ନୂଆବର୍ଷରେ ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଲେ ରଣବୀର, ରିଲିଜ ହେଲା ‘ଆନିମଲ’ର ଫାଷ୍ଟ ଲୁକ୍‌ ପୋଷ୍ଟର

ସୁପରଷ୍ଟାର ରଣବୀର କପୁରଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ଆନିମଲ’ର ଫାଷ୍ଟ ଲୁକ୍‌ ପୋଷ୍ଟର ରିଲିଜ ହୋଇଛି । ନୂଆବର୍ଷକୁ ସ୍ୱାଗତ କରି ଫିଲ୍ମର ଫାଷ୍ଟ ଲୁକ୍‌ ସେୟାର କରାଯାଇଛି। ଯାହାକୁ ଦେଖି ଫ୍ୟାନ୍ସଙ୍କ ଉତ୍ସାହ ବଢିଯାଇଛି । ଆନିମଲ ପୋଷ୍ଟରରେ ରଣବୀର କପୁରଙ୍କ ଭୟଙ୍କର ଲୁକ୍‌ ଦେଖିବାକୁ ମିଳିଛି ।

ଫିଲ୍ମ ଆନାଲିଷ୍ଟ ତରଣ ଆଦର୍ଶ ଏହାକୁ ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରିଥିଲେ । ଏହି ପୋଷ୍ଟର ଦେଖିରେ ରଣବୀର ହାତରେ କୁରାଢୀ, ମୁହଁରେ ସିଗାରେଟ ଏବଂ ରକ୍ତରେ ଜୁଡୁବୁଡୁ ହୋଇଥିବାର ଦେଖିବାକୁ ମିଳିଛି । ଫିଲ୍ମର ଫାଷ୍ଟ ଲୁକ୍‌ ଦେଖି ଫ୍ୟାନ୍ସ ଫିଲ୍ମ ଦେଖିବାକୁ ଉତ୍ସାହ ବଢିଯାଇଛି। ଫିଲ୍ମ ଶମଶେରା ଠାରୁ ନିଶ୍ଚିତ ଭଲ ହେବ ବୋଲି ଚର୍ଚ୍ଚା ହେଉଛି। ଫ୍ୟାନ୍ସଙ୍କ ଉତ୍କଣ୍ଠା ଦୁଇଗଣ ବୃଦ୍ଧି ପାଇଛି । ସୋସିଆଲ ମିଡିଆରେ ଏହାର ପୋଷ୍ଟରକୁ ବହୁତ ପସନ୍ଦ କରାଯାଉଛି ।

 

View this post on Instagram

 

A post shared by Taran Adarsh (@taranadarsh)

ଫିଲ୍ମର ଫାଷ୍ଟ ଲୁକ୍‌ ପୋଷ୍ଟର ସାମ୍ନାକୁ ଆସିବା ପରେ ଫିଲ୍ମ କେବେ ରିଲିଜ ହେବ ଫ୍ୟାନ୍ସ ଚାହିଁ ରହିଛନ୍ତି। ଫିଲ୍ମଟି ଆସନ୍ତା ଅଗଷ୍ଟ ୨୦୨୩ରେ ରିଲିଜ ହେବ । ରଣବୀର କପୁରଙ୍କ ସହିତ ଫିଲ୍ମରେ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ନଜର ଆସିବେ । ଏଥିରେ ବଲିଉଡ କଳାକର ଅନୀଲ କପୁର, ବବି ଦେଓ୍ଵଲ ମଧ୍ୟ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ସନ୍ଦୀପ ରେଡ୍ଡୀ ବାଙ୍ଗା କରୁଛନ୍ତି ।

 

View this post on Instagram

 

A post shared by Taran Adarsh (@taranadarsh)

 

ଅନୀଲ କହିଛନ୍ତି, ସେ ସନ୍ଦୀପଙ୍କ ସହ କାମ କରିବାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। କାରଣ ତାଙ୍କୁ ତାଙ୍କ ଗତ ଫିଲ୍ମ କବୀର ସିଂହ ପସନ୍ଦ ଆସିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ସେ ଫିଲ୍ମରେ ସମ୍ପୂର୍ଣ୍ଣ ଭିନ୍ନ ଲୁକ୍‌ରେ ନଜର ଆସିବେ। ସେ ବର୍ତ୍ତମାନର ଯୁବ ପିଢ଼ି ସହ କାମ କରିବାକୁ ବେଶ୍‌ ଉତ୍ସାହିତ ଅଛନ୍ତି। ସେ ଫାଇଟରରେ ହ୍ରିତିକ ରୋଶନ, କ୍ୟାପ୍‌ଟେନ୍‌ରେ ଆଦିତ୍ୟ ରାୟ କପୁର ଓ ବିନ୍ଦ୍ରାରେ ହର୍ଷବର୍ଦ୍ଧନଙ୍କ ସହ ନଜର ଆସିବେ। ତାଙ୍କ କହିବାନୁସାରେ, ସେ ଏବେ ନିଜର ସବୁଠୁ ଭଲ ସମୟ ଦେଇ ଗତି କରୁଛନ୍ତି। ପ୍ରକାଶ ଯେ ଆନିମଲରେ ଅନୀଲ ଓ ରଣବୀରଙ୍କ ବ୍ୟତୀତ ବବି ଦେଓଲ ଓ ରଶ୍ମିକା ମନ୍ଦାନା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ।

ରିପୋର୍ଟ ମୁତାବକ, ସନ୍ଦୀପ ରେଡ୍ଡୀ ବାଙ୍ଗା ଫିଲ୍ମ ପାଇଁ ପରିଣୀତି ଚୋପ୍ରାଙ୍କୁ ନେବା ପାଇଁ ଉତ୍ସାହିତ ରହିଥିଲେ। କିନ୍ତୁ ପରୀ ସମୟ ଅଭାବ ଯୋଗୁଁ ଫିଲ୍ମ ପାଇଁ ମନା କରିଦେଇଥିଲେ। ଏହି ଫିଲ୍ମରେ ରଣବୀରଙ୍କ ପତ୍ନୀ ସାଜିବେ ରଶ୍ମିକା। ଦୁହିଁଙ୍କ ଯୋଡି ପରଦାରେ ନିଆଁ ଲଗାଇଦେବ ବୋଲି ସମସ୍ତଙ୍କର ଆଶା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.