ମନୋରଂଜନ

ଆଓ୍ଵାର୍ଡ ସୋ ରେ ବିରକ୍ତ ହୋଇ ଚିଲାଇଲେ ରଣବୀର କପୁର, ଭାଇରାଲ ହେଉଛି ଭିଡିଓ

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ରଣବୀର କପୁରଙ୍କୁ କିଏ ବା ନଜାଣେ, ତାଙ୍କ ଅଭିନୟକୁ ନେଇ ସେ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି । ତେବେ କିଛି ଦିନ ପୂର୍ବରୁ ଏକ ଆଓ୍ଵାର୍ଡ ସୋ ଆୟୋଜିତ ହୋଇଥିଲା । ଯେଉଁଥିରେ ରଣବୀର ତାଙ୍କ ଭିତରର ଆନିମଲକୁ ଦେଖାଇଲେ । ତେବେ ନ୍ୟୁଜ୍ ୧୮ ଶୋଶା ରିଲ୍ ଆଓ୍ଵାର୍ଡ ୨୦୨୪ ସମେତ ଆହୁରି ଅନେକ ଆଓ୍ଵାର୍ଡ ସୋ ରେ ଶ୍ରେଷ୍ଠ ବର୍ଗରେ ମନୋନୀତ ହୋଇଥିଲେ । ତେବେ ଏହି ଅଭିନେତା ଗୁଜୁରାଟରେ ହେଉଥିବା ଏକ ଆଓ୍ଵାର୍ଡ ସୋ ରେ ଯୋଗଦେଇଥିବାର ନଜର ଆସିଥିଲେ । ଏହି ସମାରୋହକୁ କରଣ ଜୋହର ଏବଂ ଆୟୁଷ୍ମାନ ଖୁରାନା ଆୟୋଜନ କରିଥିଲେ । ଏହି ସମୟର ସେହି ଆଓ୍ଵାର୍ଡ ସୋ ର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା । ଯେଉଁଥିରେ କରଣ ଏବଂ ଆୟୁଷ୍ମାନ ହୋଷ୍ଟ କରିଥିବା ବେଳେ ରଣବୀର ଦର୍ଶକଙ୍କ ମଧ୍ୟରେ ବସିଥିବାର ନଜର ଆସିଥିଲେ । ତେବେ ଏହି ଭିଡିଓଟି ଇଷ୍ଟାଗ୍ରାମ୍‌ ଆକାଉଣ୍ଟ ranbirfanbase ରେ ଦେଖିବାକୁ ମିଳିଥିଲା ।

ତେବେ ସେହି ଭିଡିଓରେ କରଣ ରଣବୀରଙ୍କୁ ସାହାଯ୍ୟ ମାଗୁଥିବାର ଦେଖିବାକୁ ମିଳିଛି । କରଣ ସମ୍ବୋଧିତ କରି ରଣବୀରଙ୍କୁ କହିଛନ୍ତି, ଯେ ‘‘ରଣବୀର ହିଁ କର ସକତା ହେ !, ରଣବୀର ହିଁ କରେଗା, ରଣବୀର କୋ ହିଁ କର୍ନା ଚାହିଏ, ରଣବୀରଙ୍କୁ ଆମକୁ ସାହାଯ୍ୟ କରିବା ଉଚିତ । ତେବେ କରଣଙ୍କ ଏପରି କହିବା ପରେ ରଣବୀର ତାଙ୍କ ଫିଲ୍ମ ‘ଆନିମଲ’ର ଏକ ଡାଇଲୋଗ୍‌ ପୁନରାବୃତ୍ତି କରିଥିଲେ, ‘‘ସୁନାଇ ଦେ ରାହ ହେ !, ବେହେରା ନାହି ହୁନ୍ ମେନ୍ ’’ । ରଣବୀରଙ୍କ ଏହି କଥା ଶୁଣି କରଣ ଚକିତ ହୋଇଯାଇଥିଲେ । ସେହି ସମୟରେ ଯଦିଓ ରଣବୀର ରଗିଥିବା ଭଳି ଦେଖାଯାଉଥିଲେ । କିନ୍ତୁ ଏହି ସବୁ କଥା ହେବା ପରେ ଲାଗୁଥିଲା ଯେପରି ଏହା ଏକ ଅଭିନୟ, ସେହି ଆଓ୍ଵାର୍ଡ ସୋ ର ଏକ ଅଂଶ, ଯାହା ଏହି ଆଓ୍ଵାର୍ଡ ସୋ ପାଇଁ ପ୍ରସ୍ତୁତ କରାଯାଇଥିଲା ।

ଆପଣମାନେ ତ ଜାଣିଥିବେ ଯେ ଫିଲ୍ମ ‘ଆନିମଲ’ରେ ରଣବୀର ଏକ ଅଗ୍ରେସିଭ୍‌ ପୁଅ ଭୂମିକାରେ ଅଭିନୟ କରିଥିଲେ । ଏହା ସହ ଏହି ଫିଲ୍ମଟି ପିତା ଏବଂ ପୁଅ ମଧ୍ୟରେ ଥିବା ସମ୍ପର୍କକୁ ଦେଖାଇଥିଲା । ତେବେ ସୋ ରେ ରଣବୀର ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ । ଏହା ପରେ ରଣବୀର ତାଙ୍କ ପିତା ରିଷି କପୁରଙ୍କୁ ମଧ୍ୟ ମନେ ପକାଇଥିଲେ । ତେବେ ରଣବୀର ଏପରି ମଧ୍ୟ କହିଥିଲେ ଯେ ‘‘ମୁଁ ଏହି ପୁରସ୍କାରକୁ ଶ୍ରୀ ରିଷି କପୁରଙ୍କୁ ଉତ୍ସର୍ଗ କରୁଛି, ଏବଂ ଏହା ବ୍ୟତୀତ ସେ ଏପରି ମଧ୍ୟ କହିଥିଲେ ଯେ ଏହି ଆଓ୍ଵାର୍ଡ ପାପା ମେରୀ ଜାନଙ୍କୁ ଉତ୍ସର୍ଗ କରିବାକୁ ଚାହୁଁଛି । ଏହି ପରି ଭରାବେ ରଣବୀର ତାଙ୍କ ବାପା ରିଷି କପୁରଙ୍କୁ ମନେ ପକାଇଛନ୍ତି ।
ଏହା ବ୍ୟତୀତ ରଣବୀର ଏହି ପୁରସ୍କାରକୁ ଫିଲ୍ମ ‘ଆନିମଲ’ ର ନିର୍ଦ୍ଦେଶନା ଦେଇଥିବା ସନ୍ଦୀପ ଭଙ୍ଗା ରେଡ୍ଡୀ ଏବଂ ତାଙ୍କ ଝିଅ ରାହା କପୁରଙ୍କୁ ମଧ୍ୟ ଉତ୍ସର୍ଗ କରିଥିଲେ । ଏହା ସହ ରଣବୀର ତାଙ୍କ ଝିଅ ରାହା କପୁରଙ୍କ ବିଷୟରେ ମଧ୍ୟ କିଛି ଏପରି କହିଥିଲେ, ଯେ ସେ ତାଙ୍କୁ ଘରେ ନିକ୍‌ନେମ୍‌ରେ ‘ନଟି’ ବୋଲିି ଡାକନ୍ତି ।

KNews Bureau

Recent Posts

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

2 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

3 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

21 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

46 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

50 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

53 mins ago