ଷ୍ଟାଇଲିସ ଅନ୍ଦାଜରେ ନଜର ଆସିଲେ ରଣବୀର କପୁର, ନିଜର ଇନଷ୍ଟାଗ୍ରାମ ପେଜରେ ସେୟାର କଲେ ଆଲିଆ ଭଟ୍ଟ

ଆଲିଆ ଭଟ୍ଟ ଏବଂ ରଣବୀର କପୁର ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଏହି ଦୁଇ ଷ୍ଟାରଙ୍କ ଝଲକ ପାଇବା ପାଇଁ ଅପେକ୍ଷାରେ ଅଛନ୍ତି। ଏପରିକି ଆଲିଆ ଅନେକ ଥର କ୍ୟାମେରାରେ ବେବି ବମ୍ପକୁ ଫ୍ଲଣ୍ଟ କରିଛନ୍ତି । ଏଥି ସହିତ ଆଲିଆ ରଣବୀର କପୁରଙ୍କ ପିତା ହେବାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯାହା ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରଣବୀର କପୁର ଖୋଲା ଆକାଶ ତଳେ ଏକ ସୁନ୍ଦର ଲୁକରେ ନଜର ଆସିଛନ୍ତି। ରଣବୀର କପୁରଙ୍କ ଏହି ଷ୍ଟାଇଲ ଦେଖି ତାଙ୍କ ଫ୍ୟାନ୍ସ ମାନେ ବହୁତ ଖୁସି ଅଛନ୍ତି।

ରଣବୀର କପୁର ସୋସିଆଲ ମିଡିଆରେ ସେୟାର କରିଥିବା ଭିଡିଓରେ ତାଙ୍କୁ ଏକ ସୁନ୍ଦର ଲୁକ୍ ଦେଖିବାକୁ ମିଳିଛି। ଭିଡିଓରେ ରଣବୀର କପୁର ପାହାଡ ଉପରେ ଖୋଲା ଆକାଶ ତଳେ ବସି ବହୁତ ଖୁସି ଦେଖାଯାଉଛନ୍ତି। ଏହି ଭିଡିଓରେ ରଣବୀର କପୁର ଏତେ ଖୁସି ଅଛନ୍ତି ଯେ ତାଙ୍କୁ ଦେଖିବା ପରେ ସମସ୍ତେ ତାଙ୍କ ଷ୍ଟାଇଲକୁ ପସନ୍ଦ କରୁଛନ୍ତି। ଏହି ଭିଡିଓକୁ ଆଲିଆ ଭଟ୍ଟ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି- ‘ମେରୀ ଜିନନ୍ଦେଗି କି ରୋଷନି’ । ଏହି ଭିଡିଓରେ ରଣବୀର ଡେନିମ୍ ଜିନ୍ସ ସହିତ ଏକ ଡେନିମ୍ ସାର୍ଟ ପିନ୍ଧିଛନ୍ତି ଏବଂ ଗଗଲ୍ସ ପିନ୍ଧିଥିବାର ନଜର ଆସିଛନ୍ତି।

 

View this post on Instagram

 

A post shared by Alia Bhatt 🤍☀️ (@aliaabhatt)

ଆଲିଆ ରଣବୀର କପୁରଙ୍କ ଏହି ଭିଡିଓ ସେୟାର କରିବା ମାତ୍ରେ ସେଲିବ୍ରେଟମାନେ କ୍ରମାଗତ ଭାବରେ କମେଣ୍ଟସ ଦେବା ଆରମ୍ଭ କରିଥିଲେ। ଏହି ଭିଡିଓରେ ମନ୍ତବ୍ୟ ଦେବାବେଳେ ରଣବୀର କପୁରଙ୍କ ଭଉଣୀ ତଥ ଆଲିଆ ଭଟ୍ଟଙ୍କ ନଣନ୍ଦ ରିଦ୍ଧିମା କପୁର ହାର୍ଟ ଆଇକନ୍ ସେୟାର କରିଛନ୍ତି। ତେବେ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଆସନ୍ତା ମାସରେ ଅର୍ଥାତ୍ ସେପ୍ଟେମ୍ବରରେ ମୁକ୍ତିଲାଭ କରିବ। ଏହି ଫିଲ୍ମ ନିର୍ଦ୍ଦେଶନା ଦେଇଛନ୍ତି ଆୟାନ ମୁଖାର୍ଜୀ। ଆଲିଆ ଏବଂ ରଣବୀର ଏହି ଚଳଚ୍ଚିତ୍ରକୁ କ୍ରମାଗତ ଭାବରେ ପ୍ରମୋଟ୍ କରୁଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.