ମନୋରଂଜନ

ଆଲିଆ ନୁହେଁ ରଶ୍ମିକାଙ୍କ ପାଇଁ ନିଜ ହାତରେ କେକ୍‌ ତିଆରି କଲେ ରଣବୀର, କେକ୍‌ ଦେଖି କାନ୍ଦିଲେ ରଶ୍ମିକା

ନ୍ୟାସନାଲ କ୍ରଶ ରଶ୍ମିକା ମନ୍ଦାନାଙ୍କୁ କନ୍ଦାଇଲେ ରଣବୀର କପୁର। ଫିଲ୍ମ ସେଟରେ ଏମିତି କିଛି କାମ କରିଥିଲେ ରଣବୀର, ଯେଉଁଥିପାଇଁ ଭୋ ଭୋ ହୋଇ କାନ୍ଦିଥିଲେ ରଶ୍ମିକା । ରଶ୍ମିକା ଏହାକୁ ନେଇ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଛନ୍ତି। ତେବେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ବକ୍ସ ଅଫିସରେ ଭଲ ଆୟ କରିଥିଲା। ଏହାପରେ ରଣବୀର କପୁର ଆଗାମୀ ଫିଲ୍ମ ‘ଆନିମଲ’ରେ ନଜର ଆସିବେ। ଏଥିରେ ରଣବୀରଙ୍କ ସହିତ ଆଲିଆ ନୁହେଁ ବରଂ ପୁଷ୍ପା ଅଭିନେତ୍ରୀ ରଶ୍ମିକା ମନ୍ଦାନା ନଜର ଆସିବେ। ରଣବୀରଙ୍କ ସହିତ ସେଟରେ କିଭଳି ଅନୁଭୂତି ରହିଛି, ତାହାକୁ ସେୟାର କରିଛନ୍ତି ମନ୍ଦାନା।

ରଶ୍ମିକା କହିଛନ୍ତି, ଫିଲ୍ମ ‘ଆନିମଲ’ର ସୁଟିଂସେଟରେ ରଣବୀର ଏମିତି କିଛି କରିଥିଲେ, ଯେଉଁଥିପାଇଁ ବହୁତ କାନ୍ଦ ଲାଗିଥିଲା। ସୁଟିଂ ସେଟରେ ଜଳଖିଆ ଖାଇ ଖାଇ ବୋର୍‌ ହୋଇଯାଇଥିଲେ ରଶ୍ମିକା, ତେଣୁ ରଣବୀରଙ୍କୁ ଏନେଇ କହିଥିଲେ। ତା’ ପରେ ରଣବୀର ରଶ୍ମିକାଙ୍କ କଥା ଶୁଣି ପରଦିନ ରଶ୍ମିକାଙ୍କ ପାଇଁ ନିଜ ହାତରେ କେକ୍‌ ତିଆରି କରି ଆଣିଥିଲେ। ଆଉ ରଶ୍ମିକା ଏହାକୁ ଦେଖିବା ପରେ ରଣବୀରଙ୍କ କେୟାର ନେଇ କାନ୍ଦିବାକୁ ଲାଗିଥିଲେ।

ରଣବୀର ଜଣେ ଭଲ ଅଭିନେତା। ନିଜର ସୁଟିଂ ସିନ୍‌ ସରିବା ପରେ ରଶ୍ମିକା ରଣବୀରଙ୍କ ପାଖକୁ ଯାଆନ୍ତି ଏବଂ ତାଙ୍କୁ ଆକ୍ଟିଂ ବିଷୟରେ ପଚାରନ୍ତି। ସେହି ସମୟରେ ସୁଟିଂ ସେଟରେ ସବୁଦିନ ଗୋଟେ ପ୍ରକାର ଖାଇବା ଖାଇ ବିରକ୍ତି ହୋଇଯାଇଥିଲେ ବୋଲି ରଶ୍ମିକା ରଣବୀରଙ୍କୁ କହିଥିଲେ। ରଶ୍ମିକାଙ୍କ ଏପରି କଥା ଶୁଣି ରଣବୀର ନିଜ ହାତରେ କେକ୍‌ ତିଆରି କରି ଆଣିଥିଲେ। ଆଉ ରଶ୍ମିକା ରଣବୀରଙ୍କ ଏପରି କେୟାର ଦେଖି କାନ୍ଦି ପକାଇଥିଲେ।

ସୂଚନାଯୋଗ୍ୟ, ରଣବୀର ଏବଂ ରଶ୍ମିକାଙ୍କ ଏହି ଫିଲ୍ମ ୨୦୨୩ରେ ରିଲିଜ ହେବ। ଏଥିରେ ଅନୀଲ କପୁର ଏବଂ ବବି ଦେଓ୍ଵଲ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି। ଏଥି ସହିତ ସେ ନିର୍ଦ୍ଦେଶକ ଲଭ୍‌ ରଞ୍ଜନଙ୍କ ଫିଲ୍ମରେ ମଧ୍ୟ ନଜର ଆସିବେ, ଯେଉଁଥିରେ ତାଙ୍କ ସହିତ ଶ୍ରଦ୍ଧା କପୁର ଅଛନ୍ତି। ତେବେ ଏହି ଫିଲ୍ମର ନାମ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଏହାଛଡା ରଶ୍ମିକା ‘ପୁଷ୍ପା ୨’ର ସୁଟିଂରେ ବ୍ୟସ୍ତ ରହିଛନ୍ତି।

ତେବେ ରଣବୀରଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ରଣବୀର ଖୁବଶୀଘ୍ର ବାପା ହେବାକୁ ଯାଉଛନ୍ତି। ଆଲିଆ ଏବଂ ରଣବୀରଙ୍କ ବେବି ସାଓ୍ଵାର ଉତ୍ସବ ପାଳନ ହୋଇଛି। ଏଥିରେ ଦୁଇ ପରିବାରର ସଦସ୍ୟ ସାମିଲ ହୋଇଛନ୍ତି। ଏହି ଉତ୍ସବରେ ରଣବୀର ଏବଂ ଆଲିଆ ପରସ୍ପର ସହିତ କ୍ୱାଲିଟ ଟାଇମ୍‌ ଅତିବାହିତ କରିଥିଲେ। ଯାହା ଫଟୋ ଆଲିଆ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଆଲିଆ ଓ ରଣବୀର ଏପ୍ରିଲ୍ ୨୦୨୨ରେ ବିବାହ କରିଥିଲେ। ଏହାପରେ ଜୁନରେ ଆଲିଆ ନିଜ ପ୍ରେଗ୍ନାନ୍ସି ବିଷୟରେ ଘୋଷଣା କରିଥିଲେ। ଚଳିତ ବର୍ଷ ଉଭୟଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ମଧ୍ୟ ରିଲିଜ୍ ହୋଇଛି। ଏଥିରେ ଦୁହେଁ ପ୍ରଥମ ଥର ପାଇଁ ଏକାଠି କାମ କରିଛନ୍ତି। ଫିଲ୍ମରେ ଉଭୟଙ୍କ କେମିଷ୍ଟ୍ରୀକୁ ଫ୍ୟାନମାନେ ବେଶ୍ ପସନ୍ଦ କରିଥିଲେ।

Also Read : କରୀନା କପୁରଙ୍କୁ ଏକୁଟିଆ ଦେଖି ଫ୍ୟାନ୍ସ କଲେ ଏମିତି କାରନାମା, ଡରିଗଲେ କରୀନା: ଭିଡିଓ ଭାଇରଲ

Swagatika

Recent Posts

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

6 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

7 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

25 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

50 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

54 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

57 mins ago