ଆଲିଆଙ୍କୁ ବିବାହ ଦିନ ସ୍ପେଶାଲ ଉପହାର ଦେବେ ରଣବୀର, ଖାସ୍‌ ଅର୍ଡର ଦେଇ ବିଦେଶରୁ ମଗାଇଛନ୍ତି

ରଣବୀର କପୁର ଏବଂ ଆଲିଆଙ୍କ ବାହାଘର ପାଇଁ ଉତ୍ସବ ଆରମ୍ଭ ହୋଇଗଲାଣି। ଦୁହିଁଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ଚାଲିଥିବା ବେଳେ ଏପଟେ ରଣବୀର ଆଲିଆଙ୍କ ପାଇଁ ବିଦେଶରୁ ଉପହାର ଅର୍ଡର କରିଛନ୍ତି। ଦୁହିଁଙ୍କ ବିବାହକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ଶୁଣିବାକୁ ମିଳିଛି।

ଖବର ଅନୁଯାୟୀ, ରଣବୀର ଏବଂ ଆଲିଆ ବିବାହ ଏପ୍ରିଲ ୧୪ ତାରିଖରେ ହେବ। ତେଣୁ ଆଜିଠାରୁ ବିବାହ ପାଇଁ ବିଭିନ୍ନ ପ୍ରକାର ଉତ୍ସବ ଆରମ୍ଭ ହୋଇଯାଇଛି। ଦୁହିଁଙ୍କ ଘର ମଧ୍ୟ ସଜା ସାରିଲାଣି। ରଣବୀର ଏବଂ ଆଲିଆ ପରସ୍ପରକୁ ସ୍ପେଶାଲ ଅନଭୁବ କରାଇବା ପାଇଁ କୌଣସି ସୁଯୋଗ ହାତଛଡା କରିବାକୁ ଚାହୁଁନାହାନ୍ତି। ରଣବୀର ଆଲିଆଙ୍କୁ ବିବାହ ଦିନ କଷ୍ଟମ ମେଡ େଓ୍ଵଡିଂ ବ୍ୟାଣ୍ଡ୍‌ ଉପରେ ଦେବେ ବୋଲି ଚର୍ଚ୍ଚା ଚାଲିଛି। ଯାହାକୁ ରଣବୀର ବିଦେଶରୁ ମଗାଇଛନ୍ତି। ଏହି ବ୍ୟାଣ୍ଡରେ ୮ଟି ହୀରା ଲାଗିଛି। ଏହି ବ୍ୟାଣ୍ଡକୁ ଓ୍ଵିକ୍ଲିଫ ଏବଂ ଅର୍ପେଲ୍ସ ନାମକୁ ଏକ ଇଣ୍ଟରନ୍ୟାସନାଲ ବ୍ରାଣ୍ଡ ତିଆରି କରିଛି।

ମିଡିଆ ରିପୋର୍ଟ ମୁତାବକ, ରନଲିଆଙ୍କ ବିବାହର ଉତ୍ସବ କୃଷ୍ଣା ରାଜ ବଙ୍ଗଳାରେ ହଳଦୀ ଏବଂ ମେହେନ୍ଦୀ କାର୍ଯ୍ୟକ୍ରମ ହେବ। ଏହା ପରେ ଦୁହେଁ ଖାସ୍‌ ସାଙ୍ଗପାଇଁ ପାଇଁ କକ୍‌ଟେଲ୍‌ ପାର୍ଟି ରଖିବେ।

ଏମାନଙ୍କ ବିବାହ ପାଇଁ ବ୍ୟବସ୍ଥା କଡାକଡି କରାଯାଇଛି । ବିବାହରେ ସିକ୍ୟୁରିଟିକୁ ନେଇ ପ୍ରାୟ ଏକ ମାସ ପୂର୍ବରୁ ହିଁ ପ୍ଳାନିଙ୍ଗ ଆରମ୍ଭ ହୋଇଯାଇଛି । ବିବାହରେ ଯେମିତି କୌଣସି କମ ନ ହୋଇଯାଉ । ମହେଶ ଭଟ୍ଟଙ୍କ ପୁଅ ରାହୁଲ ଭଟ୍ଟ ବିବାହର ସିକ୍ୟୁରିଟିକୁ ନେଇ କିଛି ଏକ୍ସକଲୁସିଭ କଥାବାର୍ତ୍ତା ହୋଇଛି । ରାହୁଲ ଭଟ୍ଟଙ୍କ କହିବା ଅନୁଯାୟୀ- ଆଲିୟା ଓ ରଣବୀରଙ୍କ ଵିଵାହରେ ସିକ୍ୟୁରିଟି ଦାୟିତ୍ୱ ୟୁସୁଫ ଭାଇ ନେବେ । ଯାହାଙ୍କର ମୁମ୍ବଇରେ ବେଷ୍ଟ ସିକ୍ୟୁରିଟି ଫୋର୍ସ “9/11” ଏଜେନ୍ସି ଅଛି । ବିବାହରେ ସିକ୍ୟୁରିଟି ପାଇଁ ତାଙ୍କୁ ବିଶେଷ ଭାବେ ଅଣାଯାଇଛି । ଏହି ଏଜେନ୍ସି ଠାରୁ ପ୍ରାୟ ୨୦୦ ଜଣ ବାଉଁଶରଙ୍କୁ ଡକାଯାଇଛି । ଆଉ ୟୁସୁଫଙ୍କ ଟିମରୁ ବି ୧୦ ଜଣ ପିଲାଙ୍କୁ ଡ଼କାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.