କ୍ରିସମାସ ସେଲିବ୍ରେସନରେ ନଜର ଆସିଲେ ରଣବୀରଙ୍କ ଫ୍ୟାମିଲି, ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ

କ୍ରିସମାସ ସେଲିବ୍ରେସନରେ ସାମିଲ ହେବାପାଇଁ ରଣବୀର କପୁର ପତ୍ନୀ ଆଲିଆ ଭଟ୍ଟ ଏବଂ ଝିଅ ରାହାଙ୍କ ସହିତ ପହଞ୍ଚି ଯାଇଥିଲେ ।  ଏହି ତିନିଜଣ ଫୋଟରେ ଖୁବ ସୁନ୍ଦର ଦେଖାଯାଉଛନ୍ତି ।  ଯାହାକି ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି । ଅଭିନେତା ରଣବୀର କପୁର ,ତାଙ୍କ ଝିଅ ଏବଂ ପତ୍ନୀ ଅଭିନେତ୍ରୀ ଆଲିଆଙ୍କ ସହ ବିଭିନ୍ନ ଫଟୋ ଭାଇରଲ ହୋଇଛି ।

ଏହି ତିନି ଜଣ ପେପରାଜି ପାଇଁ ପୋଜ ଦେଇଥିଲେ । ପାପା ରଣବୀରଙ୍କ ସହ ଝିଅ ରାହା ସମସ୍ତଙ୍କୁ ହ୍ୟାଲୋ କହିଥିଲେ ।  କେବଳ ଏତିକି ହିଁ ନୁହେଁ ପେପରାଜିଙ୍କ ରାହା ଫ୍ଲାଇଙ୍ଗ କିସ ମଧ୍ୟ କରିଥିଲେ । କିନ୍ତୁ ଫୋଟ ଉଠେଇବା ପାଇଁ ରାହା ପାପା ରଣବୀରଙ୍କ ପାଖରେ ରହିଥିଲେ ପରେ ମଧ୍ୟ ସେ ତଳକୁ ଓହ୍ଲାଇ ନଥିଲେ । ଏସବୁ ଫୋଟରେ ଝିଅ ରଣବୀରଙ୍କ ସହ ବେଶ ଖୁସିଥିବା ନଜର ଆସୁଛନ୍ତି । ସବୁ ଫୋଟ ଗୁଡିକରେ ଝିଅ ହସୁଥିବା ଦେଖିବାକୁ ମିଳିଛି ।

ଆଲିଆ ଭଟ୍ଟଙ୍କ ଲୁକ ବିଷୟରେ ଯଦି କହିବା ସେ ନାଲି ରଙ୍ଗର ଲମ୍ବା ଡ୍ରେସ ପିନ୍ଧିଛନ୍ତି । ଏହା ସହ ସେ ମୁଣ୍ଡରେ ରେଡ କଲରଏକ ଫିତା ଲଗାଇଛନ୍ତି । ତାଙ୍କ ଝିଅ ରାହା କଥା କହିବା ତାହେଲେ ସେ ଏକ ସୁନ୍ଦର ଫ୍ରକ ପିନ୍ଧିଛନ୍ତି । ରାହା ସବୁବେଳେ ଏକ ସୁନ୍ଦର ହସ ମାଧ୍ୟମରେ ପ୍ରଶଂସକ ମାନଙ୍କ ଦଦୟକୁ ଜିତି ନେଉଛନ୍ତି ।

ରଣବୀର କପୁର ଧଳା ପାଣ୍ଟସହ ନୀଳ ଟିସର୍ଟରେ ହ୍ବାଇଟ ଷ୍ଟିପ ସର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି । ଏହିଁ ଷ୍ଟାର ଦମ୍ପତି ଖୁବ ସୁନ୍ଦର ଦେଖାଯାଉଛନ୍ତି ।