ମନୋରଂଜନ

୮ କୋଟିର କାରରେ ଆଲିଆ ଭଟ୍ଟଙ୍କୁ ନେଇ ବୁଲିବାକୁ ଗଲେ ରଣବୀର କପୁର, ଭାଇରାଲ ହେଉଛି ଭିଡିଓ

ବଲିଉଡ ଅଭିନେତା ରଣବୀର କପୁର ପ୍ରାୟତଃ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି । ଅଭିନେତା ଶେଷଥର ପାଇଁ ସୁପରହିଟ୍‌ ଫିଲ୍ମ ‘ଆନିମଲ’ରେ ନଜର ଆସିଥିଲେ । ଏହି ଫିଲ୍ମରେ ଦର୍ଶକ ରଣବୀରଙ୍କୁ ବହୁତ ଭଲ ପାଇବା ଦେଇଥିଲେ । ଏବେ ଅଭିନେତା କିଛି ଦିନ ପୂର୍ବରୁ ଏକ ୮ କୋଟି ଟଙ୍କା ମୂଲ୍ୟର ନୂଆ ବେଣ୍ଟଲି କାର କିଣିଛନ୍ତି । ଏହା ବ୍ୟତୀତ ଆଲିଆ ଓ ରଣବୀର ସେମାନଙ୍କର ଏକ ନୂଆ ବଙ୍ଗଳାର କାର୍ଯ୍ୟ ଶେଷ ହେବା ପାଇଁ ମଧ୍ୟ ଅପେକ୍ଷା କରିଛନ୍ତି । ତେବେ ରବିବାର ରାତିରେ ରଣବୀର ତାଙ୍କ ନୂଆ କାରରେ ଯାତ୍ରା କରୁଥିବା ଦେଖିବାକୁ ମିଳିଥିଲେ । ଯେଉଁଥିରେ ସେ କାର ଚଲାଉନଥିଲେ ବରଂ ବସିଥିଲେ । ତେବେ ସେହି ସମୟରେ ଯେତେବେଳେ ତାଙ୍କର ଫଟୋ ଉଠାଇା ପାଇଁ ଅନେକ ଫଟୋଗ୍ରାଫର ତାଙ୍କ କାର ପଛରେ ଦୌଡ଼ିବା ଆରମ୍ଭ କରିଥିଲେ, ସେତେବେଳେ ଅଭିନେତା ରାଗିଥିବା ଭଳି ନଜର ଆସିଥିଲେ । ଭାଇରାଲ ହେଉଥିବା ଭିଡିଓରେ ଏହା ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ viralbhayaniରେ ଦେଖିବାକୁ ମିଳିଛି ।

ଏହା ବ୍ୟତୀତ ଶନିବାର ରାତିରେ ରଣବୀର କପୁର ସ୍ତ୍ରୀ ଆଲିଆ ଭଟ୍ଟଙ୍କ ସହ ତାଙ୍କ ବେଣ୍ଟଲିରେ ବାହାରକୁ ଯାଉଥିବାର ନଜର ଆସିଥିଲେ । ଯାହାକୁ ପାପାରାଜିମାନେ କଭର କରିଥିଲେ । ତେବେ ଏହି କପର ଏକ ମ୍ୟାରେଜ୍‌ ପାର୍ଟିକୁ ଯାଇଥିବା ସମୟର ଭିଡିଓଟି ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । ଏହି ଭିଡିଓଟି ମଧ୍ୟ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ viralbhayaniରେ ଦେଖିବାକୁ ମିଳିଥିଲା । ସେହି ସମୟରେ ରଣବୀରଙ୍କୁ କଳା ସାର୍ଟରେ ଦେଖିବାକୁ ମିଳିଥିବା ବେଳେ ଆଲିଆ ନାଲି ଷ୍ଟ୍ରାପି ଡ୍ରେସରେ ନଜର ଆସିଥିଲେ । ତେବେ ଏହି କପଲ ବହୁତ ସୁନ୍ଦର ଦେଖା ଯାଉଥିଲେ ।

ଯଦି ଆମେ ତାଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କଥା ହେବା, ତାହେଲେ ରଣବୀର ବର୍ତ୍ତମାନ ନୀତେଶ ତିୱାରୀଙ୍କ ଫିଲ୍ମ ରାମାୟଣ ପାଇଁ ପ୍ରସ୍ତୁତି ହେଉଛନ୍ତି । ନିକଟରେ ଅଭିନେତ୍ରୀ ଅକ୍ରୁତି ସିଂ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ମୁମ୍ବାଇରେ ନିର୍ମିତ ଫିଲ୍ମର ଗ୍ରାଣ୍ଡ ଅଯୋଧ୍ୟା ସେଟ୍‌ର ଏକ ଭିଡିଓ ସେୟାର କରିଥିଲେ । ତେବେ ଏହି ଭିଡିଓରେ ବିରାଟ ସ୍ତମ୍ଭ ଏବଂ ବିଶାଳ ପ୍ରାସାଦର ଅନେକ ଝଲକ ଦେଖିବାକୁ ମିଳିଛି । ସେହି ଭିଡିଓର କ୍ୟାପସନରେ ଅକ୍ରୁତି ଲେଖିଛନ୍ତି, “ରାମାୟଣ ଡେ ୧” । ତେବେ ପରେ ଭିଡିଓଟି ଡିଲିଟ କରିଦେଇଥିଲେ । ଏହା ବ୍ୟତୀତ ସୂଚନା ମୁତାବକ, ଏପ୍ରିଲ୍ ୨ରେ ନୀତେଶ ତିୱାରୀ ସେଟରେ ଏକ ପୂଜା କରିଥିଲେ ଯାହା ପରେ ସେ ଟିମ୍‌ର କଳାକାରଙ୍କ ସହ ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ । ଏହି ଫିଲ୍ମରେ ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରୁଥିବା ରଣବୀର କପୁର ଏହି କିଛି ଦିନ ମଧ୍ୟରେ ଏହାର ସୁଟିଂ ଆରମ୍ଭ କରିବେ । ଏହା ସହ ରଣବୀରଙ୍କ ଫ୍ୟାନ୍ସ ମଧ୍ୟ ତାଙ୍କର ଏହି ଫିଲ୍ମ ରାମାୟଣ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

D Sonali

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

14 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

40 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

44 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

46 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

52 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

1 hour ago