍ରମିକ ସ୍ୱରୁପ ୨୫୦ ଟଙ୍କା ମିଳିଥିଲା, ସେତେବେଳେ ସେ ଏହାକୁ ଆଣି ମା’ ନୀତୁଙ୍କ ପାଦ ତଳେ ରଖିଦେଇଥିଲେ । ଏହା ଦେଖି ନୀତୁ କପୁର ଲୁହ ରୋକି ପାରିନଥିଲେ । କାନ୍ଦି ପକାଇଥିଲେ । ରଣବୀର କହିଥିଲେ ଯେ ଏହି ଦୃଶ୍ୟ ମୋ ପାଇଁ କିଛି ଫିଲ୍ମ ସିନ ଠାରୁ କମ ନଥିଲା । ଯାହାକୁ ମୁଁ ବାସ୍ତବିକ ଜୀବନରେ ସେଦିନ କଟାଇଥିଲି ।

ଶମଶେର ଓ ବ୍ରହ୍ମାସ୍ତ୍ରରେ ଦେଖାଦେବେ ରଣବୀର

ରଣବୀର କପୁର ଏବେ ବ୍ରହ୍ମାସ୍ତ୍ର ଓ ସମଶେର ଫିଲ୍ମକୁ ନେଇ ଚର୍ଚ୍ଚାରେ । ଦୁଇଟି ଫିଲ୍ମର ଟ୍ରେଲର ମଧ୍ୟ ବହୁତ ବଢ଼ିଆ ହୋଇଛି । ଶମଶେର ୨୨ ଜୁଲାଇ ୨୦୨୨କୁ ମୁକ୍ତିଲାଭ କରୁଥିବା ବେଳେ ବ୍ରହ୍ମାସ୍ତ୍ର ୯ ସେପ୍ଟେମ୍ବର ୨୦୨୨ରେ ମକ୍ତିଲାଭ କରିବ ବୋଲି ଜଣାଯାଇଛି ।

Niharanjan

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago