ମନୋରଂଜନ

ଯାହାଙ୍କ ସହ ସେଲ୍ଫି ଟିଏ ନେବା ପାଇଁ ଫ୍ୟାନ୍ସ ମାନେ ପାଗଳ, ସେ ବି ଦିନେ ଏହି ଆକ୍ଟ୍ରେସଙ୍କ ଠାରୁ ଖାଇଥିଲେ ଚାପୁଡ଼ା

ବିଶ୍ୱର କୋଣ ଅନୁକୋଣରେ ବଲିଉଡର ଚକୋଲେଟ ବୟ ରଣବୀର କପୁରଙ୍କର ଅସଂଖ୍ୟ ଫ୍ୟାନ ଅଛନ୍ତି । ଏମିତିକି ଲକ୍ଷ ଲକ୍ଷ ଝିଅ ତାଙ୍କ ପଛରେ ପାଗଳ ଭଳି ପଡନ୍ତି । ତାଙ୍କ ସହ ଗୋଟେ ସେଲ୍ଫି ନେବା ପାଇଁ ଯେମିତି ଚାତକ ପରି ଚାହିଁ ବସିଥାନ୍ତି । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ସେଲ୍ଫି ଟିଏ ପାଇଁ ରଣବୀରଙ୍କୁ ବି କମ ହଟହଟାର ସାମ୍ନା କରିବାକୁ ପଡିନି । ଏମିତିକି ଜଣେ ହଲିଉଡ଼ ଅଭିନେତ୍ରୀଙ୍କ ଠାରୁ ମାଡ଼ ମଧ୍ୟ ଖାଇଛନ୍ତି | ଏହି ଘଟଣାର ବର୍ଣନା ରଣବୀର କପିଲ ଶର୍ମାଙ୍କ ଶୋ’ର ଏକ ଏପିସୋଡ଼ରେ କରିଥିଲେ । ତାଙ୍କ ଅଭିନୀତ ଫିଲ୍ମ “ଇଏ ଦିଲ ହେ ମୁସ୍କିଲ”ର ପ୍ରମୋ ପାଇଁ ଆସିଥିବା ବେଳେ ହିଁ ରଣବୀର ଏବାବଦରେ କହିଥିଲେ ।

ଦିନେ ନ୍ୟୁ ୟର୍କ ସଡ଼କରେ ଜୋର ଜୋରସେ ଦୌଡୁଥିଲେ ରଣବୀର । ତାଙ୍କୁ ଜୋରସେ ପରିସ୍ରା ଲାଗୁଥିବାରୁ ନିଜ ହୋଟେଲ ରୁମ ଆଡକୁ ଗୋଟେ ମୁହଁ ହୋଇ ଦୌଡୁଥିଲେ । ଆଉ ଏହି ସମୟରେ ଫୋନରେ କଥା ହୋଇ ହୋଇ ବିପରୀତ ପଟରୁ ଆସୁଥିଲେ ଜଣେ ଯୁବତୀ । ଯୁବତୀ ଜଣଙ୍କୁ ଦେଖି ରଣବୀର ଚିନହୀ ପାରିଥିଲେଯେ ସେ ହେଉଛନ୍ତି ହଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ନେତାଳି ପୋର୍ଟମାନ । ସଂଗେ ସଂଗେ ପଛକୁ ପଛ ଦୌଡ଼ି ଦୌଡ଼ି ତାଙ୍କ ପାଖକୁ ଆସି ତାଙ୍କୁ ଗୋଟେ ଫଟୋ ପାଇଁ ଅନୁରୋଧ କରିଥିଲେ ।

ନେତାଳିଙ୍କ ସହ ଫଟୋ ଟିଏ ନେବା ପାଇଁ ରଣବୀର ଏତେ ଉତ୍ସୁକ ହେଇଯାଇଥିଲେଯେ, ଠଉରାଇ ପାରି ନଥିଲେଯେ ନେତାଳି ସେସମୟରେ କାନ୍ଦୁଛନ୍ତି ବୋଲି । ରଣବୀରଙ୍କ ଉପରେ ବିରକ୍ତ ହୋଇ ନେତାଳି ଇଂରାଜୀରେ କହିଲେ, “ଗେଟ ଲଷ୍ଟ, ଆଇ ସେ !” କିନ୍ତୁ ରଣବୀରଙ୍କ ଅନୁଯାୟୀ ଏହି ଘଟଣା ପରେ ବି ହଲିଉଡ଼ ଷ୍ଟାର ନେତାଳିଙ୍କ ପ୍ରତି ଥିବା ସମ୍ମାନ ଟିକେ ବି କମି ନଥିଲା । ଆଜିବି ଯଦି ସେ ରାସ୍ତାରେ କେଉଁଠି ନେତାଳିଙ୍କ ସହ ଭେଟ ହୁଅନ୍ତି ତେବେ ବି ତାଙ୍କ ସହ ଗୋଟେ ଫଟୋ ଉଠାଇବା ପାଇଁ ନିବେଦନ କରିବେ । କହିରଖିବା ଉଚିତ ହେବକି, ଖୁବ ଶୀଘ୍ର ରଣବୀର ଲଭ ରାଞ୍ଜନା ରୋମାଣ୍ଟିକ ଫିଲ୍ମରେ ଶ୍ରଦ୍ଧା କପୁରଙ୍କ ବିପରୀତରେ ନଜର ଆସିବାକୁ ଯାଉଛନ୍ତି ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

2 hours ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

3 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago