ଲକ୍ଷ ଲକ୍ଷ ଟଙ୍କାର କାର ଚଢ଼ୁଥିବା ଏହି ହିରୋ ଚଲାଇଲେ ସ୍କୁଟର, ଭାଇରାଲ ହେଉଛି ଭିଡିଓ

କିଛିଦିନ ତଳେ ନିଜ ଜନ୍ମଦିନ ପାଳନ କରିଥିବା ରଣବୀର ଏବେ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ପରିବାର, ବନ୍ଧୁବାନ୍ଧବ ଓ ପ୍ରିୟଜନଙ୍କ ସହ ଜନ୍ମଦିନ ପାଳନ କରିବା ପରେ ଏବେ ରଣବୀର ନ୍ୟୁୟର୍କ ଚାଲିଯାଇଛନ୍ତି। ସେଠାରୁ ରଣବୀରଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ରଣବୀର ଗ୍ଲାଇଡର ସ୍କୁଟର ଚଳାଉଥିବା ଦେଖିବାକୁ ମିଳିଛି।

ଦେଖନ୍ତୁ ଭିଡ଼ିଓ:

ନିଜ ଦେଶରେ ଲକ୍ଷ ଲକ୍ଷ ଟଙ୍କାର କାର୍‌ ଚଳାଉଥିବା ରଣବୀର ବିଦେଶରେ ସ୍କୁଟର ଚଳାଉଛନ୍ତି। ତେବେ ସବୁଠାରୁ ଖାସ୍‌ କଥା ହେଉଛି ରଣବୀରଙ୍କୁ ସେଠାରେ କେହି ଚିହ୍ନିପାରିନଥିଲେ। ଏଣୁ ସେ ଖୋଲାରେ ମନ ଇଚ୍ଛା ମସ୍ତି କରୁଥିବା ଦେଖିବାକୁ ମିଳିଛି। ସ୍କୁଟର ଚଳାଉଥିବା ବେଳେ ରଣବୀର ଡେନିମ୍‌ ଜିନ୍ସ ଏବଂ ବ୍ଲାକ୍‌ କଲରର ଜ୍ୟାକେଟ୍‌ରେ ହ୍ୟାଣ୍ଡସମ୍‌ ଲାଗୁଥିଲେ।

ଏହାସହ ପଢ଼ନ୍ତୁ: ଅଫ୍‌ ସୋଲଡର ଗାଉନ୍‌ରେ ଫଟୋସୁଟ୍‌ କରୁଛନ୍ତି କଙ୍ଗନା, ଭାଇରାଲ୍‌ ହେଉଛି ଫଟୋ

ଆଗକୁ ରଣବୀରଙ୍କୁ ବ୍ରହ୍ମାସ୍ତ୍ର ଫିଲ୍ମରେ ଦେଖିବାକୁ ମିଳିବ। ଗର୍ଲଫ୍ରେଣ୍ଡ ଆଲିଆ ଭଟ୍ଟଙ୍କ ସହ ସେ ଏହି ଫିଲ୍ମରେ ଅଭିନୟ କରୁଛନ୍ତି। ରଣବୀରଙ୍କ ଜନ୍ମଦିନ ପାଇଁ ଆଲିଆ ନିଜ ତରଫରୁ ବହୁ ସାଜସଜ୍ଜା କରିଥିଲେ। ଯାହାର ଭିଡିଓ ନିକଟ ଅତୀତରେ ଭାଇରାଲ ହୋଇଥିଲା। ଯେଉଁଥିରେ ଆଲିଆ ରଣବୀରଙ୍କ ପାଇଁ ତାଙ୍କ ପ୍ରିୟ ପାଇନାପଲ ଫ୍ଳେଭରର କେକ୍‌ ନିଜେ ପ୍ରସ୍ତୁତ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.